ସୂର୍ଯ୍ୟ ରାଇଜର ଝଡ଼

ଆମର ତାରା ସୂର୍ଯ୍ୟ ପୃଥିବୀରେ ସକଳ ଶକ୍ତିର ଆଧାର । ମାତ୍ର ସୂର୍ଯ୍ୟ ବେଳେବେଳେ ଅଶାନ୍ତ ହୋଇ ଅତି ସକ୍ରିୟ ହୋଇଉଠେ। ସୂର୍ଯ୍ୟପୃଷ୍ଠରେ ଶକ୍ତିଶାଳୀ ଝଡ଼ମାନ ସୃଷ୍ଟି ହୁଏ । ତା’ର ପ୍ରଭାବ ପୃଥିବୀ ସମେତ ସାରା ସୌରଜଗତ ଉପରେ ପଡ଼ିଥାଏ। ଏହିପରି ଏକ ଶକ୍ତିଶାଳୀ ଝଡ଼ ନିକଟରେ ଅନ୍ତରୀକ୍ଷରେ ଅଦୃଶ୍ୟ ଭାବେ ଘଟିଯାଇଛି । ମାତ୍ର ସୂର୍ଯ୍ୟର ଏହି ଝଡ଼ ଆମର ବାତ୍ୟା ଭଳି ପବନର ଏକ ଝଡ଼ ନୁହେଁ; ଏହା ପ୍ରକୃତରେ ସୂର୍ଯ୍ୟର ବାୟୁମଣ୍ଡଳରେ ଏହା ପୃଷ୍ଠରୁ ନିର୍ଗତ ବିପୁଳ ଚାର୍ଜିତ କଣିକାସବୁର ଉତ୍ସର୍ଜନ ଯୋଗୁ ସୃଷ୍ଟି ହେଉଥିବା ଶକ୍ତିଶାଳୀ ଚୁମ୍ବକୀୟ ଝଡ଼ I ଏହି ଝଡ଼ସବୁ ଆମର ସ୍ବାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଉ ନ ଥିଲେ ସୁଦ୍ଧା ପୃଥିବୀର ଉପଗ୍ରହ ସଙ୍କେତ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଜି.ପି.ଏସ୍‌. (GPS) ବ୍ୟବସ୍ଥା, ବିଜୁଳି ଶକ୍ତିକେନ୍ଦ୍ର, ମୋବାଇଲ ଫୋନ୍‌, ରେଡିଓ ଓ ଟେଲିଭିଜନ୍‌ ବ୍ୟବସ୍ଥା ଇତ୍ୟାଦିକୁ ଘୋର ବାଧାପ୍ରାପ୍ତ କରିଥା’ନ୍ତି। ଏହାର ପ୍ରଭାବରେ ଉଚ୍ଚ ଅକ୍ଷାଂଶ ସ୍ଥାନଗୁଡ଼ିକରେ ବାସ କରୁଥିବା ଲୋକମାନେ ଆକାଶରେ ରଙ୍ଗ ବେରଙ୍ଗର ଆଲୁଅମାନ ଦେଖିଥା’ନ୍ତି, ଯାହାକୁ ମେରୁ ଆଲୁଅ (Aurora) କୁହାଯାଏ I ସୂର୍ଯ୍ୟରୁ ଉତ୍ସର୍ଜିତ ଚାର୍ଜିତ କଣିକାସବୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସଙ୍ଗେ ପ୍ରତିକ୍ରିୟା କରିବା ହେତୁ ମେରୁ ରାଇଜର ଆକାଶରେ ଏଭଳି ଦର୍ଶନୀୟ ଦୃଶ୍ୟ ଦେଖିବାକୁ ମିଳେ। ସୌରଝଡ଼ ପ୍ରକୃତରେ ୪ ପ୍ରକାରର:
ସୌର ଶିଖା
ସୂର୍ଯ୍ୟପୃଷ୍ଠରେ ବେଳେବେଳେ କଳା କଳା ଦାଗ ମାନ ଦେଖାଯାଏ, ଯାହାକୁ ସୌର କଳଙ୍କ କହନ୍ତି I ସୌର କଳଙ୍କଗୁଡ଼ିକରେ ତୀବ୍ର ଚୁମ୍ବକୀୟ କ୍ଷେତ୍ର କେନ୍ଦ୍ରୀଭୂତ ଥାଏ। ଏହି ସ୍ଥାନଗୁଡ଼ିକରେ କେନ୍ଦ୍ରୀଭୂତ ଥିବା ଚୁମ୍ବକୀୟ କ୍ଷେତ୍ରର ବଳରେଖାଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି ହେଲେ ସୂର୍ଯ୍ୟପୃଷ୍ଠରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ପ୍ଲାଜମାର ବିଶାଳକାୟ ପିଣ୍ଡମାନ ଅନ୍ତରୀକ୍ଷକୁ ବହୁ ଦୂର ପର୍ଯ୍ୟନ୍ତ ଶିଖା ଆକାରରେ ନିର୍ଗତ ହୁଏ I ଏହି ଶିଖାମାନଙ୍କୁ ‘ସୌର ଶିଖା’ କୁହାଯାଏ I ଏହି ସମୟରେ ମଧ୍ୟ ସୂର୍ଯ୍ୟର ତାପମାତ୍ରା ଓ ଉଜ୍ଜ୍ବଳତା ବହୁ ଗୁଣ ବୃଦ୍ଧି ପାଏ ।

କିରୀଟ ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନ
ବେଳେବେଳେ ସୂର୍ଯ୍ୟପୃଷ୍ଠରେ ଚୁମ୍ବକୀୟ କ୍ଷେତ୍ରର ଘୋର ବିଶୃଙ୍ଖଳା ଦେଖାଦେଲେ ବିଶାଳକାୟ ପିଣ୍ଡମାନ ସୂର୍ଯ୍ୟର କିରୀଟ ମଣ୍ଡଳ ମଧ୍ୟରେ କିମ୍ବା ଅନ୍ତରୀକ୍ଷକୁ ଛିଟିକି ପଡ଼ନ୍ତି I ଏହି ନିର୍ଗତ ପିଣ୍ଡରେ ଚୁମ୍ବକୀୟ ପ୍ଲାଜ୍‌ମା ଏବଂ ଚାର୍ଜିତ କଣିକା ଯଥା ଇଲେକ୍ଟ୍ରନ ଓ ପ୍ରୋଟୋନ ମାନ ରହିଥା’ନ୍ତି I ସୌର ଶିଖା ତୁଳନାରେ କିରୀଟ ମଣ୍ଡଳୀୟ ପିଣ୍ଡର ଉତ୍ସର୍ଜନର ବ୍ୟାପ୍ତି ଓ ବେଗ କମ୍‌ I
ଭୂ-ଚୁମ୍ବକୀୟ ଝଡ଼
ସୂର୍ଯ୍ୟରେ ସୃଷ୍ଟି ହେଉଥିବା କିରୀଟ ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନର ପ୍ରଭାବ ବେଳେବେଳେ ପୃଥିବୀକୁ ସଂପ୍ରସାରିତ ହୁଏ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ବହୁ ସଂଖ୍ୟକ ଚାର୍ଜିତ କଣିକାମାନ ପ୍ରବେଶ କରିବା ହେତୁ ପୃଥିବୀର ଆୟନ ମଣ୍ଡଳ (Ionosphere) ଓ ଚୁମ୍ବକ ମଣ୍ଡଳ (Magnetosphere)ରେ ଉଚ୍ଚ ବିଦ୍ୟୁତ୍‌ ସ୍ରୋତ ପ୍ରବାହିତ ହୋଇ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଘୋର ବିଶୃଙ୍ଖଳା ପରିଲକ୍ଷିତ ହୁଏ I ପୃଥିବୀରେ ଏଭଳି ଚୁମ୍ବକୀୟ ଝଡ଼ର ତୀବ୍ରତା ସୌର କଳଙ୍କ ଚକ୍ରର ଅବସ୍ଥା ଅନୁସାରେ ବଦଳିଥାଏ। ବିଗତ ଦିନରେ ୧୮୫୯ ମସିହାରେ ଘଟିଥିବା ଏକ ଶକ୍ତିଶାଳୀ ଭୂ-ଚୁମ୍ବକୀୟ ଝଡ଼ରେ ଯୁକ୍ତରାଷ୍ଟ୍ର ଆମେରିକାର ଟେଲିଗ୍ରାଫ୍‌ ବ୍ୟବସ୍ଥା ଘୋର କ୍ଷତିଗ୍ରସ୍ତ ହୋଇଥିଲାବେଳେ ୧୯୮୯ ମସିହାରେ ସଂଘଟିତ ଅନ୍ୟ ଏକ ଭୂ-ଚୁମ୍ବକୀୟ ଝଡ଼ରେ କାନାଡ଼ାର କୁଇବେକ୍‌ ସହରର ଅନେକ ବିଜୁଳିକେନ୍ଦ୍ର ଶର୍ଟ- ସର୍କିଟ ହୋଇ ବିଜୁଳି ଯୋଗାଣ ଗୁରୁତର ବାଧାପ୍ରାପ୍ତ ହୋଇଥିଲା I ଏହା ସହିତ ଦକ୍ଷିଣକୁ ବହୁ ଦୂର ପର୍ଯ୍ୟନ୍ତ ମେରୁ ଆଲୁଅ ( Aurora) ଗୁଡ଼ିକ ଦେଖା ଦେଇଥିଲେ।
ସୌର ପ୍ରୋଟୋନ୍‌ ଘଟଣା
ସୂର୍ଯ୍ୟପୃଷ୍ଠରୁ କିରୀଟ ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନ ସମୟରେ ବହୁ ସଂଖ୍ୟାରେ ପ୍ରୋଟୋନ୍‌ କଣିକା ଉତ୍ସର୍ଜିତ ହୋଇଥା’ନ୍ତି, ଯାହା ସୌରଜଗତର ସମସ୍ତ ଦିଗରେ ଗତି କରିଥା’ନ୍ତି ।ସେଥିରୁ କିଛି ପ୍ରୋଟୋନ୍‌ କଣିକା ପୃଥିବୀ ଦିଗରେ ଗତି କରି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭେଦ କରି ଆୟନ ମଣ୍ଡଳର କଣିକାଗୁଡିକୁ ଆୟନିକତ କରିଥା’ନ୍ତି। ଏହି ଉଚ୍ଚ ଶକ୍ତିସମ୍ପନ୍ନ ପ୍ରୋଟୋନ୍‌ କଣିକାସବୁ କକ୍ଷରେ ଅବସ୍ଥାପିତ ଅନ୍ତରୀକ୍ଷଯାନ ଏବଂ ମହାକାଶଚାରୀଙ୍କ ପାଇଁ ବିକିରଣ (Radiation) ଜନିତ ଗୁରୁତର ସମସ୍ୟା ସୃଷ୍ଟି କରିଥା’ନ୍ତି ।
ଘଟୁଥିବା ପ୍ରତିଟି ଘଟଣା ପୃଥିବୀ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଭାବ ପକାଏ। ସୂର୍ଯ୍ୟପୃଷ୍ଠର ଏଭଳି ଘଟଣାକୁ ଏଡ଼ାଇ ଦେଇ ହେବ ନାହିଁ ।
ମାତ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସୁଦୂର ସୂର୍ଯ୍ୟ ରାଇଜରେ ଘଟୁଥିବା ଏଭଳି ଘଟଣା ଉପରେ କଡ଼ା ନଜର ରଖି ସେ ସମ୍ପର୍କରେ ଆଗୁଆ ସୂଚନା ଜାରି କଲେ ପୃଥିବୀରେ ଘଟୁଥିବା କ୍ଷୟକ୍ଷତିର ମାତ୍ରାକୁ ପ୍ରତିହତ କରିହେବ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri