Posted inଜାତୀୟ

ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ହୋଇଥିବା ଆବଦେନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଆଧାର-ଭୋଟର କାର୍ଡ ସଂଯୋଗୀକରଣ ନେଇ ଅତି ତରବରିଆ ଭାବେ ବିନା କୌଣସି ବିତର୍କରେ ପାର୍ଲାମେଣ୍ଟରେ ଆଇନ ଗୃହୀତ କରାଯାଇଥିବାରୁ ଏହାଦ୍ୱାରା ବହୁ ସଂଖ୍ୟକ ଭୋଟର ମତଦାନ ଅଧିକାରରୁ ବଞ୍ଚତ୍ତ ହେବେ ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲା ଏକ ପିଟିଶନ ଦାଏର କରିଥିଲେ। ସୋମବାର ସର୍ବୋଚ୍ଚ ଅଦାଲତରେ ଏହାର ଶୁଣାଣି ହେବାକୁ ଥିବାବେଳେ ସୂର୍ଯଓ୍ବୋଲା ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟକୁ ଯାଆନ୍ତୁ ବୋଲି ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ଏ. ଏସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି।
ଉପରେ ସୁପ୍ରିମକୋର୍ଟ କହିଥିଲେ, ନିର୍ବାଚନ ଆଇନ (ସଂଶୋଧନ), ୨୦୨୧ର ସେକ୍ସନ ୪ ଏବଂ ୫କୁ ସୂର୍ଯଓ୍ବୋଲା ଚ୍ୟାଲେଞ୍ଜ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଅନୁରୂପ ପିଟିଶନର ବିଚାର କରୁଛନ୍ତି। ଏହାର ପ୍ରଭାବଶାଳୀ ବିକଳ୍ପ ପ୍ରତିକାର ହାଇକୋର୍ଟରେ ଅଛି। ସମ୍ବିଧାନର ଧାରା ୨୨୬ ଏପରି ମାମଲାକୁ ଉଚ୍ଚ ଅଦାଲତକୁ ସ୍ଥାନାନ୍ତର କରିବାର ସ୍ବାଧୀନତା ପ୍ରଦାନ କରିଥାଏ। ଯଦି ବିଭିନ୍ନ ସ୍ଥାନରେ ଏପରି ପିଟିଶନ ଦାଏର କରାଯଏ ତେବେ କେନ୍ଦ୍ର ସରକାର ସେଗୁଡ଼ିକର ସ୍ଥାନାନ୍ତର ପାଇଁ ମଧ୍ୟ ଆବଦେନ କରିପାରିବେ। ସେତେବେଳେ ସୁପ୍ରିମକୋର୍ଟ ସମସ୍ତ ପିଟିଶନକୁ ଏକଜୁଟ କରି କୌଣସି ହାଇକୋର୍ଟରେ ବିଚାର ପାଇଁ କହିପାରିନ୍ତି ବୋଲି ଖଣ୍ଡପୀଠ କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ ସୂର୍ଯଓ୍ବୋଲା ନିଜ ପିଟିଶନ ଫେରାଇ ନେଇଛନ୍ତି। ସୂଚନାଯୋଗ୍ୟ, ପାର୍ଲାମେଣ୍ଟର ଶୀତ ଅଧିବେଶନ ବେଳେ ୨୦୨୧ ଡିସେମ୍ବର ୨୦ରେ କେନ୍ଦ୍ର ସରକାର ନିର୍ବାଚନ ଆଇନ (ସଂଶୋଧନ), ୨୦୨୧ ବିଲ୍‌କୁ ଲୋକ ସଭାରେ ଉପସ୍ଥାପନ କରିଥିଲେ। ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ପକ୍ଷରୁ ଆଗତ ଉକ୍ତ ବିଧେୟକକୁ ବିଜେଡି ସମେତ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ଟିଏମ୍‌ସି, ଓ୍ବାଇଏସ୍‌ଆର୍‌ସିପି, ବିଏସ୍‌ପି, ଶିବସେନା ପ୍ରମୁଖ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ତେବେ ରିଜିଜୁ ଏହାକୁ ନିର୍ବାଚନ ସଂସ୍କାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଭୋଟର ପରିଚୟପତ୍ର ସହ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ଏହି ଆଇନକୁ ଅସାମ୍ବିଧାନିକ ତଥା ନାଗରିକଙ୍କ ପ୍ରିଭେସି (ବ୍ୟକ୍ତିଗତ ଅନ୍ତରଙ୍ଗ ତଥ୍ୟ) ଓ ସମାନତା ଅଧିକାର ଉଲ୍ଲଂଘନକାରୀ ଭାବେ ଅଭିହିତ କରି ରଦ୍ଦ ପାଇଁ ସୂର୍ଯ୍ୟଓ୍ବୋଲା ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri