କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା ଲାଗି ଟିକେଟ ଦେଇଛି କଂଗ୍ରେସ । ଏବେ ସୁର ରାଉତରାୟ କରିବେ କଣ ? ଦୁଇ ପୁଅଙ୍କ ଲାଗି ମଇଦାନକୁ ଯିବେ ନା କେବଳ ମନ୍ମଥଙ୍କ ଲାଗି ଭୁବନେଶ୍ୱରରେ ରହିବେ । ଯାହାକୁ ନେଇ ଏବେ ସଙ୍କଟରେ ପଡ଼ି ଯାଇଛନ୍ତି ସୁର । ପୂର୍ବରୁ ସାନ ପୁଅ ମନ୍ମଥଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସୁର । କିନ୍ତୁ କଂଗ୍ରେସରୁ ଟିକେଟ୍‌ ମିଳିବା ପରେ ସିଦ୍ଧାର୍ଥ କହିଛନ୍ତି, କେବଳ ଆଶୀର୍ବାଦ ନେବି, ପ୍ରଚାରକୁ ବାପାଙ୍କୁ ଡାକିବିନି ।

ସାନ ପୁଅ ପାଇଁ ଜୋରଦାର ପ୍ରଚାର ଜାରି ରଖିଥିବା ସୁର, ଏବେ ବଡ଼ ପୁଅ ପାଇଁ କରିବେ କ’ଣ? ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିଥିବା ସୁର, ଏବେ କ’ଣ କଂଗ୍ରେସ ପାଇଁ ପ୍ରଚାର କରିବେ? ଭୁବନେଶ୍ବରରେ ବିଜେଡିରୁ ମନ୍ମଥଙ୍କ ପାଇଁ ଭୋଟ ମାଗିବେ, ନା ନିମାପଡ଼ାରେ କଂଗ୍ରେସରୁ ସିଦ୍ଧାର୍ଥଙ୍କ ପାଇଁ କରିବେ ପ୍ରଚାର । ଏନେଇ ଏବେ ସଙ୍କଟରେ ସୁର ରାଉତରାୟ। ତେବେ ମନ୍ମଥଙ୍କ ପ୍ରଚାର କରିବାରୁ ସୁରଙ୍କୁ କଂଗ୍ରେସ ଦଳୀୟ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଉଟ କରି ଦେଇଛି । ଦଳରୁ ବିଦା ହେବା ପରେ ଏବେ ମନ୍ମଥଙ୍କ ଲାଗି ଖୋଲାଖୋଲି ଭୋଟ ମାଗୁଛନ୍ତି ସୁର ।

ନିମାପଡ଼ା ଲାଗି ବଡ଼ ପୁଅ ସିଦ୍ଧାର୍ଥଙ୍କୁ ଟିକେଟ ଦେଇଛି କଂଗ୍ରେସ । ଟିକେଟ୍‌ ମିଳିବା ପରେ ସିଦ୍ଧାର୍ଥ କହିଛନ୍ତି, ଭୁବନେଶ୍ୱରରେ ଶଙ୍ଖ, ନିମାପଡାରେ ହାତ ପାଇଁ ପ୍ରଚାର ଭଲ ଦିଶିବନି । ବାପାଙ୍କୁ ଭୋଟ ପ୍ରଚାର ପାଇଁ ଡାକିବି ନାହିଁ, କେବଳ ଆଶୀର୍ବାଦ ନେବି । ଦଳ ଯେହେତୁ ବହିଷ୍କାର କରିଛି ତାଙ୍କ ବାଟରେ ତାଙ୍କୁ ଛାଡି ଦିଆଯାଉ। ବାପା ନୁହନ୍ତି, ଭିଣୋଇ ପ୍ରସାଦ ହରିଚନ୍ଦନ ଆସିଲେ ଭଲ ହେବ ବୋଲି କହିଛନ୍ତି ସିଦ୍ଧାର୍ଥ। ସୁର ବି ରୋକ ଠୋକ କହିଛନ୍ତି, ବଡ ପୁଅ ଡାକିଲେ ପ୍ରଚାରକୁ ଯିବେ, ନଚେତ ନିଜ ଆଡ଼ୁ ଯିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri