Posted inଖେଳ

ରାଇନା କହିଲେ- ଏହି ଖେଳାଳି ଭାରତୀୟ ଟିମ୍‌ର ଆଗାମୀ ଏମ୍‌ଏସ୍‌ ଧୋନୀ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଏକ ଉପଲବ୍ଧିଠାରୁ କମ୍‌ ନୁହଁନ୍ତି। ଟିମ୍‌ ପ୍ରତି ତାଙ୍କ ଯୋଗଦାନକୁ କାହା ସହ ତୁଳନା କରାଯାଇପାରିବ ନାହିଁ। ତାଙ୍କ ସ୍ଥାନ କିଏ ନେଇପାରେ ବୋଲି ଯଦି ପ୍ରଶ୍ନ ହୁଏ ତେବେ ହୁଏତ ଉତ୍ତର ସହଜରେ ମିଳିବ ନାହିଁ। ହେଲେ ଧୋନୀଙ୍କ ଜଣେ ଭଲ ବନ୍ଧୁ ଭାବେ ଜଣାଶୁଣା ସୁରେଶ ରାଇନା ଜଣେ ଭାରତୀୟ କ୍ରିକେଟରଙ୍କ ନା କହିଛନ୍ତି ଯିଏ ଟିମ୍‌ରେ ଆଗାମୀ ଏମ୍‌ଏସ୍‌ ଧୋନୀ ହୋଇପାରିବେ। ସେ ଆଉ କେହି ନୁହନ୍ତି ବରଂ ରୋହିତ ଶର୍ମା।

ଭାରତୀୟ ଟିମ୍‌କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ମହେନ୍ଦ୍ର ସିଂ ଧୋନୀ। ଏଥିପାଇଁ ତାଙ୍କୁ ଦୁନିଆର ଶ୍ରେଷ୍ଠ ଅଧିନାୟକ ଭାବେ ଗଣାଯାଏ। ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ ବିଶ୍ୱ କପ୍‌, ୨୦୧୩ରେ ଚ୍ୟାମ୍ପିଅନ୍ସ ଟ୍ରଫି ଆଦିକୁ ଧୋନୀ ନିଜ ନାମରେ କରିଥିଲେ। ତିନୋଟି ଆଇସିସି ଟ୍ରଫି ଜିତିଥିବା ବିଶ୍ୱର ଏକମାତ୍ର ଅଧିନାୟକ ହେଉଛନ୍ତି ସେ। ରାଇନା ଧୋନୀଙ୍କ ଅଧିନାୟକତ୍ୱରେ ଖେଳି ସାରିଛନ୍ତି। ଏପରିକି ସେ ତାଙ୍କର ଭଲ ବନ୍ଧୁ ମଧ୍ୟ। ଏବେ ସେ ରୋହିତ ଭାରତର ଆଗାମୀ ଧୋନୀ ସାବ୍ୟସ୍ତ ହୋଇପାରନ୍ତି ବୋଲି କହିଛନ୍ତି।

ଦ ସୁପର ଓଭର ପୋଡକାଷ୍ଟରେ ରାଇନା କହିଛନ୍ତି, ମୁଁ କହିବି କି ଭାରତୀୟ ଟିମ୍‌ରେ ରୋହିତ ଆଗାମୀ ଧୋନୀ। ମୁଁ ତାଙ୍କୁ ଦେଖି ସାରିଛି। ସେ ଶାନ୍ତ, ଶୁଣିବାକୁ ପସନ୍ଦ କରନ୍ତି। ତାଙ୍କୁ ଅନ୍ୟ ଖେଳାଳିମାନଙ୍କୁ ଆତ୍ମବିଶ୍ୱାସ ଦେବାକୁ ଭଲ ଲାଗିଥାଏ। ସବୁଠାରୁ ବଡ଼ କଥା ହେଲା ତାଙ୍କୁ ଆଗକୁ ଆସି ଲିଡ୍‌ କରିବା ପସନ୍ଦ। ଯେତେବେଳେ ଜଣେ ଅଧିନାୟକ ଆଗକୁ ଆସି ଲିଡ୍‌ କରେ ତାହା ଡେସିଂ ରୁମ୍‌ର ପରିବେଶ ପାଇଁ ଭଲ ଥାଏ। ଯେତେବେଳେ ବିରାଟ କୋହଲୀ ଆରାମ କରନ୍ତି, ରୋହିତ ଶର୍ମା ଟିମ୍‌ର ଦାୟିତ୍ୱ ନିଅନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ରେ ନିଧାଶ ଟ୍ରଫି ଜିତିଥିଲେ। ଏହାଛଡ଼ା ରୋହିତଙ୍କ ଅଧିନାୟତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ୪ ଥର ଆଇପିଏଲ୍‌ ଜିତିଛି ବୋଲି ରାଇନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଏହି ‘ମିଷ୍ଟ୍ରି ଗର୍ଲ’ କିଏ

ଦୁବାଇ,୨୪।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଖରାପ ପ୍ରଦର୍ଶନ ଜାରି ରହିଛି। ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬...

ଇତିହାସ ରଚିଲେ ବୁମ୍‌ରା

ବର୍ମିଂହାମ,୨।୭: ଟେଷ୍ଟ କ୍ରିକେଟରେ ଜସପ୍ରିତ ବୁମ୍‌ରାଙ୍କ ବିଶ୍ୱ ରେକର୍ଡ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ରେ ସେ ଏହି କାରନାମା କରିଛନ୍ତି। ପ୍ରଥମ ଇନିଂସରେ...

କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଅଧାରୁ ବାତିଲା ହେଲା ଏହି କ୍ରିକେଟ୍‌ ମ୍ୟାଚ୍‌

ଲଣ୍ଡନ, ୭।୯: କାଉଣ୍ଟି କ୍ରିକେଟ୍‌ କ୍ଲବ ନର୍ଥହାମ୍ପଶାୟର ଜଣେ ଖେଳାଳି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବବ୍‌ ଓ୍ବିଲ୍ସ ଟ୍ରଫିର ଏକ ୪ ଦିବସୀୟ ମ୍ୟାଚ୍‌...

ବିଶ୍ୱକପ୍‌ ଚେସ୍‌ ଫାଇନାଲ: ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌ ଚାମ୍ପିୟନ

ବାକୁ,୨୪ା୮: ଚେସ୍‌ ବିଶ୍ୱକପ୍‌ ଫାଇନାଲର ଟାଇବ୍ରେକର ରାଉଣ୍ଡରେ ଭାରତର ଆର୍‌. ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌। ମାତ୍ର ୧୮...

ଭାରତୀୟ ଡବଲ୍ସ ଯୋଡ଼ିଙ୍କ ବିଜୟ

ଜାକର୍ତ୍ତା, ୧୭ା୭ (ପି.ଟି.)-ଭରତର ଦୁଇ ଡବଲ୍ସ ଯୋଡ଼ି ଏଠାରେ ଚାଲିଥିବା ୧,୨୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର...

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ସବିତା ଅଧିନାୟକ, ଓଡ଼ିଶାର ଦୀପ ଗ୍ରେସ ଏକ୍କା ଉପଅଧିନାୟକ

ନୂଆଦିଲ୍ଲୀ,୨୧।୫: ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଟୁର୍ନାମେଣ୍ଟ ଲାଗି ଶନିବାର ଭାରତ ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଜୁନ୍‌ରେ ନେଦରଲ୍ୟାଣ୍ଡ ଓ...

କରୋନା ଯୁଦ୍ଧ ଜିତିବା ପରେ ଜେଜେଙ୍କ କବର ସ୍ଥାନରେ ପହଞ୍ଚିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସହିଦ୍‌ ଆଫ୍ରିଦ୍‌ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହେବା ପରେ ସେ ନିଜ ପୁରୁଣା ଘରକୁ ଯାଇ ଜେଜେ...

ବିଜୟପଥକୁ ଫେରିବା ଲକ୍ଷ୍ୟରେ ଆର୍‌ସିବି

ବେଙ୍ଗାଲୁରୁ, ୧୦ା୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ। ଏଥିରେ ଦଳ ବ୍ୟାଟରମାନଙ୍କଠାରୁ ଅଧିକ...

Advertisement
Archives

Model This Week