ସୂର୍ଯ୍ୟ ରାଇଜର ଝଡ଼

ଆମର ତାରା ସୂର୍ଯ୍ୟ ପୃଥିବୀରେ ସକଳ ଶକ୍ତିର ଆଧାର । ମାତ୍ର ସୂର୍ଯ୍ୟ ବେଳେବେଳେ ଅଶାନ୍ତ ହୋଇ ଅତି ସକ୍ରିୟ ହୋଇଉଠେ। ସୂର୍ଯ୍ୟପୃଷ୍ଠରେ ଶକ୍ତିଶାଳୀ ଝଡ଼ମାନ ସୃଷ୍ଟି ହୁଏ । ତା’ର ପ୍ରଭାବ ପୃଥିବୀ ସମେତ ସାରା ସୌରଜଗତ ଉପରେ ପଡ଼ିଥାଏ। ଏହିପରି ଏକ ଶକ୍ତିଶାଳୀ ଝଡ଼ ନିକଟରେ ଅନ୍ତରୀକ୍ଷରେ ଅଦୃଶ୍ୟ ଭାବେ ଘଟିଯାଇଛି । ମାତ୍ର ସୂର୍ଯ୍ୟର ଏହି ଝଡ଼ ଆମର ବାତ୍ୟା ଭଳି ପବନର ଏକ ଝଡ଼ ନୁହେଁ; ଏହା ପ୍ରକୃତରେ ସୂର୍ଯ୍ୟର ବାୟୁମଣ୍ଡଳରେ ଏହା ପୃଷ୍ଠରୁ ନିର୍ଗତ ବିପୁଳ ଚାର୍ଜିତ କଣିକାସବୁର ଉତ୍ସର୍ଜନ ଯୋଗୁ ସୃଷ୍ଟି ହେଉଥିବା ଶକ୍ତିଶାଳୀ ଚୁମ୍ବକୀୟ ଝଡ଼ I ଏହି ଝଡ଼ସବୁ ଆମର ସ୍ବାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଉ ନ ଥିଲେ ସୁଦ୍ଧା ପୃଥିବୀର ଉପଗ୍ରହ ସଙ୍କେତ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଜି.ପି.ଏସ୍‌. (GPS) ବ୍ୟବସ୍ଥା, ବିଜୁଳି ଶକ୍ତିକେନ୍ଦ୍ର, ମୋବାଇଲ ଫୋନ୍‌, ରେଡିଓ ଓ ଟେଲିଭିଜନ୍‌ ବ୍ୟବସ୍ଥା ଇତ୍ୟାଦିକୁ ଘୋର ବାଧାପ୍ରାପ୍ତ କରିଥା’ନ୍ତି। ଏହାର ପ୍ରଭାବରେ ଉଚ୍ଚ ଅକ୍ଷାଂଶ ସ୍ଥାନଗୁଡ଼ିକରେ ବାସ କରୁଥିବା ଲୋକମାନେ ଆକାଶରେ ରଙ୍ଗ ବେରଙ୍ଗର ଆଲୁଅମାନ ଦେଖିଥା’ନ୍ତି, ଯାହାକୁ ମେରୁ ଆଲୁଅ (Aurora) କୁହାଯାଏ I ସୂର୍ଯ୍ୟରୁ ଉତ୍ସର୍ଜିତ ଚାର୍ଜିତ କଣିକାସବୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସଙ୍ଗେ ପ୍ରତିକ୍ରିୟା କରିବା ହେତୁ ମେରୁ ରାଇଜର ଆକାଶରେ ଏଭଳି ଦର୍ଶନୀୟ ଦୃଶ୍ୟ ଦେଖିବାକୁ ମିଳେ। ସୌରଝଡ଼ ପ୍ରକୃତରେ ୪ ପ୍ରକାରର:
ସୌର ଶିଖା
ସୂର୍ଯ୍ୟପୃଷ୍ଠରେ ବେଳେବେଳେ କଳା କଳା ଦାଗ ମାନ ଦେଖାଯାଏ, ଯାହାକୁ ସୌର କଳଙ୍କ କହନ୍ତି I ସୌର କଳଙ୍କଗୁଡ଼ିକରେ ତୀବ୍ର ଚୁମ୍ବକୀୟ କ୍ଷେତ୍ର କେନ୍ଦ୍ରୀଭୂତ ଥାଏ। ଏହି ସ୍ଥାନଗୁଡ଼ିକରେ କେନ୍ଦ୍ରୀଭୂତ ଥିବା ଚୁମ୍ବକୀୟ କ୍ଷେତ୍ରର ବଳରେଖାଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି ହେଲେ ସୂର୍ଯ୍ୟପୃଷ୍ଠରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ପ୍ଲାଜମାର ବିଶାଳକାୟ ପିଣ୍ଡମାନ ଅନ୍ତରୀକ୍ଷକୁ ବହୁ ଦୂର ପର୍ଯ୍ୟନ୍ତ ଶିଖା ଆକାରରେ ନିର୍ଗତ ହୁଏ I ଏହି ଶିଖାମାନଙ୍କୁ ‘ସୌର ଶିଖା’ କୁହାଯାଏ I ଏହି ସମୟରେ ମଧ୍ୟ ସୂର୍ଯ୍ୟର ତାପମାତ୍ରା ଓ ଉଜ୍ଜ୍ବଳତା ବହୁ ଗୁଣ ବୃଦ୍ଧି ପାଏ ।

କିରୀଟ ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନ
ବେଳେବେଳେ ସୂର୍ଯ୍ୟପୃଷ୍ଠରେ ଚୁମ୍ବକୀୟ କ୍ଷେତ୍ରର ଘୋର ବିଶୃଙ୍ଖଳା ଦେଖାଦେଲେ ବିଶାଳକାୟ ପିଣ୍ଡମାନ ସୂର୍ଯ୍ୟର କିରୀଟ ମଣ୍ଡଳ ମଧ୍ୟରେ କିମ୍ବା ଅନ୍ତରୀକ୍ଷକୁ ଛିଟିକି ପଡ଼ନ୍ତି I ଏହି ନିର୍ଗତ ପିଣ୍ଡରେ ଚୁମ୍ବକୀୟ ପ୍ଲାଜ୍‌ମା ଏବଂ ଚାର୍ଜିତ କଣିକା ଯଥା ଇଲେକ୍ଟ୍ରନ ଓ ପ୍ରୋଟୋନ ମାନ ରହିଥା’ନ୍ତି I ସୌର ଶିଖା ତୁଳନାରେ କିରୀଟ ମଣ୍ଡଳୀୟ ପିଣ୍ଡର ଉତ୍ସର୍ଜନର ବ୍ୟାପ୍ତି ଓ ବେଗ କମ୍‌ I
ଭୂ-ଚୁମ୍ବକୀୟ ଝଡ଼
ସୂର୍ଯ୍ୟରେ ସୃଷ୍ଟି ହେଉଥିବା କିରୀଟ ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନର ପ୍ରଭାବ ବେଳେବେଳେ ପୃଥିବୀକୁ ସଂପ୍ରସାରିତ ହୁଏ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ବହୁ ସଂଖ୍ୟକ ଚାର୍ଜିତ କଣିକାମାନ ପ୍ରବେଶ କରିବା ହେତୁ ପୃଥିବୀର ଆୟନ ମଣ୍ଡଳ (Ionosphere) ଓ ଚୁମ୍ବକ ମଣ୍ଡଳ (Magnetosphere)ରେ ଉଚ୍ଚ ବିଦ୍ୟୁତ୍‌ ସ୍ରୋତ ପ୍ରବାହିତ ହୋଇ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଘୋର ବିଶୃଙ୍ଖଳା ପରିଲକ୍ଷିତ ହୁଏ I ପୃଥିବୀରେ ଏଭଳି ଚୁମ୍ବକୀୟ ଝଡ଼ର ତୀବ୍ରତା ସୌର କଳଙ୍କ ଚକ୍ରର ଅବସ୍ଥା ଅନୁସାରେ ବଦଳିଥାଏ। ବିଗତ ଦିନରେ ୧୮୫୯ ମସିହାରେ ଘଟିଥିବା ଏକ ଶକ୍ତିଶାଳୀ ଭୂ-ଚୁମ୍ବକୀୟ ଝଡ଼ରେ ଯୁକ୍ତରାଷ୍ଟ୍ର ଆମେରିକାର ଟେଲିଗ୍ରାଫ୍‌ ବ୍ୟବସ୍ଥା ଘୋର କ୍ଷତିଗ୍ରସ୍ତ ହୋଇଥିଲାବେଳେ ୧୯୮୯ ମସିହାରେ ସଂଘଟିତ ଅନ୍ୟ ଏକ ଭୂ-ଚୁମ୍ବକୀୟ ଝଡ଼ରେ କାନାଡ଼ାର କୁଇବେକ୍‌ ସହରର ଅନେକ ବିଜୁଳିକେନ୍ଦ୍ର ଶର୍ଟ- ସର୍କିଟ ହୋଇ ବିଜୁଳି ଯୋଗାଣ ଗୁରୁତର ବାଧାପ୍ରାପ୍ତ ହୋଇଥିଲା I ଏହା ସହିତ ଦକ୍ଷିଣକୁ ବହୁ ଦୂର ପର୍ଯ୍ୟନ୍ତ ମେରୁ ଆଲୁଅ ( Aurora) ଗୁଡ଼ିକ ଦେଖା ଦେଇଥିଲେ।
ସୌର ପ୍ରୋଟୋନ୍‌ ଘଟଣା
ସୂର୍ଯ୍ୟପୃଷ୍ଠରୁ କିରୀଟ ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନ ସମୟରେ ବହୁ ସଂଖ୍ୟାରେ ପ୍ରୋଟୋନ୍‌ କଣିକା ଉତ୍ସର୍ଜିତ ହୋଇଥା’ନ୍ତି, ଯାହା ସୌରଜଗତର ସମସ୍ତ ଦିଗରେ ଗତି କରିଥା’ନ୍ତି ।ସେଥିରୁ କିଛି ପ୍ରୋଟୋନ୍‌ କଣିକା ପୃଥିବୀ ଦିଗରେ ଗତି କରି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭେଦ କରି ଆୟନ ମଣ୍ଡଳର କଣିକାଗୁଡିକୁ ଆୟନିକତ କରିଥା’ନ୍ତି। ଏହି ଉଚ୍ଚ ଶକ୍ତିସମ୍ପନ୍ନ ପ୍ରୋଟୋନ୍‌ କଣିକାସବୁ କକ୍ଷରେ ଅବସ୍ଥାପିତ ଅନ୍ତରୀକ୍ଷଯାନ ଏବଂ ମହାକାଶଚାରୀଙ୍କ ପାଇଁ ବିକିରଣ (Radiation) ଜନିତ ଗୁରୁତର ସମସ୍ୟା ସୃଷ୍ଟି କରିଥା’ନ୍ତି ।
ଘଟୁଥିବା ପ୍ରତିଟି ଘଟଣା ପୃଥିବୀ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଭାବ ପକାଏ। ସୂର୍ଯ୍ୟପୃଷ୍ଠର ଏଭଳି ଘଟଣାକୁ ଏଡ଼ାଇ ଦେଇ ହେବ ନାହିଁ ।
ମାତ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସୁଦୂର ସୂର୍ଯ୍ୟ ରାଇଜରେ ଘଟୁଥିବା ଏଭଳି ଘଟଣା ଉପରେ କଡ଼ା ନଜର ରଖି ସେ ସମ୍ପର୍କରେ ଆଗୁଆ ସୂଚନା ଜାରି କଲେ ପୃଥିବୀରେ ଘଟୁଥିବା କ୍ଷୟକ୍ଷତିର ମାତ୍ରାକୁ ପ୍ରତିହତ କରିହେବ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?