Posted inଖେଳ

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ

ହାଇଦ୍ରାବାଦ, ୯।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା। ବିଜୟ ଲକ୍ଷ୍ୟ ହାସଲ ପାଇଁ ମାତ୍ର ୪୫ ମିନିଟରୁ କମ୍‌ ସମୟ ଓ ୯.୪ ଓଭରର ସହାୟତା ନେଲେ। ଦୁହେଁ ଅପରାଜିତ ରହିବା ସହ ମାତ୍ର ୫୮ ବଲ୍‌ରୁ ଗଢ଼ିଲେ ୧୬୭ ରନର ପାର୍ଟନରଶିପ୍‌। ଅର୍ଥାତ୍‌ ଦ୍ୱିତୀୟ ପାଓ୍ବାରପ୍ଲେ ଆସିବା ପୂର୍ବରୁ ଖେଳ ଖତମ। ହେଡ୍‌ ୩୦ ବଲ୍‌ରୁ ୮ଟି ଲେଖାଏ ଚୌକା ଓ ଛକା ସହାୟତାରେ ୮୯ ଓ ଅଭିଷେକ ୨୮ ବଲ୍‌ରୁ ୮ ଚୌକା ଓ ୬ ଛକା ସହିତ ୭୫ ରନରେ ଅପରାଜିତ ରହି ଦଳକୁ ଏକ ଚମତ୍କାର ବିଜୟ ଭେଟିଦେଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବୁଧବାର ଏପରି ଏକ ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ବିଜୟ ସହ ସନ୍‌ରାଇଜର୍ସ କେବଳ ୨ ପଏଣ୍ଟ ପାଇନାହିଁ ରନ୍‌ ହାରରେ ଅବିଶ୍ୱସନୀୟ ଉନ୍ନତି ଆଣିଛି। ଫଳରେ ଦଳ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଟସ୍‌ ଜିତି ଲକ୍ଷ୍ନୌ ଦଳର ଅଧିନାୟକ ଲୋକେଶ ରାହୁଲ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପିଚ୍‌ ଆରମ୍ଭରେ ବ୍ୟାଟରଙ୍କୁ ଆଦୌ ସହାୟକ ହୋଇ ନ ଥିଲା। ଶୀଘ୍ର ୨ଟି ଉଇକେଟର ପତନ ମଧ୍ୟ ଲକ୍ଷ୍ନୌକୁ ବ୍ୟାକ୍‌ଫୁଟରେ ରଖିଥିଲା। ପିଚ୍‌ରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ଭୁବନେଶ୍ୱର କୁମାର। ସେ ଇନିଂସ ଏବଂ ନିଜ ପ୍ରଥମ ଓଭରରେ ମାତ୍ର ୩ ରନ ଦେଇଥିବା ଭୁବନେଶ୍ୱର ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ କ୍ୱିଣ୍ଟନ ଡି’କକ୍‌ଙ୍କୁ ଆଉଟ୍‌ କରି ଲକ୍ଷ୍ନୌକୁ ପ୍ରଥମ ଝଟ୍‌କା ଦେଇଥିଲେ। କେବଳ ସେତିକି ନୁହେଁ ନିଜ ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ସେ ଫର୍ମରେ ଥିବା ମାର୍କୁସ ଷ୍ଟୋଇନିସଙ୍କୁ ପ୍ୟାଭିଲିୟନ ପଠାଇ ଲକ୍ଷ୍ନୌ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ଡି’କକ୍‌ ୨ ଓ ଷ୍ଟୋଇନିସ ୩ ରନ କରିଥିଲେ। ଧିମା ଖେଳିଥିବା ରାହୁଲ ୩୩ ବଲ୍‌ରୁ ୨୯ ରନ କରିଥିବାବେଳେ ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ଆଉଟ ହେବାରୁ ଲକ୍ଷ୍ନୌର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ଲକ୍ଷ୍ନୌ ପ୍ରଥମ ୧୦ ଓଭରରେ ୩ ଉଇକେଟ ହରାଇ ୫୭ ରନ କରିବାକୁ ସକ୍ଷମ ହୋଇଥିଲା। ମଧ୍ୟଭାଗରେ କୃନାଲ ପାଣ୍ଡ୍ୟା ସେଟ୍‌ ହୋଇ ଆସୁଥିବାବେଳେ ଦୁର୍ଭାଗ୍ୟଜନକଭାବେ ରନ୍‌ଆଉଟ ହୋଇଥିଲେ। ସେ ୨୧ ବଲ୍‌ରୁ ୨୪ (୨ ଛକା) ରନ କରିଥିଲେ। ନିକୋଲସ ପୁରନ ଓ ଆୟୂଷ ବଦୋନୀ ଦ୍ରୁତ ହାରରେ ରନ ସଂଗ୍ରହ କରିବାରୁ ଲକ୍ଷ୍ନୌ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ଦୁହେଁ ଅସମାପ୍ତ ୫ମ ଉଇକେଟରେ ୫୨ ବଲ୍‌ରୁ ୯୯ ରନ ସଂଗ୍ରହ କରିଥିଲେ। ପୁରନ ୨୬ ବଲ୍‌ରୁ ୪୮ (୬ ଚୌକା, ୧ ଛକା) ଓ ବଦୋନୀ ୩୦ ବଲ୍‌ରୁ ୫୫ (୯ ଚୌକା) ରନକରି ଅପରାଜିତ ରହିଥିଲେ। ଫଳରେ ଶେଷ ୧୦ ଓଭରରେ ଲକ୍ଷ୍ନୌ ୧ ଉଇକେଟ ହରାଇ ୧୦୮ ରନ କରି ପାରିଥିଲା। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର ଅତି ଚମତ୍କାର ବୋଲିଂ କରିଥିଲେ। ତାଙ୍କ ବୋଲିଂ ଫିଗର ଥିଲା ୪-୦-୧୨-୨।

ସଂକ୍ଷିପ୍ତ ସ୍କୋର
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୦ ଓଭରରେ ୧୬୫/୪ (ଆୟୂଷ ବଦୋନୀ-୫୫*, ନିକୋଲସ ପୁରନ-୪୮*, ଲୋକେଶ ରାହୁଲ-୨୯, ଭୁବନେଶ୍ୱର କୁମାର-୨/୧୨, ପ୍ୟାଟ୍‌ କୁମିନ୍ସ-୧/୪୭)। ସନ୍‌ରାଇଜର୍ସ ହାଇଦ୍ରାବାଦ ୯.୪ ଓଭରରେ ୧୬୭/୦ (ଟ୍ରାଭିସ ହେଡ୍‌-୮୯*, ଅଭିଷେକ ଶର୍ମା-୭୫*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri