ସୁପ୍ରିୟା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ: ବର୍ଷା ଯୋଗୁ ପ୍ରଥମ ଦିନର ମ୍ୟାଚ…

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ମଙ୍ଗଳବାର ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ସୁପ୍ରିୟା ସ୍ମାରକୀ ଜିଲା ଆନ୍ତଃ କ୍ଲବ ନକ ଆଉଟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି । ଜିଲା କ୍ରୀଡ଼ା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ୱରେ ଓ ବରିଷ୍ଠ କ୍ରୀଡା ଶିକ୍ଷକ ତଥା ପ୍ରତିଯୋଗିତାର ମ୍ୟାଚ କମିଶନର ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରାକ୍ତନ ସାଧାରଣ ସମ୍ପାଦକ ଅରୁଣ କୁମାର ମହାନ୍ତି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏହି ସମୟରେ ଅନ୍ୟତମ ପ୍ରାକ୍ତନ ସାଧାରଣ ସମ୍ପାଦକ ପ୍ରଭାତାଦିତ୍ୟ ମିଶ୍ର, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର , ଯୁଗ୍ମ ସମ୍ପାଦକ ତଥା ଜିଲା କ୍ରୀଡ଼ା ଅଧିକାରୀ ଅଭୟ କୁମାର ପଟ୍ଟନାୟକ, ଫୁଟବଲ ସମ୍ପାଦକ ସେକ ସବଦର, କ୍ରୀଡା ସମ୍ପାଦକ ହରଦୀପ ସିଂ, କୋଷାଧ୍ୟକ୍ଷ ଡଃଶୁଭ୍ରାଂଶୁ ଶେଖର ମହାପାତ୍ର, କ୍ରିକେଟ ସମ୍ପାଦକ ଅମିୟ ଭୂଷଣ ସାହୁ, ଆଉଟ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, ପ୍ରାକ୍ତନ ଖେଳାଳି ପ୍ରେମନାଥ ଗିରି, ପ୍ରଦୀପ ନନ୍ଦ, ଅତିଶ ପଣ୍ଡା, ଜ୍ଞାନ ରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ ଦିବସର ଏକମାତ୍ର ମ୍ୟାଚଟି ସାଧୀନ କ୍ଳବ, ଡୁମେୱରପାଲି ଏବଂ ଏସ.ସି କୁଶନପୁରୀ ମଧ୍ୟରେ ହେବାର ଥିଲା । ପ୍ରବଳ ବର୍ଷା ଯୋଗୁଁ ମ୍ୟା କୁ ସ୍ଥଗିତ ରଖାଯାଇଛି । ଏହି ମ୍ୟାଚ୍‌ଟି ଆସନ୍ତା ୧୯ ତାରିଖରେ ସକାଳରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ କାର୍ଯ୍ୟକ୍ରମ ସଂଯୋଜନାରେ ରମାକାନ୍ତ (ବବଲୁ) ଦାଶ ଓ ବିକାଶ ବିଶ୍ୱାଳ ସହଯୋଗ କରିଥିଲେ । ବୁଧବାର ପ୍ରଥମ ମ୍ୟାଚ ସୁପ୍ରିମ ଏଥେଲେଟିକ ଏସୋସିଏସନ, ଚିଚିଣ୍ଡା ଓ ପଞ୍ଚାୟତ କଲେଜ, ବରଗଡ଼ ଏବଂ ଦିତୀୟ ମ୍ୟାଚ ଡୁଙ୍ଗୁରି ଓ ୟୁଥ ଆଥେଲେଟିକ ଆସୋସିଏସନ , ବରଡୋଲ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri