Posted inଜାତୀୟ

କେନ୍ଦ୍ର, ସେବିର ମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଜାନୁୟାରୀ ୨୪ରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ସ ଜାଲିଆତି ରିପୋର୍ଟ ପ୍ରଘଟ କରିବା ପରେ କମ୍ପାନୀର ଶେୟାର ମୂଲ୍ୟରେ ‘ଆର୍ଟିଫିସିଆଲ କ୍ରାଶ୍‌’ (ମନୁଷ୍ୟକୃତ ପତନ) ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ଷ୍ଟକ୍ସ ମୂଲ୍ୟ ହ୍ରାସ ପାଇବାରେ ଲାଗିଥିବାରୁ ନିରୀହ ନିବେଶକମାନେ ଶୋଷଣର ଶିକାର ହୋଇଛନ୍ତି। ତେଣୁ ହିଣ୍ଡେନ୍‌ବର୍ଗ ରିପୋର୍ଟର ତଦନ୍ତ କରାଯାଉ ଏବଂ ନିବେଶକମାନଙ୍କୁ ଆଶ୍ୱସ୍ତି ଦିଆଯାଉ ବୋଲି ଏଥିରେ ନିବେଦନ କରାଯାଇଛି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଶୁକ୍ରବାର ଏହାର ଶୁଣାଣି କରି କେନ୍ଦ୍ର ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ର ମତାମତ ଲୋଡ଼ିଛନ୍ତି। ପୁଞ୍ଜିବଜାରରେ ଭାରତୀୟ ନିବେଶକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ଦେଶରେ ଏକ ମଜଭୁତ ବ୍ୟବସ୍ଥା ରହିବା ଉଚିତ ବୋଲି ତିନିଜଣିଆ ଖଣ୍ଡପୀଠ ପ୍ରକାଶ କରିଛନ୍ତି।
ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିଓ୍ବାଲା ସାମିଲ ଥିବା ଖଣ୍ଡପୀଠ ନିବେଶକମାନଙ୍କ ସ୍ବାର୍ଥ ରକ୍ଷା ଲାଗି ମଜଭୁତ ବ୍ୟବସ୍ଥା କରିବା ସହ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଉକ୍ତ କମିଟିରେ ବିଶେଷଜ୍ଞମାନଙ୍କ ସହ ଜଣେ ବିଚାରପତି ମଧ୍ୟ ରହିବେ। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗ ପରେ ମାର୍କେଟର ଅଧଃପତନର ଯାଞ୍ଚ କରିବେ। କାରଣ ଶେୟାର ମାର୍କେଟ ଉପରେ ସେଣ୍ଟିମେଣ୍ଟ (ଭାବାବେଗ)ର ପ୍ରଭାବ ଅଧିକ ରହିଥାଏ। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରଠୁ ୨ ସପ୍ତାହ ମଧ୍ୟରେ ନିବେଶକମାନେ ଅନେକ କୋଟି ଟଙ୍କା ହରାଇଲେଣି। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହେବ ସେଥିଲାଗି ବ୍ୟବସ୍ଥା କରିବାକୁ କହୁଛୁ। ଆମେ ପଲିସି ଉପରେ ମୁଣ୍ଡ ଖେଳାଇବାକୁ ଚାହୁଁନାହୁଁ। ଏହା ସରକାରଙ୍କ କାମ। ଭାରତ ସରକାର ଏନେଇ ଆଗ୍ରହୀ କି ନୁହନ୍ତି ତାହା ମଧ୍ୟ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିବ। ସେବି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ବଜାର ନିୟନ୍ତ୍ରକ ଓ ଅନ୍ୟ ବୈଧାନିକ ସଂସ୍ଥାଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହା ଉପରେ ଖଣ୍ଡପୀଠ କହିଥିଲେ, ସେବି ସବୁ କିଛି କରୁଛି ବୋଲି ସଲିସିଟର ଜେନେରାଲ କହୁଛନ୍ତି। ଆମେ କୌଣସି ନିୟନ୍ତ୍ରକ ଢାଞ୍ଚା ଉପରେ ଦୋଷ ଲଦୁନାହୁଁ। ଏହି ଦିଗକୁ ନେଇ ବିତର୍କ କରୁଛୁ। ସଲିସିଟର ଜେନେରାଲ ସେବି ସମେତ ଅର୍ଥ ଓ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ସହ ବିଚାରବିମର୍ଶ କରି ସୋମବାର ଏକ ପ୍ରସ୍ତାବ ନେଇ ଆସିବେ ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି।
ପ୍ରକାଶ ଯେ, ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରଘଟ ହେବା ଦିନଠାରୁ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶତାଧିକ ବିଲିୟନ୍‌ ଡଲାର କ୍ଷତି ହେଲାଣି। ଆଦାନୀ ଏହି ଅଭିଯୋଗକୁ ଭିତ୍ତିହୀନ ଓ ତାଙ୍କ ସମ୍ମାନ ଉପରେ ଆକ୍ରମଣ କହି ଖଣ୍ଡନ କରିଛନ୍ତି। ଗୋଟିଏ ପିଆଇଏଲ୍‌ ଆଇନଜୀବୀ ବିଶାଳ ତିଓ୍ବାରୀ ଓ ଅନ୍ୟଟି ବରିଷ୍ଠ ଓକିଲ ଏମ୍‌.ଏଲ୍‌. ଶର୍ମା ଦାଖଲ କରିଛନ୍ତି। ଆସନ୍ତା ୧୩ ତାରିଖରେ ଉଭୟଙ୍କ ପିଟିଶନ୍‌ର ପରବର୍ତ୍ତୀ ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri