ଓଡ଼ିଶା ସମେତ ୬ ହାଇକୋର୍ଟର ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ/କଟକ ଅଫିସ,୨୭।୫: ୬ ହାଇକୋର୍ଟର ବିଚାରପତିଙ୍କ ବଦଳି କରାଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ଶୁକ୍ରବାର ଏହି ଅଦଳବଦଳ ହୋଇଛି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଲକାତା ହାଇକୋର୍ଟକୁ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ବଦଳି ହୋଇ୍‌ତବା ବେଳେ ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ଅହଶାନୁଦ୍ଦିନ ଅମାନୁଲ୍ଲାଙ୍କୁ ପାଟନା ହାଇକୋର୍ଟ ବଦଳି କରାଯାଇଛି । ମଣିପୁର ହାଇକୋର୍ଟ ବିଚାରପତି ଲାନୁସୁଙ୍ଗକୁମ ଜମିରଙ୍କୁ ଗୌହାଟୀ ହାଇକୋର୍ଟ ବଦଳି କରାଯାଇଥିବାବେଳେ ଜମ୍ମୁ-କଶ୍ମୀରର ଧୀରଜ ସିଂ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଓ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପୁରୁଶାଇନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟ ବଦଳି କରାଯାଇଛି ।