କ୍ୟାପିଟାଲ ହସ୍ପିଟାଲ ମଡ୍ୟୁଲାର ଓଟିରେ ଅସ୍ତ୍ରୋପଚାର ଆରମ୍ଭ

ଭୁବନେଶ୍ୱର,୨୭ା୧୧: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଆରରେ ମଡ୍ୟୁଲାର ଓଟି କମ୍ପେ୍ଲକ୍ସ ଲାର୍ଯ୍ୟକ୍ଷମ ହୋଇଛି। କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ନିର୍ଦ୍ଦେଶରେ ଏହି ଅସ୍ତ୍ରୋପଚାର ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । କୋରାପୁଟରରୁ ଆସିଥିବା ଜଣେ ରୋଗୀଙ୍କର ହସ୍ପିଟାଲରେ ପ୍ରଥମ କରି ଅସ୍ତ୍ରୋପଚାର କରାଯାଇଛି।

ପୂର୍ବରୁ ବ୍ୟକ୍ତି ଜଣଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ସେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ ପରେ ତାଙ୍କ ଅସ୍ତ୍ରୋପଚାର ହେବା ନେଇ ଡାକ୍ତର ଜଣାଇଥିଲେ। ଡାକ୍ତର କେ.ଆର ମହାପାତ୍ର , ଡାକ୍ତର ବିନୟ ମିଶ୍ର, ଡାକ୍ତର ପ୍ରଦୀପ୍ତ , ଡାକ୍ତର ଦିପ୍ତୀ ରଞ୍ଜନ ସାହୁ, ଡାକ୍ତର ଶ୍ରୀତମ ଦାସ ଏବଂ ରେଡିଓଗ୍ରାଫର ଏସ ଏସ ବେହେରା ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଆଜି ମଡ୍ୟୁଲାର ଓଟି କମ୍ପେ୍ଲକ୍ସେରେ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଛି ।

ସୂଚନାଯୋଗ୍ୟ, ଚଳିତ ମାସ ନଭେମ୍ବର ୧ ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଆର୍ରେ ମଡ୍ୟୁଲାର ଓଟି କମ୍ପେ୍ଲକ୍ସର ଉଦ୍ଘାଟନ କରାଯାଇଥିଲା । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଓଡିଶାର ପ୍ରଥମ ମଡ୍ୟୁଲାର ଅପରେସନ୍ ଥିଏଟର କମ୍ପ୍ଲେକ୍ସ ଖୋଲାଯାଇଛି। ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଓଡିଶା ସରକାର ଏହାକୁ ନିର୍ମାଣ କରିବା ନେଇ ଘୋଷଣା କରିଥିଲେ ।ଏବଂ ଏହି ମଡ୍ୟୁଲାର ଓଟି କମ୍ପେ୍ଲକ୍ସ ପାଇଁ ପାଖାପାଖି ୧୬.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଓଟିର ଖାସିଅତ ହେଉଛି ଷ୍ଟେଟ୍ ଅଫ ଦି ଆର୍ଟ କାମ୍ପେ୍ଲକ୍ସରେ ୪ଟି ଅସ୍ତ୍ରୋପଚାର ଗୃହ ଅର୍ଥାତ ଓଟି ରହିଛି । ଏଥିରେ ଏକାସାଙ୍ଗରେ ୮ଟି ଅସ୍ତ୍ରୋପଚାର ହୋଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହୋଇନପାରି ପଡିରହିଛି ହଜାର ହଜାର ପ୍ୟାକେଟ ଧାନ, ଧାରଣାରେ ବସିଲେ ଚାଷୀ

ଅତାବିରା,୨୫ା୬(ଯୁଧିଷ୍ଠିର ମହାପାତ୍ର): ରବି ଫସଲ ଧାନ କିଣାବିକା ପ୍ରକ୍ରିୟା ଆଉ ମାତ୍ର ୫ ଦିନ ପରେ ଅର୍ଥାତ୍ ଜୁନ ୩୦ ତାରିଖ ଶେଷ ହେବାକୁ ଯାଉଛି ।…

ଦାରିଙ୍ଗବାଡି ଯାଉଥିବା ବେଳେ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦାରିଙ୍ଗବାଡି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ…

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ବିଜେଡିରେ ମିଶିବା ପରେ ସୁଜାତାଙ୍କର ଆସିଲା ପ୍ରଥମ ବୟାନ: କହିଦେଲେ ଏତେ ବଡ଼ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର, ୨୫।୬: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

ରାସ୍ତା ନାହିଁ, ଅସରାଏ ବର୍ଷା ହେଲେ ରୋଗୀଙ୍କୁ ବାଉଁଶ ଦୋଳା ଭରସା

ମହାକାଳପଡ଼ା,୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ସାନ୍ତାଳୀ ଗାଁ ପାଣିଖିଆକୁ ଭଲ ରାସ୍ତା ନାହିଁ। ଅସରାଏ ବର୍ଷା…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ନବୀନଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ସୁଜାତା

ଭୁବନେଶ୍ବର,୨୫ା୬: ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ବିଧିବଦ୍ଧ ଭାବେ ସେ…

ପିଲାଙ୍କୁ ମିଳିବ ସ୍କୁଲ ବ୍ୟାଗ୍‌, ଏହି ଶ୍ରେଣୀରୁ…

ଭୁବନେଶ୍ୱର,୨୫ା୬: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍‌। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍‌ ମିଳିବ। ଶୀଘ୍ର ବଣ୍ଟନ କରିବାକୁ ଡିଇଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri