Posted inଜାତୀୟ

ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ହୋଇଥିବା ଆବଦେନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଆଧାର-ଭୋଟର କାର୍ଡ ସଂଯୋଗୀକରଣ ନେଇ ଅତି ତରବରିଆ ଭାବେ ବିନା କୌଣସି ବିତର୍କରେ ପାର୍ଲାମେଣ୍ଟରେ ଆଇନ ଗୃହୀତ କରାଯାଇଥିବାରୁ ଏହାଦ୍ୱାରା ବହୁ ସଂଖ୍ୟକ ଭୋଟର ମତଦାନ ଅଧିକାରରୁ ବଞ୍ଚତ୍ତ ହେବେ ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲା ଏକ ପିଟିଶନ ଦାଏର କରିଥିଲେ। ସୋମବାର ସର୍ବୋଚ୍ଚ ଅଦାଲତରେ ଏହାର ଶୁଣାଣି ହେବାକୁ ଥିବାବେଳେ ସୂର୍ଯଓ୍ବୋଲା ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟକୁ ଯାଆନ୍ତୁ ବୋଲି ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ଏ. ଏସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି।
ଉପରେ ସୁପ୍ରିମକୋର୍ଟ କହିଥିଲେ, ନିର୍ବାଚନ ଆଇନ (ସଂଶୋଧନ), ୨୦୨୧ର ସେକ୍ସନ ୪ ଏବଂ ୫କୁ ସୂର୍ଯଓ୍ବୋଲା ଚ୍ୟାଲେଞ୍ଜ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଅନୁରୂପ ପିଟିଶନର ବିଚାର କରୁଛନ୍ତି। ଏହାର ପ୍ରଭାବଶାଳୀ ବିକଳ୍ପ ପ୍ରତିକାର ହାଇକୋର୍ଟରେ ଅଛି। ସମ୍ବିଧାନର ଧାରା ୨୨୬ ଏପରି ମାମଲାକୁ ଉଚ୍ଚ ଅଦାଲତକୁ ସ୍ଥାନାନ୍ତର କରିବାର ସ୍ବାଧୀନତା ପ୍ରଦାନ କରିଥାଏ। ଯଦି ବିଭିନ୍ନ ସ୍ଥାନରେ ଏପରି ପିଟିଶନ ଦାଏର କରାଯଏ ତେବେ କେନ୍ଦ୍ର ସରକାର ସେଗୁଡ଼ିକର ସ୍ଥାନାନ୍ତର ପାଇଁ ମଧ୍ୟ ଆବଦେନ କରିପାରିବେ। ସେତେବେଳେ ସୁପ୍ରିମକୋର୍ଟ ସମସ୍ତ ପିଟିଶନକୁ ଏକଜୁଟ କରି କୌଣସି ହାଇକୋର୍ଟରେ ବିଚାର ପାଇଁ କହିପାରିନ୍ତି ବୋଲି ଖଣ୍ଡପୀଠ କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ ସୂର୍ଯଓ୍ବୋଲା ନିଜ ପିଟିଶନ ଫେରାଇ ନେଇଛନ୍ତି। ସୂଚନାଯୋଗ୍ୟ, ପାର୍ଲାମେଣ୍ଟର ଶୀତ ଅଧିବେଶନ ବେଳେ ୨୦୨୧ ଡିସେମ୍ବର ୨୦ରେ କେନ୍ଦ୍ର ସରକାର ନିର୍ବାଚନ ଆଇନ (ସଂଶୋଧନ), ୨୦୨୧ ବିଲ୍‌କୁ ଲୋକ ସଭାରେ ଉପସ୍ଥାପନ କରିଥିଲେ। ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ପକ୍ଷରୁ ଆଗତ ଉକ୍ତ ବିଧେୟକକୁ ବିଜେଡି ସମେତ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ଟିଏମ୍‌ସି, ଓ୍ବାଇଏସ୍‌ଆର୍‌ସିପି, ବିଏସ୍‌ପି, ଶିବସେନା ପ୍ରମୁଖ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ତେବେ ରିଜିଜୁ ଏହାକୁ ନିର୍ବାଚନ ସଂସ୍କାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଭୋଟର ପରିଚୟପତ୍ର ସହ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ଏହି ଆଇନକୁ ଅସାମ୍ବିଧାନିକ ତଥା ନାଗରିକଙ୍କ ପ୍ରିଭେସି (ବ୍ୟକ୍ତିଗତ ଅନ୍ତରଙ୍ଗ ତଥ୍ୟ) ଓ ସମାନତା ଅଧିକାର ଉଲ୍ଲଂଘନକାରୀ ଭାବେ ଅଭିହିତ କରି ରଦ୍ଦ ପାଇଁ ସୂର୍ଯ୍ୟଓ୍ବୋଲା ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri