Posted inଜାତୀୟ

ସାଇରସ୍‌ ମିସ୍ତ୍ରୀଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ୨୬।୩: ଟାଟା ସନ୍ସ ଲିମିଟେଡ୍‌ ଏବଂ ଶାପୁରଜୀ ପଲୋନଜୀ ଗ୍ରୁପ୍‌ର ସାଇରସ୍‌ ମିସ୍ତ୍ରୀ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଟାଟା ଗ୍ରୁପ ପକ୍ଷରୁ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ଟାଟା ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ମିସ୍ତ୍ରୀଙ୍କୁ ପୁଣି ନିଯୁକ୍ତି କରିବାକୁ ନ୍ୟାଶନାଲ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ ଏନସିଏଲଏଟି ଦେଇଥିବା ରାୟକୁ ରଦ୍ଦ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ଏହି ପଦରୁ ବିଦା ହେବାକୁ ପଡିଥିଲା। କମ୍ପାନୀର ଶେୟାରକୁ ନେଇ ଟାଟା ଗ୍ରୁପ ସହ ମିସ୍ତ୍ରୀଙ୍କ ତିକ୍ତତା ସୃଷ୍ଟି ହୋଇଥିଲା। ଟାଟାରେ ମିସ୍ତ୍ରୀଙ୍କ ପରିବାରର ୧୮.୭% ଶେୟାର ରହିଛି। ଏହାକୁ ଆଧାର କରି ସେ ଟାଟା ନାଁରେ ମାର୍କେଟରୁ ଟଙ୍କା ଉଠାଉଥିବା ଅଭିଯୋଗ ହୋଇଥିଲା। ୨୦୧୯ ଡିସେମ୍ବର ୧୮ରେ ଏନସିଏଲଟିଏ ଟାଟା ଗ୍ରୁପ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ସାଇରସ ମିସ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ କହିଥିଲେ। ଏହା ବିରୋଧରେ ଟାଟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଏସ ବୋବଡେ, ଜଷ୍ଟିସ ଏସ ବୋପାନ୍ନା ଓ ଜଷ୍ଟିସ ଭି ରାମାସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆଇନର ସମସ୍ତ ପ୍ରଶ୍ନ ଟାଟା ଗ୍ରୁପ ସପକ୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଡଭାନୀ, ମୂରଲୀମନୋହର ଜୋଷୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର...

ମେଡାଲ ହାରି ବି ହୃଦୟ ଜିତିଲେ ମହିଳା ହକି ଟିମ୍‌: ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ହରିଆଣା ସରକାର

ଚଣ୍ଡିଗଡ଼,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚ ହାରିବା ପରେ ବି ଦେଶବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦଳର...

ହାଡଭଙ୍ଗା ଶୀତ ପରେ ଏବେ ବର୍ଷା ସାଙ୍ଗକୁ ତୁଷାରପାତ, ବଦଳୁଛି ଉତ୍ତର ଭାରତର ପାଣିପାଗ

ନୂଆଦିଲ୍ଲୀ,୨୩ ।୧: ଉତ୍ତର ପଶ୍ଚିମ ଭାରତର କିଛି ସ୍ଥାନରେ ଆଗାମୀ କିଛିଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ଭିତରେ ପଶ୍ଚିମ ହିମାଳୟ...

୪ମାସ ଯାଏ ଶଙ୍କର ମିଶ୍ରାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ପ୍ରତିବନ୍ଧକ...

ନିର୍ବାଚନରେ ଫାଇଦା ପାଇଁ ବିରୋଧୀ ଉସୁକାଉଛନ୍ତି ହିଂସା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜଧାନୀରେ ନିଆଁ ଜଳୁଛି। ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରି ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା...

ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍‌ଏଫ୍‌

ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ...

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ ହୋଇଛି। ଗୁଜରାଟର ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ...

କମିଲା ମଦ ପିଇବାର ବୟସ ସୀମା

ନୂଆଦିଲ୍ଲୀ,୨୨।୩ :  ଦେଶର ରାଜଧାନୀରେ ମଦ ପିଇବା ପାଇଁ ପୂର୍ବରୁ ଧାର୍ଯ୍ୟ ବୟସ ସୀମାକୁ ହ୍ରାସ କରାଯାଇଛି। ପୂର୍ବରୁ ଦିଲ୍ଲୀରେ ମଦ ପିଇବା ପାଇଁ ଆଇନଗତ...

Advertisement
Archives

Model This Week