Posted inଜାତୀୟ

ସ୍ବାମୀ ଥାଉ ଥାଉ ଅନ୍ୟଜଣେ ପୁରୁଷ ସହ…ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଜଣେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି ସମୟରେ, ବିଚାରପତି ଏମଏମ ସୁନ୍ଦରେଶ ଏବଂ ବିଚାରପତି ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ପୀଡିତ ମହିଳାଙ୍କୁ ଭର୍ତ୍ସନା କରିଥିଲେ। କାରଣ ମହିଳା ଜଣଙ୍କ ନିଜ ସ୍ବାମୀଙ୍କୁ ଛାଡି ଅନ୍ୟ ପୁଅ ସହ ପ୍ରେମ ସମ୍ପର୍କ କରିଥିଲେ। କେବଳ ଏତିକି ନୁହେଁ, ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ତାଙ୍କୁ ବିବାହ କରିବାକୁ ସେ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ। କିନ୍ତୁ ଏହି ସମୟରେ ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଫଳରେ ମହିଳା ତାଙ୍କ ନାଁ ବଳାତ୍କାର ଅଭିଯୋଗ ଆଣିଥିଲେ। ଅଭିଯୁକ୍ତ ଆଗୁଆ ଜାମିନ ଆବେଦନ କରିଥିଲେ।

ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ମହିଳା କହିଛନ୍ତି, ଅଭିଯୁକ୍ତ ବିବାହ ବାହାନାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଯେତେବେଳେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ, ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।

ଏହାର ଜବାବରେ କୋର୍ଟ କହିଥିଲେ, ବିବାହିତା ଅବସ୍ଥାରେ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ତୁମ ବିରୋଧରେ ମାମଲା ରୁଜୁ ହୋଇପାରିବ। ଆବେଦନକାରୀଙ୍କ ଯୁକ୍ତି ଉପରେ, ସୁପ୍ରିମକୋର୍ଟ କହିଥିଲେ, ତୁମେ ଜଣେ ବିବାହିତ ମହିଳା ଏବଂ ତୁମର ଦୁଇଟି ସନ୍ତାନ ଅଛି। ତୁମେ ଜଣେ ପରିପକ୍ୱ ମହିଳା ଏବଂ ବିବାହିତ ଅବସ୍ଥାରେ ତୁମେ ଅନ୍ୟ କାହା ସହିତ କିପରି ସମ୍ପର୍କ ସ୍ଥାପନ କରୁଥିଲ। ମହିଳାଙ୍କ ଓକିଲ ପୁଣି ଯୁକ୍ତି ଦେଇଥିଲେ ଯେ ଅଭିଯୁକ୍ତ ଆବେଦନକାରୀଙ୍କୁ ବାରମ୍ବାର ହୋଟେଲକୁ ଡାକିଥିଲେ।

ଏହା ଉପରେ, ସୁପ୍ରିମକୋର୍ଟ ମହିଳାଙ୍କୁ ପଚାରିଲେ, ତୁମେ ତାଙ୍କ ଡାକିବାରେ କାହିଁକି ବାରମ୍ବାର ଯାଉଥିଲ? ତୁମେ ଭଲ ଭାବରେ ଜାଣ ଯେ, ବିବାହିତ ଅବସ୍ଥାରେ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖିବା ଏକ ଅପରାଧ।

ପାଟନା ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମହିଳା ଜଣକ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯେଉଁଥିରେ ହାଇକୋର୍ଟ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟ ଜାଣିପାରିଥିଲେ ଯେ, ଅଭିଯୁକ୍ତ ମହିଳାଙ୍କ ଛାଡପତ୍ର ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ନ ଥିଲେ।

ମହିଳା ଜଣକ ୨୦୧୬ରେ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୁକ୍ତଙ୍କୁ ଜାଣିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତଙ୍କ ଚାପରେ ସେ ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ, କିନ୍ତୁ ଯେତେବେଳେ ସେ ଅଭିଯୁକ୍ତଙ୍କୁ ବିବାହ କରିବାକୁ କହିଥିଲେ, ସେ ମନା କରିଦେଇଥିଲେ। ଏଥିରେ ମହିଳା ଜଣଙ୍କ ରାଗିଯାଇଥିଲେ ଏବଂ ସେ ବିହାର ପୋଲିସରେ ଅଭିଯୋଗ କରିଥିଲେ, ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଛନ୍ତି। ତଥାପି, ପାଟନା ହାଇକୋର୍ଟ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ କାରଣ କୋର୍ଟ ଜାଣିଥିଲେ, ଛାଡପତ୍ର ପରେ ଅଭିଯୁକ୍ତ ମହିଳାଙ୍କ ସହ କେବେ ଶାରୀରିକ ସମ୍ପର୍କ ରଖି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri