ପରମ ଜ୍ଞାନ

ଡ. ବାସୁଦେବ ମିଶ୍ର

 

କୌଣସି କ୍ଷେତ୍ରରେ ଆମେ ପ୍ରକୃତରେ ଯେତିକି, ତା’ଠାରୁ ଯଥେଷ୍ଟ ଅଧିକ ବୋଲି ଲୋକେ ଆମକୁ କୁହନ୍ତୁ, ତହିଁରୁ ଅଧିକ ପାରିବାପଣିଆ ଆମ ଭିତରେ ଅଛି ବୋଲି ଲୋକେ ଆମକୁ ସ୍ବୀକୃତି ଦିଅନ୍ତୁ ଏମିତି ଇଚ୍ଛା ଆମ ଭିତରୁ ଅନେକଙ୍କର ଥାଏ। ପିଲାଟିଏ ଯେତିକି ପାରିବାର ହୋଇଥାଏ, ତା’ର ମା’ବାପା ଅନ୍ୟମାନଙ୍କ ସମ୍ମୁଖରେ ତା’ଠାରୁ ଅଧିକ ବୋଲି କହି ସୁଖ ଅନୁଭବ କରନ୍ତି। ଏହା ସଚରାଚର ଦେଖାଯାଏ। ଆମ ପ୍ରିୟଜନଙ୍କ ପାଇଁ ଆମେ ଟିକିଏ ବେଶିକରି କହୁ। ଏଥିରେ ବିସ୍ମିତ ହେବାରେ କିଛି ନାହିଁ। ଯେଉଁଠି ଉନ୍ନତିର ମାର୍ଗ ଉନ୍ମୁକ୍ତ, ଆମେ ପ୍ରଶଂସା କରୁଥିବା ପିଲାଟି ତା’ର ପାରିବାପଣିଆର ସେତିକି ଉଚ୍ଚତାରେ ପହଞ୍ଚତ୍ବାର ସମ୍ଭାବନା ଯେଉଁଠି ରହିଛି, ସେଇଠି ହୁଏତ ଏପରି ପ୍ରଶଂସା ଲାଭଜନକ ହୋଇପାରେ। ମାତ୍ର ଉନ୍ନତିର ଲେଶମାତ୍ର ସମ୍ଭାବନା ନ ଥାଇ ଯେଉଁ ପ୍ରଶଂସା କରାଯାଏ, ତାକୁ ଆମେ ଅନୁଚିତ ପ୍ରଶଂସା ବୋଲି କହିପାରିବା।
ସତରେ ପାରିବାପଣିଆ ଖୁନ୍ଦି ହୋଇଥିବା ଲୋକମାନେ ଅନେକ ସମୟରେ ନିଜ ପାରିବାପଣିଆର ଉଦ୍‌ଘୋଷଣା କରିବା କେବେ ଦେଖାଯାଏ ନାହିଁ। ବହୁ ବିଶିଷ୍ଟ କବି, ଲେଖକ, ବୈଜ୍ଞାନିକ, ଡାକ୍ତର ସେମାନଙ୍କର କର୍ମ ଭିତରେ ଏପରି ବୁଡି ରହିଥାଆନ୍ତି ଯେ ନିଜକୁ ଅନ୍ୟମାନଙ୍କ ସମ୍ମୁଖକୁ ଆଣିବାକୁ ସେମାନଙ୍କର ତର ନ ଥାଏ। ନିଜେ ପ୍ରଚାରିତ ହେବାପାଇଁ ସେମାନଙ୍କର ଇଚ୍ଛା କିମ୍ବା ଅବସର ମଧ୍ୟ ନ ଥାଏ। ଆଜିର ଯୁଗରେ ବିଭିନ୍ନ କ୍ଷେତ୍ରରେ ମଣିଷପାଇଁ ବିଭିନ୍ନ ସୁଖ ସୁବିଧା ଉପଲବ୍ଧ। ସେସବୁ ସେହି ବିଶିଷ୍ଟ ବ୍ୟକ୍ତିମାନଙ୍କର କୁଚ୍ଛ୍ର ସାଧନା ତଥା ପରିଶ୍ରମର ଫଳ, ଏହା ଅନସ୍ବୀକାର୍ଯ୍ୟ। ସେଥିପାଇଁ କୌଣସି ବୈଜ୍ଞାନିକ ଅଥବା ଡାକ୍ତରଙ୍କୁ ନିଜର ପାରିବାପଣିଆର ପ୍ରଖ୍ୟାପନ କରିବାକୁ ପଡ଼େନାହିଁ।
ଆମେ କବିତା ଲେଖୁ। କେତୋଟି କବିତା ଲେଖିବାପରେ ଲୋକେ ଆମକୁ କବି ବୋଲି କହନ୍ତୁ ଏପରି ଇଚ୍ଛା କରୁ। ନିଜକୁ ବଡ଼ବଡ଼ କବିଙ୍କ ସହିତ ତୁଳନା କରିପକାଉ। ଅପେକ୍ଷା କରୁ କେହି ଆମକୁ କବି ବୋଲି ସ୍ବୀକୃତି ଦେଉ, ଆମକୁ ଭରା ସଭାରେ ସମ୍ବର୍ଦ୍ଧିତ କରୁ। ଅପେକ୍ଷାର ଧୈର୍ଯ୍ୟ ଭାଙ୍ଗିଲେ ନିଜକୁ ନିଜେ କବି ବୋଲି ଘୋଷଣା କରିପକାଉ। ଏପରିକି ନିଜକୁ ଖୁବ୍‌ ବଡ଼ ଜଣେ ବିଶିଷ୍ଟ କବି ବୋଲି ଅନ୍ୟମାନଙ୍କ ମନରେ ଧାରଣା ଜନ୍ମାଇବାକୁ ଚେଷ୍ଟା କରୁ। ନିଜେ ନିଜ ବଗିଚାରୁ ଫୁଲ ତୋଳିଆଣି ତହିଁରେ ମାଳାଟିଏ ଗୁନ୍ଥି ନିଜ ଗଳାରେ ପିନ୍ଧି ନିଜ ପିଠିକୁ ଥାପୁଡାଇ ସାବାସ ବେଟା ବୋଲି କହିବସୁ। ନିଜକୁ ରାଜ୍ୟସ୍ତରୀୟ, ଜାତୀୟସ୍ତରୀୟ କବି ବୋଲି କହି ସମ୍ମାନ ସମ୍ବର୍ଦ୍ଧନା ଖୋଜିବସୁ। ଆମେ ବୁଝିପାରୁନା କବିତା ଲେଖିବା ଗୋଟିଏ ସାଧନା-ଉପାସନାର କଥା। ସାଧନା କରିବା ଆଉ ସାଧନାରେ ସିଦ୍ଧିଲାଭ କରିବା ଭିନ୍ନ କଥା। ସିଦ୍ଧି ସମସ୍ତଙ୍କୁ ମିଳେନାହିଁ। ସମସ୍ତେ ସାଧନାକୁ ପୂର୍ଣ୍ଣରୂପ ଦେଇପାରନ୍ତି ନାହିଁ। ସିଦ୍ଧିପ୍ରାପ୍ତ ହେବାପରେ ତା’ର ମହକ କିନ୍ତୁ ଚାରିଆଡ଼କୁ ଚହଟିଯାଏ। କବିତା ଲେଖିବା କଥା ଗୋଟିଏ ଉପଲକ୍ଷ୍ୟ ମାତ୍ର। ଯେ କୌଣସି ବିଷୟ ହେଉନା କାହିଁକି, ସିଦ୍ଧି ନିମିତ୍ତ ନିରନ୍ତର ସାଧନାର ଆବଶ୍ୟକତା ଥାଏ। ସେ କଥାଟି ନ ବୁଝି କେବଳ ଉପହାର, ଉପଢୌକନ ପାଇଁ ବ୍ୟସ୍ତ ବିବ୍ରତ ହେଲେ ହେବ କ’ଣ? ଯେଉଁମାନେ ପ୍ରକୃତରେ କବି, ସେମାନେ କେବେହେଲେ ଆତ୍ମଘୋଷଣା କରନ୍ତି ନାହିଁ। ଅନ୍ୟମାନଙ୍କ ସମ୍ମୁଖରେ ସେମାନେ ନିଜର ପ୍ରଶଂସା କରିବା କେବେ ଦେଖାଯାଏ ନାହିଁ। ଅନ୍ୟମାନେ ତାଙ୍କର ପ୍ରଶଂସା କରୁଥିଲେ ମଧ୍ୟ ସେସବୁ ଶୁଣିବାପାଇଁ ସେମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବାସ୍ତବରେ ଅନ୍ୟମାନଙ୍କ ମୁଖରେ ସାମାନ୍ୟ ପ୍ରଶଂସା ଯେତିକି ମୂଲ୍ୟ ବହନ କରେ, ନିଜ ମୁଖରେ ନିଜର ଯେତେ ପ୍ରଶଂସା କଲେ ମଧ ତା’ର ସେତିକି ମୂଲ୍ୟ ନ ଥାଏ। ପ୍ରକୃତ କଥା ହେଲା- ଆତ୍ମପ୍ରଶଂସା ନିନ୍ଦା ସହିତ ସମାନ ହୋଇଥାଏ।
ଥରେ ଗ୍ରୀସ୍‌ର ଏକ ନିପଟ ମଫସଲ ଗାଁରେ ଜଣେ ଜ୍ଞାନୀ ବୃଦ୍ଧ ଘୋଷଣା କଲେ ଯେ ସେ ଜଣେ ପରମ ଜ୍ଞାନୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ତାଙ୍କର ଆବିର୍ଭାବ ହୋଇଛି ଏଥେନସ୍‌ରେ। ତାଙ୍କର ନାମ ହେଲା ସକ୍ରେଟିସ୍‌। ଏକଥା ଶୁଣିବା ପରେ ଗାଁର କିଛି ଲୋକ ଏଥେନ୍‌ସ ଅଭିମୁଖେ ଚାଲିଲେ। ଉଦ୍ଦେଶ୍ୟ ଥିଲା-ସେହି ପରମ ଜ୍ଞାନୀଙ୍କ ଦର୍ଶନ କରି ତାଙ୍କଠାରୁ କିଛି ଉପଦେଶ ଶୁଣିବେ ଏବଂ ସାଥିରେ ପରମ ଜ୍ଞାନରୂପୀ ମୁକ୍ତାରୁ କିଛି ଆଣିବେ। ସକ୍ରେଟିସଙ୍କ ଘରେ ପହଞ୍ଚତ୍ ତାଙ୍କୁ ଅଭିବାଦନ ପୂର୍ବକ କହିଲେ ଯେ ସେମାନେ କାହିଁ କେତେ ଦୂରରୁ ତାଙ୍କପରି ଜଣେ ପରମ ଜ୍ଞାନୀଙ୍କୁ ଭେଟି ତାଙ୍କଠାରୁ କିଛି ଉପଦେଶ ଶୁଣିବାପାଇଁ ଆସିଛନ୍ତି। ସକ୍ରେଟିସ୍‌ ସେମାନଙ୍କର ଏପରି କଥା ଶୁଣି କହିଲେ-‘ତୁମେ ବଡ଼ ଭୁଲଟାଏ କରିଦେଲ। ସେମାନଙ୍କୁ ଅପ୍ରତିଭ ହୋଇପଡିବା ଦେଖି ସକ୍ରେଟିସ ପୁଣି କହିଲେ-‘ମୁଁ ଯେତେବେଳେ ତରୁଣ ଥିଲି, ସେତେବେଳେ ଏପରି ଭାବନା ମୋ ମନରେ ଜାତ ହୋଇଥିଲା। ମୁଁ ନିଜକୁ ପରମ ଜ୍ଞାନୀ ବୋଲି ଭାବୁଥିଲି କାରଣ ସେତେବେଳ ସୁଦ୍ଧା ମୁଁ କେତୋଟି ଶାସ୍ତ୍ର ଅଧ୍ୟୟନ କରିସାରିଥିଲି। କିନ୍ତୁ ଏବେ ଯେତେବେଳେ ମୁଁ ବୃଦ୍ଧ ହେବାରେ ଲାଗିଛି, ମୁଁ ବୁଝିପାରୁଛି ଯେ ମୋ ନିକଟରେ ଥିବା ଜ୍ଞାନ ଖୁବ୍‌ ସୀମିତ। ତେଣୁ ଜ୍ଞାନର ମୁକ୍ତା ମୋ ପାଖରେ କାହିଁ ଯେ ମୁଁ ତୁମମାନଙ୍କୁ ଦେଇପାରିବି? ତାଙ୍କୁ ଭେଟିବାକୁ ଯାଇଥିବା ଲୋକେ ନିରାଶ ହୋଇ ଗାଁକୁ ଫେରିଲେ ଏବଂ ସେହି ବୃଦ୍ଧଙ୍କୁ କହିଲେ- ‘ସକ୍ରେଟିସ ତ ସ୍ବୟଂ କହିଲେ ଯେ ସେ ଜ୍ଞାନୀ ନୁହନ୍ତି। ଆପଣ କିପରି ତାଙ୍କୁ ପରମ ଜ୍ଞାନୀ ବୋଲି କହିଲେ?’ ବୃଦ୍ଧ ଉତ୍ତର ଦେଲେ- ସେଇଥିପାଇଁ ତ ମୁ ଁ ତାଙ୍କୁ ପରମ ଜ୍ଞାନୀ ବୋଲି କହିଥିଲି। ଯେଉଁ ବ୍ୟକ୍ତି ନିଜର ଆହରଣ କରିଥିବା ଜ୍ଞାନ ସୀମିତ ବୋଲି ଉପଲବ୍ଧି କରିପାରେ, ତାଙ୍କଠାରେ ନିଶ୍ଚୟ ପରମ ଜ୍ଞାନର ଉଦୟ ହୋଇଥାଏ। ତୁମ୍ଭେମାନେ ତାଙ୍କଠାରୁ ଯାହାକିଛି ଶୁଣିଲ, ତାହା ହିଁ ସେହି ଜ୍ଞାନରୂପୀ ମୁକ୍ତା।
ବଡ଼ ଲୋକମାନେ ଆମର ଜୀବନଶୈଳୀ ଓ ଜୀବନଚର୍ଯ୍ୟାକୁ ସୁନ୍ଦର ଏବଂ ପରିପୂର୍ଣ୍ଣ କରିବା ନିମନ୍ତେ ଆମକୁ କେତେ ଉପଦେଶ ଦେଇଥାନ୍ତି। ଆମର ମନ ଓ ହୃଦୟକୁ ସ୍ବଚ୍ଛ ଓ ପରିଷ୍କାର କରିବା ନିମନ୍ତେ ନିରନ୍ତର ଚିନ୍ତା ଓ ଚେଷ୍ଟା କରନ୍ତି। ସେହିସବୁ ଉପଦେଶ ଆମର ଜୀବନକୁ ଉପଯୁକ୍ତ ମାର୍ଗରେ ନେବାପାଇଁ ସମର୍ଥ ହୋଇଥାଏ। ଆମର ବାସଗୃହ ଏ ପୃଥିବୀ ଗୋଟିଏ ବିଶାଳ ପୁସ୍ତକ ଯେଉଁଥିରେ ପ୍ରତ୍ୟେକ ପୃଷ୍ଠାରେ, ପ୍ରତି ପୃଷ୍ଠାର ପ୍ରତ୍ୟେକ ଧାଡିରେ ଅମାପ ଜ୍ଞାନ ଉଲ୍ଲିଖିତ ହୋଇ ରହିଛି ଯୁଗଯୁଗ ଧରି। ସେ ସବୁକୁ ପାଠ କରିବାପାଇଁ ମନୁଷ୍ୟର ଜୀବନକାଳ ଅତ୍ୟନ୍ତ ସ୍ବଳ୍ପ। ଜୀବନକାଳ ମଧ୍ୟରେ ମନୁଷ୍ୟ ସାଧାରଣତଃ ଯେତିକି ଜ୍ଞାନ ଆହରଣ କରିପାରେ, ତାହା ସାମାନ୍ୟ ମାତ୍ର। କିନ୍ତୁ ଦୁଃଖର ବିଷୟ, ସେଇ ସାମାନ୍ୟ ଜ୍ଞାନକୁ ନେଇ ସେ କେବେ କେବେ ଗର୍ବ ଓ ଅହଂକାରରେ ପୋତି ହୋଇଯାଏ।
ଦଶରଥପୁର, ଯାଜପୁର
ମୋ:୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri