Posted inଖେଳ

ସନରାଇଜର୍ସ ଭୁବନେଶ୍ୱରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ସନରାଇଜର୍ସ ହାଇଦ୍ରାବାଦ୍‌ ତରଫରୁ ଖେଳିବା ସୁଯୋଗ ଭାରତୀୟ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ବୋଲି ସେ ନିଜେ କହିଛନ୍ତି। ଡେଥ୍‌ ଓଭରରେ ବୋଲିଂ ଏବଂ ଚାପକୁ ହାତେଇବାର କୌଶଳ ଏହି ଦଳରୁ ଖେଳିବା ଦ୍ୱାରା ସେ ହାସଲ କରିପାରିଛନ୍ତି। ଭାରତର ପେସ୍‌ ବାହିନୀକୁ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାବେ ବିବେଚନା କରାଯାଉଛି। ଏହି ବାହିନୀର ମୁଖ୍ୟ ସଦସ୍ୟ ହେଉଛନ୍ତି ଭୁବନେଶ୍ୱର। ଅନ୍ୟମାନେ ହେଲେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ଶାମି ଓ ଉମେଶ ଯାଦବ। ଭୁବନେଶ୍ୱର କହିଛନ୍ତି ସେ ସବୁ ସମୟରେ ୟର୍କର ବଲ୍‌ ପକାଇ ପାରନ୍ତି। ହେଲେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ବଲ୍‌ ପକାଇବା ଶିକ୍ଷା ସେ ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେବାପରେ ହାସଲ କରିଥିଲେ। ଆଇପିଏଲ୍‌ର ଏହି ସଂସ୍କରଣରେ ସେ ୧୪ଟି ମ୍ୟାଚ ଖେଳିଥିଲେ। ଦଳ ତାଙ୍କୁ ଇନିଂସର ଆରମ୍ଭ ଏବଂ ଶେଷ ଭାଗରେ ବୋଲିଂରେ ନିୟୋଜିତ କରିଥିଲା। ଡେଥ୍‌ ଓଭର ବୋଲିଂ ବେଳେ ଚାପକୁ କପରି ହାତେଇବାକୁ ହୁଏ ତାହା ମଧ୍ୟ ସେ ଶିକ୍ଷା କରିପାରିଥିଲେ, ଯାହାକୁ ତାଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ବୋଲି ସେ ମନେକରନ୍ତି। କ୍ରିକେଟବାଜି ଶୋ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗନେଇ ଦୀପ ଦାସଗୁପ୍ତାଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଭାରତୀୟ ପେସ୍‌ ବୋଲର ଏକଥା ପ୍ରକାଶ କରିଛନ୍ତି। ଇତିମଧ୍ୟରେ ୧୩୨ ଅନ୍ତର୍ଜାତୀୟ ଦିନିକିଆ ଏବଂ ୬୩ ଟେଷ୍ଟ ଉଇକେଟ ହାସଲ କରିଥିବା ଭୁବନେଶ୍ୱର କହିଛନ୍ତି, ଯେତେବେଳେ ପୂର୍ବତନ ଭାରତ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଫଳାଫଳକୁ ଆଶା ନ କରି ନିଜ ବୋଲିଂ ଲାଇନ୍‌ ଉପରେ ଧ୍ୟାନ ଦେବା ଆରମ୍ଭ କଲି ଓ ମୁଁ ଲକ୍ଷ୍ୟ ହାସଲ କରିବାରେ ଲାଗିଲି। କୋଭିଡ୍‌-୧୯ ମହାମାରୀ ଯୋଗୁ ସେ ଲକ୍‌ଡାଉନ୍‌ ସମୟକୁ କିପରି ଅତିବାହିତ କରୁଛନ୍ତି ବୋଲି ପଚରାଯିବାରେ ଭୁବନେଶ୍ୱର କହିଛନ୍ତି, ପ୍ରଥମ ୧୫ ଦିନ ମୋ ମନରେ ଉତ୍ସାହ ଜାଗ୍ରତ ହୋଇଥିଲା। ହେଲେ ଏହା କେତେଦିନ ଧରି ଚାଲିବ ତାହା ଅସ୍ପଷ୍ଟ ହେବାରୁ ମଁୁ ବିବ୍ରତ ହୋଇପଡ଼ିଥିଲି। ଘରେ କୌଣସି ସରଞ୍ଜାମ ନ ଥିବାରୁ କେମିତି ବ୍ୟାୟାମ କରିବି ତାହା ଚିନ୍ତା କରିଥିଲି। ଭାବୁଛି କିଛି ମାସ ମଧ୍ୟରେ ପରିସ୍ଥିତିରେ ସୁଧାର ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri