Categories: ଜାତୀୟ

୨୦୨୩ରେ କରୋନା ପରେ ସବୁଠାରୁ ବଡ ବିପଦ ହେବ ସୁପରବଗ, ପ୍ରତିବର୍ଷ  ୧ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ

ନୂଆଦିଲ୍ଲୀ,୩ ।୧: ପ୍ରାୟ ୨ ବର୍ଷ ହେବ କରୋନା ମାହାମାରୀ ଲୋଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରି ଦେଇଥିବା ବେଳେ ଏବେ ଏହାର ନୂଆ ନୂଆ ଭାରିଏଣ୍ଟକୁ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି । ଅନ୍ୟପଟେ ଆମେରିକାରେ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ପ୍ରସାରଲାଭ କରିଥିବା ସୁପରବଗ ପୁଣିଥରେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି ।
କିଛିବର୍ଷ ହେବ ଏହି ବ୍ୟାକ୍ଟେରିଆ ସୁପରବଗ ମେଡିକାଲ ସାଇନ୍ସ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏଥିରେ କୋଭିଡ-୧୯ ସଂକ୍ରମଣ ଏହାକୁ ଆହୁରି ଅଧିକ ବିପଦପୂର୍ଣ୍ଣ କରିଦେଇଛି । ମେଡିକାଲ ଜର୍ନାଲ ଲାନସେଟରେ ପ୍ରକାଶିତ ଏକ ଷ୍ଟଡି ଅନୁଯାୟୀ, ଯଦି ଏହି ସୁପରବଗ ଏମିତି ଗତିରେ ପ୍ରସାରଲାଭ କରିବ ତେବେ ଏହାଯୋଗୁ ପ୍ରତିବର୍ଷ ପ୍ରାୟ ୧ କୋଟି ଲୋକଙ୍କର ମୃତ୍ୟୁ ହୋଇପାରେ । ଏବେ ଏହି ସୁପରବଗରେ ସାରା ବିଶ୍ୱରେ ପ୍ରତିବର୍ଷ ୧୩ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏଥିରେ ଆଣ୍ଟିବାୟୋଟିକ ଓ ଆଣ୍ଟି ଫଙ୍ଗାଲ ଔଷଧ କାମ କରୁନାହିଁ ।
ଏହା ବ୍ୟାକ୍ଟେରିଆର ଏକ ରୂପ । ମଣିଷ ଶରୀରରେ କିଛି ହ୍ୟୁମାନ ଫ୍ରେଣ୍ଡଲି ଭାଇରସ ଥିବା ବେଳେ ଆଉ କିଛି ଖୁବ୍ କ୍ଷତିକାରକ ବ୍ୟାକେଟରିଆ ରହିଥାଆନ୍ତି । ଏହି ବ୍ୟାକ୍ଟେରିଆ ଭାଇରସ ଓ ପାରାସାଇଟର ଷ୍ଟ୍ରେନ୍ । ଯେତେବେଳେ ବ୍ୟାକ୍ଟେରିଆ, ଭାଇରସ, ଫଙ୍ଗସ ବା ପାରାସାଇଟସ୍ ସମୟ ସହ ବଦଳି ଯାଆନ୍ତି ସେତେବେଳେ ଔଷଧ କାମ କରିବା ବନ୍ଦ କରିଦେଇଥାଏ । ଫଳରେ ଏଥିରେ ଏକ ଆଣ୍ଟିମାଇକ୍ରୋବଁୟଲ ରେଜିଷ୍ଟ୍ରେଶନ ଜନ୍ମ ନେଇଥାଏ । ଏହାପରେ ଏହି ସଂକ୍ରମଣର ଚିକିତ୍ସା ଖୁବ୍ ଜଟିଳ ହୋଇଯାଇଥାଏ ।
ଅଧିକ ଆଣ୍ଟିବାୟୋଟିକ ବ୍ୟବହାର ବା ଆବଶ୍ୟକ ନ ଥାଇ ଆଣ୍ଟିବାୟୋଟିକ ଔଷଧ ସେବନ କରିବା ଦ୍ୱାରା ସୁପରବଗ ଜନ୍ମ ହୋଇଥାଏ । ଡାକ୍ତରଙ୍କ କହିବା କଥା ହେଲା ଫ୍ଲୁ ଭଳି ସଂକ୍ରମଣରେ ଆଣ୍ଟିବାୟୋଟିକ ନେଲେ ସୁପରବଗ ହେବାର ସମ୍ଭାବନା ଅଧିକ ଥାଏ । ଏହା ଧୀରେ ଧୀରେ ଅନ୍ୟ ଲୋକଙ୍କୁ ବ୍ୟାପିଥାଏ ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ସୂଚନା ଅନୁଯାୟୀ, ଆମ ଦେଶରେ ନିମୋନିଆ ଓ ସେପ୍ଟିସିମିଆର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ କାର୍ବେପନେମ ମେଡିସିନ ଏବେ ବ୍ୟାକ୍ଟେରିଆ ଉପରେ କାମ କରୁନାହିଁ । ତେଣୁ ଏବେ ଏହି ଔଷଧ ପ୍ରସ୍ତୁତି ଉପରେ ରୋକ ଲାଗାଯାଇଛି ।

Share