ବଲିଉଡକୁ ଧନ୍ୟବାଦ ଦେଲେ ସନ୍ନି

ମୁମ୍ବାଇ: ବଲିଉଡରେ ଦୀର୍ଘ ୧୦ ବର୍ଷର ଯାତ୍ରା ପୂରଣ କରିଛନ୍ତି ଅଭିନେତ୍ରୀ ତଥା ପର୍ନଷ୍ଟାର ସନ୍ନି ଲିଓନ । ଏହାକୁ ନେଇ ସେ ବଲିଉଡକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ବଲିଉଡ ମୋତେ ଖୋଲା ହାତରେ ସ୍ୱୀକାର କରିଥିବାରୁ ମୁଁ ଧନ୍ୟ ମନେକରୁଛି । ସିନେମାର କ୍ୟାରିୟର ବିଶ୍ୱାସ ଦେଇଥାଏ ଯେ କଠିନ ପରିଶ୍ରମ ସବୁବେଳେ କିଛି ନା କିଛି ଫଳ ଦେଇଥାଏ ।
ଅଭିନେତ୍ରୀ ବିଗ ବସ ସିଜନ ୫ ପରେ ଜିସ୍ମ ୨ ସହ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ରଇଜରେ ଶାହାରୁଖ ଖାଁଙ୍କ ସହ ଲୋକପ୍ରିୟ ନମ୍ବର ଲୈଲାରେ ଅଭିନୟ କରିଥିଲେ । ଏହାପରେ ସେ କିଛି ଫିଲ୍ମ ସହ ୱେବ ସିରିଜ ଅନାମିକାରେ ବି ଅଭିନୟ କରିଛନ୍ତି ।
ମନୋରଞ୍ଜନ ଦୁନିଆରେ ନିଜର କ୍ୟାରିୟରକୁ ନେଇ ସନ୍ନି କହିଛନ୍ତି, ଯେତେବେଳେ ମୁଁ ଓ ମୋ ସ୍ୱାମୀ ଡାନିଏଲ ୱେବର ପ୍ରଥମ କରି କାମ ଆରମ୍ଭ କଲୁ, ତେବେ ଆମେ ପ୍ରଥମ କମ୍ପାନୀ ଆରମ୍ଭ କରିବା ପାଇଁ ବ୍ୟାଙ୍କରୁ କିଛି ଟଙ୍କା ଉଦ୍ଧାର ଆଇଣିଥିଲୁ । ଯାହା ପରେ ଆମକୁ ସଫଳତା ଦେଇଥିଲା ।
ସନ୍ନି କହିଛନ୍ତି, ବଲିଉଡ ମୋ କ୍ୟାରିୟରର ଏକ ଭିନ୍ନ ରାସ୍ତା ଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ଏକ ଅଦ୍ଭୁତ ଯାତ୍ରା ଥିଲା ବୋଲି ସେ କହିଛନ୍ତି, ଯାହା ମୋତେ ପ୍ରେରଣା ଦେଇଛି । ଦର୍ଶକଙ୍କ ସମର୍ଥନ ମୋ ପାଇଁ ସବୁଠାରୁ ବଡ ଥିଲା । ମୁଁ ସେମାନଙ୍କ ସମର୍ଥନ ବିନା କିଛି କରିପାରି ନ ଥାଆନ୍ତି ।
ସିନେମାରେ ମୋର ଯାତ୍ରା କହେ କଠିନ ପରିଶ୍ର ମସବୁବେଳେ ଫଳ ଦେଇଥାଏ । ମୁଁ ମୋ ଜୀବନକୁ ଭଲପାଏ ଓ କାମକୁ ଭଲପାଏ । ମୋ ନିକଟରେ ଏ କ ଅଦ୍ଭୁତ ପରିବାର ରହିଛି । ଡାନିଏଲ ଜଣେ ଭଲ ସାଥି, ୩ ଖଉବ୍ ସୁନ୍ଦର ଶିଶୁ ରହିଛନ୍ତି, ଗୋଟିଏ ମନ ପସନ୍ଦର ଛୋଟ ଘର ରିହିଛି ଆଉ ରହିଛି ଏକ କ୍ୟାରିୟର ଯାହାକୁ ରଖଇବା ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡିଛି ।
ସନ୍ନି ଆହୁରି ମଧ୍ୟ କହିଛନ୍ତି ମୁଁ ପ୍ରତିଦିନ ପରିଶ୍ରମ କରିଥାଏ । ବିନା ଅଫ୍‌ରେ ମୁଁ କାମ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri