Posted inଜାତୀୟ

ନୂଆ UGC ନିୟମରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ସିଜେଆଇ କହିଲେ…

ନୂଆଦିଲ୍ଲୀ,୨୯ା୧: ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍‌ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ  ମନ୍ତବ୍ୟ ଦେଇଥିଲେ ଯେ, ଆମକୁ ଏକ ଜାତିହୀନ ସମାଜ ଆଡ଼ିକୁ ଯିବାକୁ ପଡ଼ିବ।

ଆବେଦନକାରୀଙ୍କ ଓକିଲ କହିଥିଲେ, ସମ୍ବିଧାନ ସମସ୍ତଙ୍କୁ ସୁରକ୍ଷା ଦିଏ। ସମସ୍ତ ନାଗରିକଙ୍କୁ ସୁରକ୍ଷା ଦିଆଯିବା ଉଚିତ। କିନ୍ତୁ ନୂଆ ନିୟମ ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ସମାଜରେ ଭେଦଭାବ ସୃଷ୍ଟି କରୁଛି। ଏହା କେବଳ OBC, SC ଏବଂ STଙ୍କ କଥା କୁହେ।

ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ନିୟମ ୩(ଇ) ପୂର୍ବରୁ ଭେଦଭାବକୁ ପରିଭାଷିତ କରିଥାଏ। ୩(ସି)ର ଆବଶ୍ୟକତା କ’ଣ? ଏହା ସମାଜରେ ଭେଦଭାବ ସୃଷ୍ଟି କରେ। ଓକିଲ କହିଥିଲେ, ମୁଁ ଏଗୁଡ଼ିକ ବ୍ୟତୀତ ଅନ୍ୟ ଗୋଷ୍ଠୀ ବିରୋଧରେ ଭେଦଭାବର ଉଦାହରଣ ଦେଇପାରିବି, କିନ୍ତୁ ମୁଁ ଏପରି କରୁନାହିଁ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଉତ୍ତର ଦେଇଥିଲେ, ଏହାର କୌଣସି ଆବଶ୍ୟକତା ନାହିଁ। ମୁଁ କେବଳ ନୂଆ ନିୟମଗୁଡ଼ିକ ଧାରା ୧୪ (ସମାନତାର ଅଧିକାର) ଅନୁଯାୟୀ ଅଛି କି ନାହିଁ ଦେଖୁଛି।

ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଓକିଲ କହିଥିଲେ, ସେ ଧାରା ୩(ସି) ଉପରେ ସ୍ଥଗିତାଦେଶ ଚାହୁଁଛନ୍ତି। ଏହା କେବଳ କିଛି ସମ୍ପ୍ରଦାୟ ବିରୋଧରେ ଭେଦଭାବ ହୋଇପାରେ। ସିଜେଆଇ ସୂର୍ଯ୍ୟକାନ୍ତ ପଚାରିଥିଲେ, ଜଣେ ଦକ୍ଷିଣ ଭାରତୀୟ ଛାତ୍ର ଉତ୍ତର ଭାରତର ଏକ କଲେଜକୁ ଆସନ୍ତି ଏବଂ ସେଠାରେ ତାଙ୍କ ବିରୋଧର ଅନୁପଯୁକ୍ତ ମନ୍ତବ୍ୟ ଦିଆଯାଏ, ତେବେ ଏହା କ’ଣ ଧାରା ୩(ଇ) ଅଧୀନରେ ଆସେକି ? ଆଇଜନୀବୀ ଉତ୍ତର ଦେଇଥିଲେ, ହଁ।

ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମ ଉପରେ ସ୍ଥଗିତାଦେଶ ବା ରୋକ ଜାରି କରିଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୧୨ ନିୟମ କାର୍ଯ୍ୟକାରୀ ହେବ। ୧୯ ମାର୍ଚ୍ଚ ୨୦୨୬ ସୁଦ୍ଧା କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ରେ ହେବ।

sha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

ପ୍ରେମରେ ଅନ୍ଧ! ବିବାହକୁ ବିରୋଧ କଲେ ବାପା-ମାଆ, ବିଷ ଇଞ୍ଜେକ୍ସନ ଦେଇଦେଲେ ଝିଅ

ହାଇଦ୍ରାବାଦ,୨୯।୧: ତେଲେଙ୍ଗାନାର ଭିକାରାବାଦ ଜିଲାର ବାନ୍ଥରାମ ମଣ୍ଡଳରେ ଜଣେ ଯୁବତୀ ତାଙ୍କ ପିତାମାତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହକୁ…

Budget 2026: ‘ମୋଦି ଦେଶକୁ କପଟରେ ପରିପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି,’ ଅର୍ଥନୈତିକ ସର୍ଭେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୧: ଗୁରୁବାର କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଜେଟ ଅଧିବେଶନ ଉପରେ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛି। ସେମାନେ କହିଛନ୍ତି ଯେ ପ୍ରତ୍ୟେକ ଅଧିବେଶନ ଆରମ୍ଭ…

ଶେଷ ହେବ କି କଂଗ୍ରେସ ସହ ମତଭେଦ? ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଦଳ ସହିତ ଉତ୍ତେଜନାର କଳ୍ପନାଜଳ୍ପନା ମଧ୍ୟରେ, ତିରୁଭାନନ୍ତପୁରମ ଏମପି ଶଶି ଥରୁର ସଂସଦ ଭବନରେ ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…

ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…

ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା

ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri