Posted inଖେଳ

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। କ୍ରମାଗତ ୨ ପରାଜୟ ପରେ ଦଳ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇଦ୍ରାବାଦ ପକ୍ଷରୁ ଧାର୍ଯ୍ୟ ୧୬୩ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲରେ କ୍ୟାପିଟାଲ୍ସର ୩ ମ୍ୟାଚରୁ ଏହା ପ୍ରଥମ ପରାଜୟ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ହେଁ ଶେଖ୍‌ ଜାୟେଦ ଷ୍ଟାଡିୟମର ସ୍ଲୋ ପିଚ୍‌ରେ ଦିଲ୍ଲୀ ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରେ ଓପନର ପୃଥ୍ବୀ ଶ’(୨ ରନ)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟାସ ଆୟାର ଇନିଂସ ଗଢ଼ିବା ଉଦ୍ୟମରେ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଏଭଳି ପିଚ୍‌ରେ ତାରକା ସ୍ପିନର ରଶିଦ ଖାଁଙ୍କୁ ଜଗିରଖି ଖେଳିବା ଆବଶ୍ୟକ ହେଉଥିଲା। ଦ୍ୱିତୀୟ ଉଇକେଟରେ ୪୦ ରନ ଯୋଗ ହେବାପରେ ଆୟାରଙ୍କୁ ପ୍ରଥମ ଶିକାର ବନେଇ ରଶିଦ ପ୍ରଥମ ସଫଳତା ପାଇଥିଲେ। ୨୧ ବଲ୍‌ ଖେଳିଥିବା ଆୟାର ୨ ଚୌକା ସହାୟତାରେ ୧୭ ରନ କରି ପାରିଥିଲେ। ଏହାର ଅଭିଜ୍ଞ ଧାଓ୍ବନଙ୍କ ଉପରରେ ଦଳର ଭାର ପଡ଼ିଥିଲା। ତେବେ ସେ ୩୧ ବଲ୍‌ରୁ ୩୪(୪ ଚୌକା) ରନ କରି ରଶିଦଙ୍କ ବଲ୍‌ରେ ଆଉଟ ହେବାରୁ ଦିଲ୍ଲୀ ଉପରେ ଚାପ ବଢ଼ି ଯାଇଥିଲା। ୬୨ ରନରେ ଦଳ ତୃତୀୟ ଉଇକେଟ ହରାଇଥିଲା। ରନ ହାର ବୃଦ୍ଧି ପାଉଥିବାରୁ ଉଭୟ ରିଷଭ ପନ୍ତ ଓ ଶିମରନ ହେଟମେର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୧୫ତମ ଓଭରରୁ ହେଟମେର ୧୬ ରନ ସଂଗ୍ରହ କରିଥିଲେ ହେଁ ୧୬ତମ ଓଭରର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ସେ ୧୨ ବଲ୍‌ରୁ ୨୧(୨ ଛକା) ରନ କରିଥିଲେ। ୧୭ତମ ଓଭରରେ ବୋଲିଂ କରିଥିବା ରଶିଦ ୪ର୍ଥ ବଲ୍‌ରେ ପନ୍ତଙ୍କୁ ଆଉଟ କରି ଦିଲ୍ଲୀ ଆଶାରେ ପାଣି ପକାଇ ଦେଇଥିଲେ। ପନ୍ତ ୨୭ ବଲ୍‌ରୁ ୧ ଚୌକା ଓ ୨ଛକା ସହାୟତାରେ ୨୮ ରନ କରିଥିଲେ। ଶେଷ ଆଶା ମାର୍କୁସ ଷ୍ଟୋଇନିସ ମାତ୍ର ୧୧ ରନ କରି ପାରିଥିଲେ। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ରଶିଦ ଖାଁ ୪ ଓଭର ସ୍ପେଲରେ ମାତ୍ର ୧୪ ରନଦେଇ ୩ଟି ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର ୨ଟି ଏବଂ ଖଲିଲ ଅହମଦ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓ୍ବାର୍ନର ଓ ବେୟାରଷ୍ଟୋ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଦୁଇ ଓପନର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ହୋଇଥିଲେ ହେଁ ନିଜ ଷ୍ଟାଇଲରୁ ଦୂରେଇ ରହି ଇନିଂସ ଗଢ଼ିବା ଉପରେ ମନୋନିବେଶ କରିଥିଲେ। ଫଳରେ ପାଓ୍ବାରପ୍ଲେ ୬ ଓଭରରେ ଉଇକେଟ ନ ପଡ଼ିଥିଲେ ହେଁ ମାତ୍ର ୩୮ ରନ ହୋଇ ପାରିଥିଲା। ପ୍ରଥମ ଉଇକେଟରେ ୫୭ ବଲ୍‌ରୁ ୭୭ ରନ ସ୍କୋର ହୋଇଥିବାବେଳେ ଅମିତ ମିଶ୍ରଙ୍କ ବଲ୍‌ରେ ଓ୍ବାର୍ନର କଟ୍‌ ବିହାଇଣ୍ଡ ହୋଇ ଯାଇଥିଲେ। ଅମ୍ପାୟର ପ୍ରଥମେ ଆଉଟ ଦେଇ ନ ଥିଲେ ହେଁ ରିଭ୍ୟୁ ପରେ ନିଷ୍ପତ୍ତି ବଦଳାଇଥିଲେ। ୩୩ଟି ବଲ୍‌ ଖେଳିଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି ୩ ଚୌକା ଓ ୨ ଛକା ସହାୟତାରେ ୪୫ ରନ କରିଥିଲେ। ମନୀଷ ପାଣ୍ଡେ ମାତ୍ର ୩ ରନରେ ଆଉଟ ହେବାରୁ ସନ୍‌ରାଇଜର୍ସକୁ ଝଟ୍‌କା ଲାଗିଥିଲା। ବେୟାରଷ୍ଟୋଙ୍କ ସହ କେନ୍‌ ଓ୍ବିଲିୟମସନ ଇନିଂସକୁ ଆଗେଇ ନେଇଥିଲେ। ଅର୍ଦ୍ଧଶତକ ପୂରଣ ପାଇଁ ବେୟାରଷ୍ଟୋ ୪୪ଟି ବଲ୍‌ର ସହାୟତା ନେଇଥିଲେ। ସେ ମୋଟ ୫୩ (୪୮ ବଲ୍‌, ୨ ଚୌକା, ୧ ଛକା)ରନ କରି ୧୮ତମ ଓଭରର ୫ମ ବଲ୍‌ରେ ଆଉଟ ହୋଇଥିଲେ। ବେୟାରଷ୍ଟୋ ଓ ଓ୍ବିଲିୟମସନ ତୃତୀୟ ଉଇକେଟରେ ୫୨ ରନର ଭାଗୀଦାରି ଗଢ଼ିଥିଲେ। ଅନ୍ତିମ ଓଭରର ୪ର୍ଥ ବଲ୍‌ରେ ଆଉଟ ହୋଇଥିଲେ ଓ୍ବିଲିୟମସନ । ସେ ୨୬ ବଲ୍‌ରୁ ୫ ଚୌକା ସହ ୪୧ ରନ କରିଥିବାବେଳେ କାଗିଶୋ ରାବାଡ଼ାଙ୍କ ବଲରେ ଅକ୍ଷର ପଟେଲଙ୍କୁ ମିଡ୍‌ଅନ୍‌ରେ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଜମ୍ମୁ କଶ୍ମୀର ଅଲରାଉଣ୍ଡର ଅବଦୁଲ ସମଦ ୧୨(୭ ବଲ, ୧ ଚୌକା, ୧ ଛକା) ଓ ଅଭିଷେକ ଶର୍ମା ୧ ରନରେ ଅପରାଜିତ ରହିଥିବାବେଳେ ହାଇଦ୍ରାବାଦ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ରାବାଡ଼ା ଓ ଅମିତ ମିଶ୍ର ୨ଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୨/୪(ବେୟାରଷ୍ଟୋ-୫୩, ଓ୍ବାର୍ନର-୪୫, ଓ୍ବିଲିୟମସନ-୪୧, ରାବାଡ଼ା-୨/୨୧, ଅମିତ-୨/୩୫)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୪୭/୭(ଧାଓ୍ବନ-୩୪, ପନ୍ତ-୨୮, ହେଟମେର-୨୧, ରଶିଦ-୩/୧୪, ଭୁବନେଶ୍ୱର-୨/୨୫, ଟି. ନଟରାଜନ-୧/୨୯, ଖଲିଲ-୧/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri