Posted inଖେଳ

ସୁପର ସିରିଜ ଟେନିସ:ସୋହିନୀଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)-
ଏକ ଜାତୀୟ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରି ପ୍ରଥମ ଓଡ଼ିଆ ଭାବେ ନିକଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ଓଡ଼ିଶାର ଟେନିସ ପ୍ରତିଭା ସୋହିନୀ ମହାନ୍ତି ଏବେ ସଫଳତା ଫର୍ଦ୍ଦକୁ ଆଗକୁ ବଢ଼ିଛନ୍ତି। ଅହମଦାବାଦର ଆଲେକଜାଣ୍ଡର ଓ୍ବାସ୍‌କେ ଟେନିସ ଏକାଡେମୀରେ ଅନୁଷ୍ଠିତ ସୁପର ସିରିଜ ଇଭେଣ୍ଟର ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ସେ ଦ୍ୱିମୁକୁଟ ହାସଲ କରିଛନ୍ତି। ସିଙ୍ଗଲ୍ସ ଫାଇନାଲରେ ସେ ହାଇଦ୍ରାବାଦର ବଂଶିକା ମାରିଆ ଭେଜ ବସନ୍ଥଙ୍କୁ ସିଧାସଳଖ ୬-୦, ୬-୦ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଥିଲେ। ଗୁଜରାଟର ଆଭାନୀ ସୁଜିତ ଚିତାଲେ ଥିଲେ ସୋହିନୀଙ୍କର ଡବଲ୍ସ ପାର୍ଟନର। ଫାଇନାଲରେ ସୋହିନୀ-ଆଭାନୀ ଗୁଜରାଟ ଯୋଡ଼ି ପ୍ରାର୍ଥନା ସୋଲାଙ୍କି ଓ ପ୍ରିୟଙ୍କା ସଞ୍ଜୟ ରାଣାଙ୍କୁ ୬-୧, ୬-୪ ସେଟ୍‌ରେ ହରାଇ ଡବଲ୍ସ ଟାଇଟଲ ଜିତିଥିଲେ। ସୋହିନୀ ପଟିଆସ୍ଥିତ ଫରହାନ ଟେନିସ ଏକାଡେମୀରେ ପ୍ରତିଷ୍ଠିତ କୋଚ୍‌ ସୟଦ ଫରହାନ ଅଲୀଙ୍କ ନିକଟରୁ ପ୍ରଶିକ୍ଷଣପ୍ରାପ୍ତ।
ପ୍ରକାଶଯୋଗ୍ୟ ଯେ, କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଛାତ୍ରୀ ୧୨ ବର୍ଷୀୟା ସୋହିନୀ ଗତ ମାର୍ଚ୍ଚରେ ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ଟେନିସ ପ୍ରତିଯୋଗିତାର ୧୪ ବର୍ଷରୁ କମ୍‌ ବିଭାଗରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲ ଖେଳି ଇତିହାସ ରଚିଥିଲେ। ଉଭୟ ବିଭାଗରେ ସେ ରନର୍ସଅପ୍‌ ହୋଇଥିଲେ ହେଁ ପ୍ରଥମ ଓଡ଼ିଆଭାବେ କୌଣସି ଜାତୀୟ ଟେନିସ ଇଭେଣ୍ଟ ଫାଇନାଲ ଖେଳିବାର ଗୌରବ ଅର୍ଜନ କରିଥିଲେ। ଜାତୀୟ ର଼୍ୟାଙ୍କ୍‌ର ୫୧ତମ ସ୍ଥାନରେ ଥିବା ସୋହିନୀ ଫାଇନାଲରେ ପ୍ରବେଶ ପଥରେ ଭାରତର ୨ ଓ ୬ ନମ୍ବର ଖେଳାଳିଙ୍କୁ ପରାସ୍ତ କରିଥିଲେ। ବୟସ ମାତ୍ର ୧୨ ହୋଇଥିଲେ ହେଁ ସୋହିନୀ ଇତିମଧ୍ୟରେ ୫୯ରୁ ଊର୍ଦ୍ଧ୍ୱ ଅଲ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିସାରିଛନ୍ତିି। ଏହି କ୍ରମରେ ସର୍ବାଧିକ ଟାଇଟଲ ହାସଲକାରୀ ଅନ୍ୟତମ ଓଡ଼ିଆ ଖେଳାଳି ଭାବେ ସାବ୍ୟସ୍ତ ହୋଇଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ୧୨ ବର୍ଷରୁ କମ୍‌ ଭାରତୀୟ ଜୁନିୟର ଡେଭିସ କପ୍‌ ଦଳରେ ସ୍ଥାନ ପାଇଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଏମ୍‌ପି ଅଚ୍ୟୁତ ସାମନ୍ତ ସୋହିନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri