Categories: ରାୟଗଡା

ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଯୁବ କ୍ରିକେଟର ସୁରେଶ ନାଗ

ଗୁଣପୁର,୬ା୨(ଡି.ଏନ୍‌.ଏ.) ଗୁଲୁମୁଣ୍ଡା ଯୁବ କ୍ରିକେଟର ସୁରେଶ ନାଗ ଥାଇଲାଣ୍ଡ ପ୍ରିମିୟର ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି। ୨୦ ତାରିଖରେ ସେ ଥାଇଲାଣ୍ଡ ଗସ୍ତ କରିବେ। ଏହା ପୂର୍ବରୁ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣପୁର ପକ୍ଷରୁ ସୁରେଶ ନାଗଙ୍କୁ ସହାୟତା ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ଉପସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡା ସୁରେଶ ନାଗଙ୍କୁ କ୍ରିକେଟ ଉପକରଣ ଯଥା ବ୍ୟାଟ୍‌, ହେଲ୍‌ମେଟ, ବ୍ୟାଟିଂ ଗ୍ଲୋବ, ପ୍ୟାଡ୍‌, ଥାଇଗାର୍ଡ, ଚେଷ୍ଟ ଗାର୍ଡ ଓ କିଟ୍‌ ବ୍ୟାଗ୍‌ ଆଦି ପ୍ରଦାନ କରିଥିଲେ। ପ୍ରିମିୟର ଲିଗ୍‌ରେ ଉତ୍ତମ ପ୍ରଦର୍ଶନ କରି ନିଜ ଏବଂ ଅଞ୍ଚଳରେ ଗୌରବ ରଖିବା ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ। ସୂଚନାନୁଯାୟୀ, ପ୍ରଥମେ ସୁରେଶ ପ୍ରଥମେ ଓଡ଼ିଶା ଗ୍ରାମୀଣ ପ୍ରିମିୟର ଲିଗ୍‌ରେ ଖେଳିଥିଲେ। ପରେ କଟକ ବାରବାଟୀ ଷ୍ଟାଡିୟମରେ ଉତ୍ତମ ପ୍ରଦର୍ଶନ କରିଥିଲେ। ଫେବୃୟାରୀ ମାସରେ ହେବାକୁ ଥିବା ଥାଇଲାଣ୍ଡ ପ୍ରିମିୟମ ଲିଗରେ ବୁଲ୍‌ ବୁଷ୍ଟର ଟିମ୍‌ ପାଇଁ ଖେଳିବାକୁ ମନୋନୀତ ହୋଇଛନ୍ତି। ଜିଆଇଇଟି କୁଳପତି ଡ. ଗୌତମ ଘୋଷ, ଡ. ସଞ୍ଜୟ କୁମାର କୁଅଁର, ପ୍ରଫେସର ଆଶିଷ ସାମଲ, ଡ. ପ୍ରେମାଂଶୁ ଶେଖର ରଥ, ପ୍ରଫେସର ଦେବାଶିଷ ପଟ୍ଟନାୟକ, କ୍ରୀଡ଼ାଧିକାରୀ ରବୀନ୍ଦ୍ର ପଣ୍ଡା, ଆଦିତ୍ୟ ମହାକୁଡ଼, ରଘୁନାଥ ପଣ୍ଡା ସୁରେଶଙ୍କୁ ଶୁଭକାମନା ଜଣାଇଥିଲେ।