ଆଦାନୀକୁ ସୁପ୍ରିମକୋର୍ଟ କମିଟିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୦ା୫: ଶିଳ୍ପପତି ଗୌତମ ଆଦାନୀଙ୍କୁ ସୁପ୍ରିମକୋର୍ଟ ନିଯୁକ୍ତ କମିଟି ପକ୍ଷରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ଶର୍ଟସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ ଦୁର୍ନୀତି ଅଭିଯୋଗ ନେଇ କୌଣସି ପ୍ରମାଣ ହସ୍ତଗତ ହୋଇ ନ ଥିବା ଜଷ୍ଟିସ୍‌ (ଅବସରପ୍ରାପ୍ତ) ଏ.ଏମ୍‌. ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ପ୍ୟାନେଲ ସ୍ପଷ୍ଟ କରିଛି।
ନ୍ୟୁୟର୍କର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗତ ଜାନୁୟାରୀ ୨୪ରେ ଆଦାନୀ ସମୂହ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଅନୁସନ୍ଧାନମୂଳକ ରିପୋର୍ଟ ଆଧାରରେ ହିଣ୍ଡେନ୍‌ବର୍ଗ ଏହାର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରିଥିଲା ଯେ, ଆଦାନୀ ଗ୍ରୁପ୍‌ ଶେୟାର ବଜାରରେ ତାଲିକାଭୁକ୍ତ ନିଜ କମ୍ପାନୀଗୁଡ଼ିକର ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଷ୍ଟକ୍ସ ମାନିପୁଲେଶନ ଓ ମନି ଲଣ୍ଡରିଂ ସମ୍ପର୍କିତ ଏହି ତଥ୍ୟ ପ୍ରଘଟ ହେବା ପରେ ଭାରତୀୟ ପୁଞ୍ଜି ବଜାର ଦୋହଲିଯାଇଥିଲା। ମାର୍ଚ୍ଚ ୨ରେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଏ.ଏମ୍‌. ସାପ୍ରେ ଉକ୍ତ ପ୍ୟାନେଲର ମୁଖ୍ୟ ଥିବାବେଳେ ବମ୍ବେ ହାଇକୋର୍ଟ ରିଟାୟାର୍ଡ ଜଜ୍‌ ଜଷ୍ଟିସ୍‌ ଜେ.ପି. ଦେବଧର, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ପୂର୍ବତନ ଅଧ୍ୟକ୍ଷ ଓ.ପି. ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କ ପ୍ରାକ୍ତନ ମୁଖ୍ୟ କେ.ଭି. କାମାଥ, ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନନ୍ଦନ ନିଲେକାନି ଏବଂ ପ୍ରତିଭୂତି ତଥା ନିୟାମକ ବିଶେଷଜ୍ଞ ସୋମଶେଖର ସୁନ୍ଦରେସନଙ୍କୁ ସଦସ୍ୟ ରୂପେ ନିଯୁକ୍ତ କରାଯାଇଥିଲା। ଉକ୍ତ କମିଟି ତଦନ୍ତ ପରେ ୧୭୩ ପୃଷ୍ଠା ସମ୍ବଳିତ ରିପୋର୍ଟ ସାର୍ବଜନୀନ କରିଛି। ଆଦାନୀ ଗ୍ରୁପ୍‌ ନିଜ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ପରିବର୍ତ୍ତନ ପାଇଁ ପ୍ରଭାବିତ କରିନାହିଁ। କୌଣସି ଆଇନର ଉଲ୍ଲଂଘନ ମଧ୍ୟ କରିନାହିଁ। ଶେୟାର ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଥିଲା। ଆଦାନୀ ସମୂହର କମ୍ପାନୀଗୁଡ଼ିକରେ ବେଆଇନ ଭାବେ ନିବେଶ କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ଅନ୍ୟପକ୍ଷେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ପ୍ରଘଟ ପରେ ବଜାରରେ ଉଠାପକା ଯୋଗୁ ଖୁରୁରା ନିବେଶକ ଯେପରି ଅସୁବିଧାରେ ନ ପଡ଼ିବେ ଆଦାନୀ ଗ୍ରୁପ୍‌ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେଇଥିଲା ବୋଲି କମିଟି ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି। ସୁପ୍ରିମକୋର୍ଟ କମିଟି ନିଜ ରିପୋର୍ଟରେ ଆହୁରି କହିଛି ଯେ, ହିଣ୍ଡେନ୍‌ବର୍ଗ ପ୍ରଭାବରେ ଆଦାନୀ ଷ୍ଟକ୍ସ ମୂଲ୍ୟ ହ୍ରାସ ପାଇଥିଲା। କିନ୍ତୁ ଆଦାନୀ ଗ୍ରୁପ୍‌ ପ୍ରମୋଟରମାନଙ୍କ ଉଦ୍ୟମ ଏବଂ ସେମାନଙ୍କଠାରୁ ଜଣେ ପ୍ରାଇଭେଟ ଇକ୍ୱିଟି ଇନ୍‌ଭେଷ୍ଟର ପ୍ରାୟ ୨ ବିଲିୟନ୍‌ ଡଲାରର ଶେୟାର କିଣିଥିଲା। ଏଥିଯୋଗୁ ଆଦାନୀ ଶେୟାର ପୂର୍ବ ସ୍ତରକୁ ଫେରି ନ ଥିଲେ ମଧ୍ୟ ଷ୍ଟକ୍ସ ମୂଲ୍ୟରେ ସ୍ଥିରତା ଆସିଛି। ସେବି ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ୍‌ ସମ୍ପର୍କରେ ପ୍ରଘଟ ଭଳି ଘଟଣା ବ୍ୟବସ୍ଥିତ ସ୍ତରରେ ସେତେଟା ପ୍ରଭାବ ପକାଇ ନ ଥାଏ। ସେପଟେ ଆଦାନୀ ଶେୟାର ମୂଲ୍ୟ ହ୍ରାସ ପାଇଥିବାରୁ ନିବେଶକମାନେ ବହୁ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଥିଲେ। ନିବେଶକଙ୍କ ସ୍ବାର୍ଥ ରକ୍ଷା ଲାଗି ନିୟମ ପ୍ରଣୟନ ଏବଂ ଆଦାନୀ ଗ୍ରୁପ୍‌ର ତଦନ୍ତ ଶେଷ କରି ନ ପାରି ସେବି ଆଉ ୬ ମାସ ସମୟ ମାଗିଥିଲା। ବୁଧବାର ସୁପ୍ରିମକୋର୍ଟ ସେବିକୁ ଅଗଷ୍ଟ ୧୪ ସୁଦ୍ଧା ତଦନ୍ତ ଶେଷ ପାଇଁ ସମୟ ଦେଇଛନ୍ତି। ଉକ୍ତ ପ୍ୟାନେଲ ସେବିକୁ ଏହି ତଦନ୍ତରେ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri