Categories: ଜାତୀୟ

ନୀତୀଶଙ୍କ ଶକ୍ତି ପରୀକ୍ଷା ପୂର୍ବରୁ ସମ୍ରାଟ ଚୌଧୁରୀଙ୍କ ଅଭିଯୋଗ: ଘୋଡ଼ାବେପାର କରିବାକୁ ଚାହୁଁଛି କଂଗ୍ରେସ…

ପାଟନା,୬।୨ : ନୀତୀଶ କୁମାର ୧୨ ଫେବୃଆରୀରେ ବିହାର ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ । ତାଙ୍କ ସହ କେତେଜଣ ବିଧାୟକ ଅଛନ୍ତି ଏବଂ କେତେଜଣ ବିରୋଧ କରୁଛନ୍ତି ତାହା ସ୍ଥିର ହେବ। ବର୍ତ୍ତମାନ ସୁଦ୍ଧା ନୀତୀଶ କୁମାରଙ୍କୁ ସହଜରେ ଆସ୍ଥା ଭୋଟ ମିଳିବ ବୋଲି କୁହାଯାଉଛି।

ତେବେ ଏହି ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଭାଜପା ସଭାପତି ସମ୍ରାଟ ଚୌଧୁରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ବିହାରରେ ଭାଜପା ଏବଂ ଜେଡିୟୁର ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି । କିନ୍ତୁ ଆରଜେଡି ବିଧାୟକଙ୍କୁ ଘୋଡ଼ାେ ବପାର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଏହା ଏକ ଗଣତନ୍ତ୍ର, ଦୁଇ ଦଳଙ୍କ ସହଯୋଗରେ ରାଜ୍ୟରେ ସରକାର ଗଠନ ହୋଇଛି।

 

ଆହୁରି ପଢ଼ନ୍ତୁ:  ନିଜ ବିଧାୟକଙ୍କ ଉପରେ କଂଗ୍ରେସର ନାହିଁ ବିଶ୍ୱାସ: ଭାଜପା ଆଣିଲା ଅଭିଯୋଗ…

 

ବିହାରରେ ଆମର କୌଣସି ଅସୁବିଧା ନାହିଁ। ଆମେ କଂଗ୍ରେସ ଦଳର ଭୋଟ ଚାହୁଁନାହୁଁ। ଆମେ ସେମାନଙ୍କର ଭୋଟ ମାଗୁନୁ। ଏହାପୂର୍ବରୁ ସେ ବିଜୟ କୁମାର ସିହ୍ନାଙ୍କ ସହ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।

Share