OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଯଦି ମାତାପିତା ଆଇଏଏସ ଅଧିକାରୀ ତେବେ…

ନୂଆଦିଲ୍ଲୀ,୨୨।୫: ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କରିଛନ୍ତି। କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଯଦି ମାତାପିତା ଆଇଏଏସ ଅଧିକାରୀ, ତେବେ ସେମାନେ କାହିଁକି ସଂରକ୍ଷଣ ପାଇବାକୁ ହକଦାର ହେବେ। ପଛୁଆ ବର୍ଗ ମଧ୍ୟରେ ‘କ୍ରିମି ଲେୟାର’ ପାଇଁ ସଂରକ୍ଷଣ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି କଥା କହିଛନ୍ତି।

ଶୁଣାଣି ସମୟରେ, ଜଷ୍ଟିସ ନାଗାରଥନା ମତ ଦେଇଥିଲେ ଯେ, ଯଦି ମାତାପିତା ଉଭୟ IAS ଅଧିକାରୀ, ତେବେ ସେମାନେ କାହିଁକି ସଂରକ୍ଷଣର ଲାଭ ପାଇବାକୁ ହକଦାର ହେବେ? ସାମାଜିକ ଗତିଶୀଳତା ଶିକ୍ଷାଗତ ଏବଂ ଆର୍ଥିକ ସଶକ୍ତିକରଣରୁ ଉତ୍ପନ୍ନ ହୁଏ। ତେଣୁ ପିଲାମାନଙ୍କ ପାଇଁ ସଂରକ୍ଷଣ ଦାବି କରିବା ଦ୍ୱାରା ଏହି ବ୍ୟବସ୍ଥାରୁ କେବେବି ପରିବର୍ତ୍ତନ ହେବ ନାହିଁ। ଏହା ଏକ ପ୍ରସଙ୍ଗ ଯାହା ଉପରେ ଆମର ଧ୍ୟାନ ଦେବା ଆବଶ୍ୟକ।

ସେ ଆହୁରି ମଧ୍ୟ କହିଥିଲେ, ଛାତ୍ରୀଛାତ୍ରମାନଙ୍କ ମାତାପିତା ଭଲ ଚାକିରି କରନ୍ତି ଏବଂ ଯଥେଷ୍ଟ ଆୟ କରନ୍ତି, ତଥାପି ପିଲାମାନେ ସଂରକ୍ଷଣ ଦାବି କରିଚାଲିଛନ୍ତି। ସେମାନଙ୍କୁ ସଂରକ୍ଷଣର ଆବଶ୍ୟକତାଠାରୁ ଆଗକୁ ବଢ଼ିବା ଉଚିତ। ଏହି ପ୍ରସଙ୍ଗ ଗଭୀର ବିଚାର ବିମର୍ଶ ଆବଶ୍ୟକ। EWS ବର୍ଗ ଏବଂ ‘କ୍ରିମି ଲେୟାର’ ମଧ୍ୟରେ ମଧ୍ୟ ଏକ ପାର୍ଥକ୍ୟ ରହିବା ଉଚିତ୍‌।

 

Dharitri – Odisha’s No.1 Odia Daily