ବିଦେଶରେ ଶିକ୍ଷା ସ୍ବପ୍ନ: ଉଦ୍‌ବେଗ ବଢ଼ାଇଲା ସର୍ଭେ ରିପୋର୍ଟ

ଭୁବନେଶ୍ୱର,୫।୭: ଡାକ୍ତରୀ ଶିକ୍ଷା ପାଇଁ ଓଡ଼ିଶାରେ ମାତ୍ର ୧୫୦୦ ସିଟ୍‌ ରହିଛି। ହେଲେ ଆଶାୟୀଙ୍କ ସଂଖ୍ୟା ଏହାଠାରୁ ୩୦ଗୁଣା ଅଧିକ ଅର୍ଥାତ୍‌ ୩୫ରୁ ୪୦ ହଜାର ରହୁଛି। ତେଣୁ ଛାତ୍ରୀଛାତ୍ର ଅନ୍ୟ ରାଜ୍ୟରେ ଥିବା ବିଭିନ୍ନ ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ଦେଖାଇ ଅଧିକାଂଶ ନିରାଶ ହୋଇଥାନ୍ତି। ଫଳରେ ପ୍ରତିବର୍ଷ ରାଜ୍ୟର ପ୍ରାୟ ୧୨୦୦ ଛାତ୍ରୀଛାତ୍ର ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ୟୁକ୍ରେନ, ବ୍ରିଟେନ (ୟୁକେ) ଆଦି ଦେଶକୁ ଯାଇଥାନ୍ତି। ତେବେ ଏଥର କରୋନା ସଂକ୍ରମଣ ଛାତ୍ରୀଛାତ୍ରଙ୍କ ଡାକ୍ତର ହେବାର ସବୁ ସ୍ବପ୍ନକୁ ବିଗାଡି ଦେଇଛି। ଏପର୍ଯ୍ୟନ୍ତ ମେଡିକାଲ ନାମଲେଖା ପାଇଁ ନିଟ୍‌ ବା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ହୋଇପାରୁନି। ସେପ୍ଟେମ୍ବରରେ ପରୀକ୍ଷା କରାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଧାର୍ଯ୍ୟ ହୋଇଛି। ପରୀକ୍ଷା, ନାମଲେଖା ସରୁ ସରୁ ଅକ୍ଟୋବର ସରିଯିବ। ସେତେବେଳକୁ ବିଦେଶରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ନାମଲେଖା ସରିଯାଇଥିବ। ତେଣୁ ଓଡ଼ିଶା ତଥା ଭାରତୀୟ ପିଲାମାନେ ବିଦେଶରେ ନାମ ଲେଖାଇବା ସମ୍ଭବପର ହେବ ନାହିଁ। ଫଳରେ ଆଗକୁ ଡାକ୍ତର ସଙ୍କଟ ଦେଖାଦେବ। ବର୍ତ୍ତମାନ କରୋନା ସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ଡାକ୍ତର ଅଭାବ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭୟଙ୍କର ସ୍ଥିତି ସୃଷ୍ଟି କରିବ।

ଅନ୍ୟପକ୍ଷରେ କରୋନା ମହାମାରୀ ପାଇଁ ବିଦେଶୀ ଛାତ୍ରୀଛାତ୍ରଙ୍କ ପ୍ରବେଶ ଉପରେ ଅଧିକାଂଶ ଦେଶ କଟକଣା ଲଗାଇଛନ୍ତି। ଯେଉଁ ପିଲାମାନେ ବାହାରକୁ ଯିବା ପାଇଁ ଇଚ୍ଛା କରିଥିଲେ ସେମାନେ ଆଉ ଯାଇପାରିବେ ନାହିଁ। ପ୍ରଥମତଃ କରୋନା ଭୟ। ଦ୍ୱିତୀୟତଃ ଭାରତର ଶିକ୍ଷାବର୍ଷ ସହ ଉକ୍ତ ଦେଶର ଶିକ୍ଷାବର୍ଷ ମେଳ ଖାଇବ ନାହିଁ। କେବଳ ଡାକ୍ତରୀ ପାଠ୍ୟକ୍ରମ ନୁହେଁ; ଏମ୍‌ବିଏ, ଏମ୍‌ସିଏ, ଇଞ୍ଜିନିୟରିଂ ଭଳି ପାଠ୍ୟକ୍ରମରେ ଶିକ୍ଷାଲାଭ କରିବା ପାଇଁ ଓଡ଼ିଶାର ହଜାର ହଜାର ଛାତ୍ରୀଛାତ୍ର ବିଦେଶ ଯାଇଥାନ୍ତି। ୟୁନେସ୍କୋ ତଥ୍ୟ ଅନୁଯାୟୀ, ୩ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ର ପ୍ରତିବର୍ଷ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥାନ୍ତି। ଏହାର ୨% ଅର୍ଥାତ୍‌ ୬ ହଜାରରୁୁ ଅଧିକ ଓଡ଼ିଆ ଛାତ୍ରୀଛାତ୍ର ମେଡିକାଲ, ଆଇଟି, ଏମ୍‌ବିଏ ଇତ୍ୟାଦି ପଢ଼ିବାକୁ ଦେଶ ବାହାରକୁ ଯାଇଥାନ୍ତି। ଆଗରୁ ଓଡ଼ିଶାର ଅଧିକାଂଶ ଛାତ୍ରୀଛାତ୍ର ଆମେରିକା, ବ୍ରିଟେନ୍‌, ଜର୍ମାନୀ, ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ରକୁ ଯାଉଥିବାବେଳେ ଏବେ କିନ୍ତୁ କାନାଡ଼ା, ନିଉଜିଲାଣ୍ଡ୍‌, ୟୁକ୍ରେନ୍‌ ଭଳି ରାଷ୍ଟ୍ରକୁ ଯାଉଛନ୍ତି। ଛାତ୍ରୀଙ୍କ ତୁଳନାରେ ଓଡ଼ିଶାରୁ ଅଧିକ ଛାତ୍ର ବିଦେଶରେ ପଢୁଥିବା ତଥ୍ୟରୁ ଜଣାପଡ଼ିଛି। ୟୁଜି ବା ସ୍ନାତ୍ତକ କୋର୍ସ ପାଇଁ ସବୁଠାରୁ ଅଧିକ ୫୦% ପିଲା ବାହାରକୁ ଯାଉଥିବାବେଳେ ପିଜି ବା ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୪୨%, ଡକ୍ଟରେଟ୍‌ ଡିଗ୍ରୀ ପାଇଁ ୭% ଛାତ୍ରୀଛାତ୍ର ଏବଂ ଭାଷାଭିତ୍ତିକ ଶିକ୍ଷାଲାଗି ୧% ବିଦେଶ ଯାଇଥାନ୍ତି।

‘ଡ୍ରିମ୍‌ ଆପ୍ଲାଏ’ର ଏକ ସର୍ଭେରୁ ଜଣାପଡ଼ିଛି ଯେ, ଓଡ଼ିଶାରୁ ୨୧ରୁ ୨୫ବର୍ଷ ମଧ୍ୟରେ ସର୍ବାଧିକ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥାନ୍ତି। ଏହାତଳକୁ ୧୭ରୁ ୨୦ବର୍ଷ ବୟସ୍କ ଏବଂ ୨୬ରୁ ୩୦ବର୍ଷ ବୟସ୍କ ଛାତ୍ରୀଛାତ୍ର ରହିଛନ୍ତି। ଏଜେଣ୍ଟଙ୍କ ଦ୍ୱାରା ୪୦%ରୁ ଅଧିକ ପିଲା ବାହାରକୁ ଯାଉଥିବାବେଳେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ସାହାଯ୍ୟରେ ପ୍ରାୟ ୧୫%, ଶିକ୍ଷାନୁଷ୍ଠାନର ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଅବଗତ ହୋଇ ୧୦%ରୁ ଅଧିକ ଛାତ୍ରୀଛାତ୍ର ବିଦେଶରେ ପଢିବାକୁ ଯାଇଥାନ୍ତି। ‘ଲେଭେରେଜ୍‌ ଏଜୁ’ର ଏକ ସର୍ଭେ ଅନୁସାରେ, କୋଭିଡ୍‌-୧୯ ମହାମାରୀ ପରେ ମଧ୍ୟ ୭୬% ଛାତ୍ରୀଛାତ୍ର ବିଦେଶରେ ପଢିବାକୁ ଆଗ୍ରହ ଦେଖାଉଛନ୍ତି। ୧୬% ପିଲା ଆସନ୍ତା ଶିକ୍ଷାବର୍ଷକୁ ବିଦେଶ ଯିବା କଥା ଚିନ୍ତା କରୁଥିବାବେଳେ ୮% ଛାତ୍ରୀଛାତ୍ର କୋଭିଡ୍‌ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ହେଲେ ଶିକ୍ଷାବର୍ଷ ମେଳ ନ ଖାଇବା ଏବଂ କୋଭିଡ୍‌ କେବେ ଠିକ୍‌ ହେବ ତାହାର ଉତ୍ତର କାହାପାଖରେ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଏବେ ବି ଆଶଙ୍କାରେ ରହିଛି।

ସୂଚନା ମୁତାବକ, ପ୍ରତିବର୍ଷ ଗୁଜରାଟରୁ ସର୍ବାଧିକ ୩୫.୪% ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଥିବାବେଳେ ଏହାତଳକୁ କେରଳରୁ ୧୩.୫% ଓ ପଞ୍ଜାବରୁ ୧୨.୪% ଛାତ୍ରୀଛାତ୍ର ରହିଛନ୍ତି। ଓଡ଼ିଶାର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨% ରହିଥିବାବେଳେ ଅଧିକାଂଶ ବ୍ରିଟେନ୍‌ ବା ୟୁକେକୁ ପସନ୍ଦ କରନ୍ତି। ଏହାତଳକୁ ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ଏବଂ ମେଡିକାଲ ଶିକ୍ଷା ପାଇଁ ୟୁକ୍ରେନ୍‌ ପ୍ରଥମ ପସନ୍ଦ ପାଲଟିଛି। ଅଧିକାଂଶ ଓଡ଼ିଆ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର, ମନ୍ତ୍ରୀ, ନେତା ଓ ଡାକ୍ତରଙ୍କ ପିଲାମାନେ ୟୁକେକୁ ଉଚ୍ଚଶିକ୍ଷା ପାଇଁ ଯାଉଥିବାବେଳେ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରୀଛାତ୍ର ୟୁକ୍ରେନ୍‌ ଏବଂ ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରକୁ ଯାଉଥିବା ଜଣାପଡ଼ିଛି। ତେବେ ଏମ୍‌ବିଏ କରିବାକୁ ଅଧିକାଂଶ ଓଡ଼ିଆ ଛାତ୍ରୀଛାତ୍ର କାନାଡ଼ାକୁ ପସନ୍ଦ କରୁଥିବା ଜଣାପଡ଼ିଛି।

 

(ସସ୍ମିତା ପାଇକରାୟ)


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri