Posted inଜାତୀୟ

ତିରୁପତି ତିରୁମାଲା ମନ୍ଦିରର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧: ଦକ୍ଷିଣ ଭାରତର ପ୍ରସିଦ୍ଧ ମନ୍ଦିର ତିରୁପତି ତିରୁମାଲାର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ. ମନା କରିଛନ୍ତି। କୋର୍ଟ କହିଛନ୍ତି ମନ୍ଦିରରେ ଆରତି କିପରି ହେବ, ନଡ଼ିଆ କିପରି ଭଙ୍ଗା ହେବ ତାହା ଧାର୍ଯ୍ୟ କରିବା ଶୀର୍ଷକୋର୍ଟଙ୍କ କାର୍ଯ୍ୟ ନୁହେଁ। ଜଣେ ଶ୍ରଦ୍ଧାଳୁ ମନ୍ଦିରରେ ରୀତିନୀତି ଠିକ୍‌ ଭାବେ କରାଯାଉ ନ ଥିବା ଅଭିଯୋଗ କରାଯାଇଥିଲା। ଏହାର ବିଚାର କରି କୋର୍ଟ ଏଭଳି କହିଛନ୍ତି।

ଶ୍ରୀବରି ଦାଦା ନାମକ ଶ୍ରଦ୍ଧାଳୁ ପୂର୍ବରୁ ଏନେଇ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ଏହି ମାମଲାରେ କୌଣସି ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଥିଲେ। ପରେ ସେ ସୁପ୍ରିମ୍‌କୋର୍ଟରେ ପିଟିଶନ ଦାଖଲ କରିଥିଲେ।

ମନ୍ଦିରର ଗର୍ଭଗୃହରେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ସେବା ତଥା ପୂଜାପାଠ ପାଇଁ ପୁରାତନ ସମୟର ମାନଦଣ୍ଡ ଆଉ ପାଳନ କରାଯାଉ ନାହିଁ ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ତେବେ ପ୍ରଧାନ ବିଚାରପତି ଏନ.ଭି. ରମନା, ବିଚାରପତି ଏ.ଏସ୍‌.ବୋପନ୍ନା ଏବଂ ହିମା କୋହଲିଙ୍କ ନେତ୍ୟତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ଏହାପୂର୍ବରୁ କୋର୍ଟ ଆବେଦନକାରୀଙ୍କୁ ମନ୍ଦିର ପ୍ରଶାସନରେ ଏକ ସ୍ମାରକପତ୍ର ଦାଖଲ କରିବାକୁ କହିଥିଲେ। କୋର୍ଟ ଏହାର ଉତ୍ତର ଦେବାକୁ ମନ୍ଦିର ପ୍ରଶାସନକୁ କହିଥିଲେ। ଏହାର ଜବାବରେ ଅଦାଲତଙ୍କୁ ମନ୍ଦିର ପ୍ରଶାସନ ପକ୍ଷୀରୁ ଅବଗତ କରାଯାଇଥିଲା ଯେ ମନ୍ଦିରର ସମସ୍ତ ନିର୍ଘଣ୍ଟ ପରମ ପବିତ୍ର ସ୍ବାମୀ ପେଡ୍ଡା ଜିୟାଙ୍ଗାର ଏବଂ ସ୍ବାମୀ ଚିନ୍ନାୟା ଜିୟାଙ୍ଗାରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଛି। ଭଗବାନ ବିଷ୍ଣୁଙ୍କ ଉପାସନା ସହ ଜଡିତ ପ୍ରାଚୀନ ରୀତିନୀତି ଓ ନିୟମ ମନ୍ଦିରରେ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯାଉଛି।

ଆବେଦନକାରୀ ଏହାକୁ ବିରୋଧ କରି କହିଛନ୍ତି ଯେ ନିୟମ ମାନିବାରେ ଅଭାବ ରହିଛି। ଅଦାଲତ ଏହାର ଉତ୍ତରରେ କହିଛନ୍ତି ଯେ,ଏଭଳି ପ୍ରସଙ୍ଗ ସାମ୍ବିଧାନିକ ଅଦାଲତର ଅଧୀନ ନୁହେଁ। ଯଦି କୌଣସି ଆଇନ ଉଲ୍ଲଂଘନ କରାଯାଏ, ତେବେ ଏହାକୁ କୋର୍ଟ ଶୁଣିବେ। ଯଦି ଧାର୍ମିକ ନିୟମ ପାଳନ କରିବାରେ ଆବେଦନକାରୀଙ୍କ ସମସ୍ୟା ଥାଏ, ତେବେ ଆବେଦନକାରୀ ଏହାକୁ ସ୍ଥାନୀୟ ସିଭିଲ୍‌କୋର୍ଟରେ ଦାଖଲ କରିପାରନ୍ତି ବୋଲି ଶୀର୍ଷକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ପୁଣି ଥରେ ଆବେଦନକାରୀଙ୍କୁ ମନ୍ଦିର ପ୍ରଶାସନ ସମ୍ମୁଖରେ ନିଜର ମତ ରଖିବାକୁ କହିଛନ୍ତି। ଯଦି ସେ ଅନୁଭବ କରନ୍ତି ଯେ ସମସ୍ୟାର ସମାଧାନ ହୋଇପାରୁ ନାହିଁ, ତେବେ ସେ ଉପଯୁକ୍ତ ଆଇନଗତ ଫୋରମରେ ନିଜର ମତ ରଖିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri