Posted inଜାତୀୟ

୨୦୨୩ରେ କରୋନା ପରେ ସବୁଠାରୁ ବଡ ବିପଦ ହେବ ସୁପରବଗ, ପ୍ରତିବର୍ଷ  ୧ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ

ନୂଆଦିଲ୍ଲୀ,୩ ।୧: ପ୍ରାୟ ୨ ବର୍ଷ ହେବ କରୋନା ମାହାମାରୀ ଲୋଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରି ଦେଇଥିବା ବେଳେ ଏବେ ଏହାର ନୂଆ ନୂଆ ଭାରିଏଣ୍ଟକୁ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି । ଅନ୍ୟପଟେ ଆମେରିକାରେ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ପ୍ରସାରଲାଭ କରିଥିବା ସୁପରବଗ ପୁଣିଥରେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି ।
କିଛିବର୍ଷ ହେବ ଏହି ବ୍ୟାକ୍ଟେରିଆ ସୁପରବଗ ମେଡିକାଲ ସାଇନ୍ସ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏଥିରେ କୋଭିଡ-୧୯ ସଂକ୍ରମଣ ଏହାକୁ ଆହୁରି ଅଧିକ ବିପଦପୂର୍ଣ୍ଣ କରିଦେଇଛି । ମେଡିକାଲ ଜର୍ନାଲ ଲାନସେଟରେ ପ୍ରକାଶିତ ଏକ ଷ୍ଟଡି ଅନୁଯାୟୀ, ଯଦି ଏହି ସୁପରବଗ ଏମିତି ଗତିରେ ପ୍ରସାରଲାଭ କରିବ ତେବେ ଏହାଯୋଗୁ ପ୍ରତିବର୍ଷ ପ୍ରାୟ ୧ କୋଟି ଲୋକଙ୍କର ମୃତ୍ୟୁ ହୋଇପାରେ । ଏବେ ଏହି ସୁପରବଗରେ ସାରା ବିଶ୍ୱରେ ପ୍ରତିବର୍ଷ ୧୩ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏଥିରେ ଆଣ୍ଟିବାୟୋଟିକ ଓ ଆଣ୍ଟି ଫଙ୍ଗାଲ ଔଷଧ କାମ କରୁନାହିଁ ।
ଏହା ବ୍ୟାକ୍ଟେରିଆର ଏକ ରୂପ । ମଣିଷ ଶରୀରରେ କିଛି ହ୍ୟୁମାନ ଫ୍ରେଣ୍ଡଲି ଭାଇରସ ଥିବା ବେଳେ ଆଉ କିଛି ଖୁବ୍ କ୍ଷତିକାରକ ବ୍ୟାକେଟରିଆ ରହିଥାଆନ୍ତି । ଏହି ବ୍ୟାକ୍ଟେରିଆ ଭାଇରସ ଓ ପାରାସାଇଟର ଷ୍ଟ୍ରେନ୍ । ଯେତେବେଳେ ବ୍ୟାକ୍ଟେରିଆ, ଭାଇରସ, ଫଙ୍ଗସ ବା ପାରାସାଇଟସ୍ ସମୟ ସହ ବଦଳି ଯାଆନ୍ତି ସେତେବେଳେ ଔଷଧ କାମ କରିବା ବନ୍ଦ କରିଦେଇଥାଏ । ଫଳରେ ଏଥିରେ ଏକ ଆଣ୍ଟିମାଇକ୍ରୋବଁୟଲ ରେଜିଷ୍ଟ୍ରେଶନ ଜନ୍ମ ନେଇଥାଏ । ଏହାପରେ ଏହି ସଂକ୍ରମଣର ଚିକିତ୍ସା ଖୁବ୍ ଜଟିଳ ହୋଇଯାଇଥାଏ ।
ଅଧିକ ଆଣ୍ଟିବାୟୋଟିକ ବ୍ୟବହାର ବା ଆବଶ୍ୟକ ନ ଥାଇ ଆଣ୍ଟିବାୟୋଟିକ ଔଷଧ ସେବନ କରିବା ଦ୍ୱାରା ସୁପରବଗ ଜନ୍ମ ହୋଇଥାଏ । ଡାକ୍ତରଙ୍କ କହିବା କଥା ହେଲା ଫ୍ଲୁ ଭଳି ସଂକ୍ରମଣରେ ଆଣ୍ଟିବାୟୋଟିକ ନେଲେ ସୁପରବଗ ହେବାର ସମ୍ଭାବନା ଅଧିକ ଥାଏ । ଏହା ଧୀରେ ଧୀରେ ଅନ୍ୟ ଲୋକଙ୍କୁ ବ୍ୟାପିଥାଏ ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ସୂଚନା ଅନୁଯାୟୀ, ଆମ ଦେଶରେ ନିମୋନିଆ ଓ ସେପ୍ଟିସିମିଆର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ କାର୍ବେପନେମ ମେଡିସିନ ଏବେ ବ୍ୟାକ୍ଟେରିଆ ଉପରେ କାମ କରୁନାହିଁ । ତେଣୁ ଏବେ ଏହି ଔଷଧ ପ୍ରସ୍ତୁତି ଉପରେ ରୋକ ଲାଗାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri