Posted inଖେଳ

ଆଇପିଏଲ୍‌ରେ କୋହଲିଙ୍କୁ ଆଖି ଦେଖାଇ ବିବାଦକୁ ଆସିଥିଲେ ଏହି ବ୍ୟାଟ୍ସମ୍ୟାନ୍‌, ଏବେ ଦଳରେ ହେଲେ ସାମିଲ

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଆଗାମୀ ଘରୋଇ ଟି୨୦ ସିରିଜ୍‌ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ। ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ଦଳରେ ସାମିଲ କରାଯିବା ପଛରେ ଅନେକ କାରଣ ରହିଛି ବୋଲି କୁହାଯାଉଛି।

ଭାରତୀୟ ଟିମ୍‌ରେ ଏବେ ଜଣେ ବିଜେତାଙ୍କ ଆବଶ୍ୟକତା ରହିଛି। ଏଣୁ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରାଯାଇଥିବା କେହି କହୁଛନ୍ତି। କିଛି ଧୋନୀ ସନ୍ୟାସ ନେବା ପରେ ମ୍ୟାଚ୍‌ ଫିନିଶରଙ୍କ ସ୍ଥାନ ଖାଲି ରହିଥିଲା, ଏହାକୁ ପୂରଣ କରିବା ଲାଗି ଯାଦବ ଉପଯୁକ୍ତ ବୋଲି କହୁଛନ୍ତି। ସେହିଭଳି ଟି୨୦ ବିଶ୍ୱକପ୍‌ରେ ମିଡିଲ୍‌ ଅର୍ଡର ପାଇଁ ଯାଦବ ଉପଯୁକ୍ତ ବ୍ୟାଟ୍ସମ୍ୟାନ୍‌ ରହିବେ, ଏଥିପାଇଁ ତାଙ୍କ ଚୟନ କରାଯାଇଛି ବୋଲି କେହି କହୁଛନ୍ତି।

ତେବେ ଅକ୍ଟୋବର ୨୮ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୦ର ୪୮ତମ ମ୍ୟାଚ୍‌ରେ ଯାଦବ ଏବଂ କୋହଲିଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଆର୍‌ସିବି ବିପକ୍ଷରେ ୧୬୫ରନ୍‌ର ପିଛା କରୁଥିଲେ। କୋହଲି ଯାଦବଙ୍କୁ ହଇରାଣ କରିବାକୁ ଯାଇ ସ୍ଲେଜ୍‌ କରିଥିଲେ। ଜବାବରେ କୋହଲିଙ୍କୁ ସେ କିଛି ନ କହିଲେ ହେଁ କେବଳ ଚାହିଁ ରହିଥିଲେ। ଏହି ବିବାଦ ସେତେବେଳେ ବେଶ୍‌ ହାଇଲାଇଟ୍‌ ହୋଇଥିଲା। ମ୍ୟାଚ୍‌ରେ ୪୩ବଲ୍‌ରେ ୧୦ ଚୌକା ଏବଂ ୩ ଛକା ସହାୟତାରେ ୭୯ରନ୍‌ କରି ଦଳକୁ ଜିତାଇଥିଲେ। ଏହାପରେ ଯାଦବଙ୍କ ‘ମୈ ହୁଁ ନା’ ପାର୍ଟିଂ ବେଶ୍‌ ଭାଇରାଲ ହୋଇଥିଲା।

ଘଟଣା ସମ୍ପର୍କରେ ପଚରାଯିବାରେ ଯାଦବ କହିଥିଲେ, ହିଟ୍‌ ଅଫ୍‌ ଦ ମୋମେଣ୍ଟ ଯୋଗୁ କୋହଲିଙ୍କ ସହ ସେଭଳି ବିବାଦ ହୋଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ। ମାତ୍ର ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇ ନ ଥିଲା। ଏହା ତାଙ୍କୁ ବଡ଼ ଝଟକା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ, କହିଲା ପରାଜୟ ଭୟରେ ଡରିଗଲେଣି ଟ୍ରମ୍ପ

ତେହରାନ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହେଉଛି। ସୋମବାର (ଏପ୍ରିଲ ୬) ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଧମକ ଦେଇ କହିଛନ୍ତି ଯେ…

କୋଲକାତାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧମକ ପରେ ତାତିଲେ ଅଭିଷେକ ବାନାର୍ଜୀ, କହିଲେ…

କୋଲକାତା,୭।୪: ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀ ସୋମବାର (୬ ଏପ୍ରିଲ, ୨୦୨୬) ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଦିଆଯାଇଥିବା କୋଲକାତା ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri