Posted inଖେଳ

ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୩।୮: ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଇଂଲଣ୍ଡରେ ପହଞ୍ଚିଛନ୍ତି। କିନ୍ତୁ ଲର୍ଡସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦଳର ଅଂଶ ନୁହଁନ୍ତି। ଉଭୟ ପୃଥ୍ବୀ ଏବଂ ସୂର୍ଯ୍ୟକୁମାର ଏବେ ଇଂଲଣ୍ଡରେ କ୍ୱାରାଣ୍ଟାଇନରେ ଅଛନ୍ତି। ଏହି କ୍ୱାରାଣ୍ଟାଇନ ସମୟରେ ଉଭୟ ଖେଳାଳି ମଧ୍ୟ ବହୁତ ମଜା କରୁଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ସେମାନଙ୍କ କ୍ୱାରାଣ୍ଟାଇନ ସମୟ ଅତିବାହିତ କରିବାର ଏକ ନିଆରା ଉପାୟ ଖୋଜିଛନ୍ତି। ଉଭୟ ଖେଳାଳି ନିଜେ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଥିଲେ। ଏହି ଭିଡିଓରେ ଉଭୟ ପ୍ରସିଦ୍ଧ କମେଡି ଚଳଚ୍ଚିତ୍ର ‘ଅନ୍ଦାଜ ଅପ୍‌ନା ଅପ୍‌ନା’ ଏକ ସଂଳାପ କହୁଥିବାର ନଜର ଆସିଛନ୍ତି । ସୁର୍ଯ୍ୟକୁମାର ସଲମାନ ଖାନଙ୍କ ସଂଳାପ କହୁଥିବାବେଳେ ପୃଥ୍ବୀ ଅମିର ଖାନଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ସୂର୍ଯ୍ୟକୁମାର ଯାଦବ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର କରିଛନ୍ତି। ଏହି ଭିଡିଓ ଶେୟାର କରିବାବେଳେ ସେ କ୍ୟାପସନରେ ସମାନ ଚଳଚ୍ଚିତ୍ରର ଏକ ସଂଳାପ ମଧ୍ୟ ଲେଖିଛନ୍ତି – ‘ସାର୍‌, ଆପ୍‌ ପୁରୁଷ୍‌ ନେହିଁ, ମହାପୁରୁଷ୍‌ ହେଁ’ ଏହି ଭିଡିଓଟି ଅତ୍ୟନ୍ତ ମଜାଳିଆ ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଅନେକ କ୍ରିକେଟର ମଧ୍ୟ ଏହି ଭିଡିଓ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓ ଉପରେ ଶ’ଙ୍କ ଗର୍ଲଫ୍ରେଣ୍ଡ ପ୍ରୀତି ସିଂ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓ ଉପରେ କମେଣ୍ଟ ଦେଇ ପ୍ରୀତି ଲେଖିଛନ୍ତି – ଆପଣ ଏପରି ଅଭିନୟ କେଉଁଠୁ ଶିଖିଛନ୍ତି? ଦୀର୍ଘ ଦିନ ଧରି ଅଭିନେତ୍ରୀ ପ୍ରୀତି ସିଂଙ୍କ ସହ ପ୍ରୀତି ଖାଁଙ୍କ ନାମ ଜଡିତ ରହିଛି। ଉଭୟଙ୍କୁ ମଧ୍ୟ ଅନେକ ପାର୍ଟିରେ ଏକତ୍ର ଦେଖାଯାଇଛି।
ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଇଂଲଣ୍ଡରେ ୧୦ ଦିନିଆ କ୍ପାରାଣ୍ଟାଇନରେ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ୧୨ ଅଗଷ୍ଟରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଅଂଶ ହୋଇପାରି ନାହାଁନ୍ତି। ଏହି ଦୁଇ ଖେଳାଳି ଇଂଲଣ୍ଡ ବିପକ୍ଷ ଶେଷ ତିନୋଟି ଟେଷ୍ଟରେ ଟିମ ଇଣ୍ଡିଆରେ ଯୋଗଦେବେ। ଉଭୟ ଖେଳାଳି ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରେ ଟିମ ଇଣ୍ଡିଆର ଅଂଶ ହୋଇଥିଲେ। ସେ ପ୍ରଥମେ ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇ ନ ଥିଲେ, କିନ୍ତୁ ଶଭମନ ଗିଲ, ମୟଙ୍କ ଅଗ୍ରୱାଲ, ଆବେଶ ଖାନ ଏବଂ ୱାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ଆହତ ହୋଇଥିଲେ। ବିସିସିଆଇ ପୃଥ୍ବୀ ଏବଂ ସୂର୍ଯ୍ୟକୁମାରଙ୍କୁ ଇଂଲଣ୍ଡ ଗସ୍ତରେ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri