ହାଉଯାଉ ନକଲି ବ୍ରାଣ୍ଡ୍‌

ଭୁବନେଶ୍ୱର,୬ା୯(ବ୍ୟୁରୋ):ହାଟବଜାରରେ ହାଉଯାଉ ନକଲି ବ୍ରାଣ୍ଡ୍‌। ତେଲ, ଲୁଣ, ହଳଦୀ, ସସ୍‌, ଡିଟରଜେଣ୍ଟ, ଦୁଗ୍ଧ, ଘିଅ, ପନିରଠାରୁ ଆରମ୍ଭକରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଭେଜାଲ ବଜାରକୁ କବଳିତ କରିଛି। ଗତ କିଛି ବର୍ଷ ହେବ ଏଭଳି ଅପମିଶ୍ରଣ ରାଜ୍ୟରେ ବଢ଼ି ବଢ଼ି ଚାଲିଛି, ଯାହାର କୁପରିଣାମ ଖାଉଟିଙ୍କୁ ଭୋଗିବାକୁ ପଡୁଛି। ବଜାରରେ ମିଳୁଥିବା ଖାଦ୍ୟସାମଗ୍ରୀ କେତେ ସୁରକ୍ଷିତ ତାହା ଜାଣିବା ଖାଉଟିଙ୍କ ପକ୍ଷେ ମୁସ୍କିଲ। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ନକଲି ସାମଗ୍ରୀକୁ ବଜାରକୁ ଛଡ଼ାଯାଉଛି। ଏଥିରେ ଅସାଧୁ ବ୍ୟବସାୟୀଙ୍କ ସମେତ ଅପମିଶ୍ରଣକାରୀଙ୍କର ସମ୍ପୃକ୍ତି ରହୁଛି। ଆଖିକୁ ନାମୀ ବ୍ରାଣ୍ଡ୍‌ ଦେଖାଯାଉଥିଲେ ମଧ୍ୟ ପ୍ୟାକେଟରେ ବିଷ ଭରି ରହିଛି। ଅପମିଶ୍ରିତ ବ୍ରାଣ୍ଡ୍‌ ଖାଦ୍ୟସାମଗ୍ରୀ ବ୍ୟବହାର କରି ଅନେକ ସମୟରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ନିକଟରେ କଟକ ଜିଲାର ବଡ଼ମ୍ବାରେ ଘରେ ପ୍ରସ୍ତୁତ ଚାଟ୍‌ ଖାଇ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହେବା ଘଟଣା ମଧ୍ୟ ଅପମିଶ୍ରଣର କଳା ସାମ୍ରାଜ୍ୟକୁ ସୂଚାଉଛି।
ଗତ କିଛି ବର୍ଷ ଧରି ଏଭଳି ଅପମିଶ୍ରଣ ଓ ନକଲି ବ୍ରାଣ୍ଡ୍‌ର ଖାଦ୍ୟସାମଗ୍ରୀ ବଜାରକୁ ବହୁମାତ୍ରାରେ ପ୍ରବେଶ କରିଛି। ୨୦୧୯ ଜାନୁୟାରୀରେ କୋରାପୁଟର ଜୟପୁରଠାରେ ମସଲା ଅପମିଶ୍ରଣ ୟୁନିଟ୍‌ ଠାବ କରାଯାଇଥିବା ବେଳେ ସେହିବର୍ଷ ଫେବୃୟାରୀରେ ଅନୁଗୋଳରେ ଡାଲି, ଦୁଗ୍ଧ ଓ ଲଙ୍କାଗୁଣ୍ଡ ଅପମିଶ୍ରଣ ୟୁନିଟ୍‌ ଠାବ ହୋଇଥିଲା। ସେହିପରି ୨୦୨୦ ସେପ୍ଟେମ୍ବରରେ କଟକଠାରେ ଟମାଟୋ ଏବଂ ଲଙ୍କା ସସ୍‌ ନକଲି କାରଖାନା ଠାବ କରାଯାଇଥିଲା। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ପାହାଳଠାରେ ଏକ ନକଲି ଲୁଣ ଓ ଡିଟରଜେଣ୍ଟ ପାଉଡର ଫ୍ୟାକ୍ଟ୍ରି ଠାବ ହେବା ଘଟଣା ରାଜ୍ୟରେ ନକଲି ବ୍ରାଣ୍ଡ୍‌ ଓ ଅପମିଶ୍ରଣ କାରବାର ବ୍ୟାପକତାକୁ ସ୍ପଷ୍ଟ କରୁଛି।
ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ମଧ୍ୟ ଏହି ଆଇନ କାର୍ଯ୍ୟକାରୀ ହେଉଛି। ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ଖାଦ୍ୟପଦାର୍ଥର ମାନ ଯାଞ୍ଚକରିବା ସହ ଅପମିଶ୍ରଣ ସାମଗ୍ରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ଜଣେ ଆଇଏଏସ୍‌ ର଼୍ୟାଙ୍କର ଅଫିସର ଫୁଡ୍‌ ସେଫ୍ଟି କମିଶନର ରହିବେ। ଏହାଛଡ଼ା ଫୁଡ୍‌ ସେଫ୍ଟି ଡାଇରେକ୍ଟର, ଆଡିଶନାଲ ଫୁଡ୍‌ ସେଫ୍ଟି କମିଶନର, ସମସ୍ତ ଜିଲାରେ ଫୁଡ୍‌ ସେଫ୍ଟି ଅଫିସର ରହିବେ। ନିୟମିତ ବ୍ୟବଧାନରେ ନମୁନା ସଂଗ୍ରହ କରାଯାଇ ଲାବୋରେଟୋରିରେ ପରୀକ୍ଷା କରାଯିବ। ଅପମିଶ୍ରଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ଯାଞ୍ଚ ଠିକ୍‌ ଢଙ୍ଗରେ ହେଉ ନ ଥିବା କିମ୍ବା ଅପମିଶ୍ରଣକାରୀଙ୍କ ସହ କେତେକ ଅସାଧୁ ଅଫିସରଙ୍କର ଭିତିରିଆ ସମ୍ପର୍କ ଯୋଗୁ ଏଭଳି ବେଆଇନ କାରବାର ବଢ଼ିଚାଲିଛି। ରାଜ୍ୟରେ ନମୁନା ପରୀକ୍ଷା ଅତ୍ୟନ୍ତ ନଗଣ୍ୟ ରହିଛି। କେବଳ ସେତିକି ନୁହେଁ, ଅପମିଶ୍ରଣକାରୀଙ୍କୁ ଦଣ୍ଡିତ କରିବା ହାର ମଧ୍ୟ କମ୍‌ ରହିଛି। ଗତ ୩ ବର୍ଷରେ ରାଜ୍ୟରେ ୧୦୦ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୨୧ଟିରେ ଅପମିଶ୍ରଣ ଠାବ କରାଯାଇଛି। ଅପମିଶ୍ରଣକାରୀଙ୍କଠାରୁ ଜରିମାନା ବାବଦରେ ୨୬.୩୫ କୋଟି ଟଙ୍କା ଆଦାୟ କରାଯାଇଛି। ସେହିପରି ୨୦୧୮-୧୯ରେ ୧୨୩ ଜଣ ଅପମିଶ୍ରଣକାରୀଙ୍କ ବିରୋଧରେ ସିଭିଲ ଓ କ୍ରିମିନାଲ କେସ୍‌ କରାଯାଇଥିଲେ ମଧ୍ୟ ଜଣେ ହେଲେ ଦଣ୍ଡିତ ହୋଇନାହାନ୍ତି।
ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ କର୍ମଚାରୀ ଅଭାବରୁ ନମୁନା ସଂଗ୍ରହ ତ୍ୱରାନ୍ବିତ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଯେତିକି ନମୁନା ସଂଗ୍ରହ ହେଉଛି, ସେସବୁ ପରୀକ୍ଷା କରିବା ଏବଂ ଅପମିଶ୍ରଣକାରୀଙ୍କୁ ଦଣ୍ଡିତ କରିବା ପ୍ରକ୍ରିୟା ବିଳମ୍ବ ହେଉଛି। ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବା ସହ ଜନସଚେତନତା ସୃଷ୍ଟି କରାଗଲେ ନକଲି ପ୍ରତି ଲୋକମାନେ ଜାଗ୍ରତ ହୋଇପାରିବେ।
ଭୁବନେଶ୍ୱର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଦୀପକ ବିଶୋଇ କହିଛନ୍ତି ଯେ, ମହାନଗର ଅଞ୍ଚଳରେ ଫୁଡ୍‌ ସେଫ୍ଟି ଅଧିକାରୀ ଦୈନିକ ଖାଦ୍ୟସାମଗ୍ରୀ ଯାଞ୍ଚ କରୁଛନ୍ତି। ମାସକୁ ପ୍ରାୟ ୧୫୦ରୁ ୧୮୦ ନମୁନା ସଂଗ୍ରହ କରାଯାଇ ଷ୍ଟେଟ୍‌ ଲାବୋରେଟୋରିରେ ପରୀକ୍ଷା କରାଯାଉଛି। ନମୁନା ସଂଗ୍ରହ ହୋଇଥିବା ପ୍ରାୟ ୪୦% ସାମଗ୍ରୀର ମାନ ଠିକ୍‌ ରହୁନାହିଁ। ମାସିକ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାରବାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଫୁଡ୍‌ ଲାଇସେନ୍ସ ଏବଂ ଏହାଠାରୁ କମ୍‌ କାରବାର କରୁଥିବା ବ୍ୟବସାୟୀଙ୍କ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri