ବାପା ଧର୍ମେନ୍ଦ୍ରଙ୍କ କଥା ଶୁଣି ପ୍ରେମକୁ ଭୁଲିବାକୁ ବାଧ୍ୟ ହୋଇଥିଲେ ଦୁଇପୁଅ; ନଚେତ ଏହି ଦୁଇ ଅଭିନେତ୍ରୀ ହୋଇଥାନ୍ତେ ବୋହୂ

ବମ୍ବେ: ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କଠାରୁ ତାଙ୍କର ଦୁଇ ପୁଅ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ହେମାମାଳିନୀ ଦୁଇ କନ୍ୟା ସନ୍ତାନର ଜନନୀ। ସମସ୍ତେ ଏବେ ବିବାହିତ। ବଡ଼ପୁଅ ତଥା ଅଭିନେତା ସନି ଦେଓଲ ପୂଜାଙ୍କୁ ବିବାହ କରିଛନ୍ତି। ସେହିଭଳି ସାନପୁଅ ବବି ଦେଓଲ ତାନ୍ୟାଙ୍କ ହାତ ଧରିଛନ୍ତି। ହେଲେ ଅନେକ ଏହା ଜାଣି ନ ଥିବେ କେବଳ ଧର୍ମେନ୍ଦ୍ରଙ୍କ ଜିଦ ପାଇଁ ଦୁଇପୁଅ ନିଜ ପ୍ରେମକୁ ଭୁଲିବାକୁ ବାଧ୍ୟ ହୋଇଥିଲେ। ନଚେତ ଏବେ ଦୁଇ ଅଭିନେତ୍ରୀ ତାଙ୍କ ଘରର ବୋହୂ ହୋଇଥାନ୍ତେ।

୧୯୮୪ରେ ସନି ଲଣ୍ଡନରେ ରହୁଥିବା ପୂଜା ଦେଓଲଙ୍କୁ ଲୁଚାଛପାରେ ବିବାହ କରିଥିଲେ। ଏହି ବିବାହ ନେଇ ସେତେବେଳେ ପରିବାରଲୋକଙ୍କୁ ଛାଡ଼ିଦେଲେ ବେଶ କମ୍‌ ଲୋକ ଜାଣିଥିଲେ। ତେବେ ବିବାହ ପୂର୍ବରୁ ସନି ଅମୃତା ସିଂହଙ୍କୁ ବହୁତ ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ମାତ୍ର ଧର୍ମେନ୍ଦ୍ର ରୋକଠୋକ ମନା କରିଦେଇଥିଲେ। କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବେ ନାହିଁ ବୋଲି ସେ କହିଥିଲେ।

ସେହିଭଳି ବବି ୧୯୯୬ରେ ତାନ୍ୟାଙ୍କୁ ବିବାହ କରିଥିଲେ। ତାନ୍ୟା ଜଣେ ବ୍ୟବସାୟ ମହିଳା ଥିଲେ। ବିବାହ ପୂର୍ବରୁ ବବି ନୀଲମଙ୍କୁ ବିବାହ କରିବାକୁ ଚାହୁଁଥିଲେ। ନୀଲମ ତାଙ୍କ ଘରର ସମସ୍ତଙ୍କୁ ରାଜି କରି ନେଇଥିଲେ। ହେଲେ ବାପା ମନା କରିବା ଯୋଗୁ ବବି ବ୍ରେକ୍‌ଅପ୍‌ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ବିଷୟରେ ଏକ ବଡ଼ କଥା କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସଲମାନ ଖାନ୍‌ ଅନେକ ସମୟରେ ତାଙ୍କର ଉତ୍ତମ ସ୍ବଭାବ ସହିତ ଲୋକଙ୍କ ହୃଦୟ ଜିତିଥାନ୍ତି। ସେ ଭଲ କାମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି...

ଅଭିନେତା ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବୁଧବାର ବୈଦିକ ରୀତିନୀତିରେ ବିବାହ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ସ୍ଥାନୀୟ ବରମୁଣ୍ଡା...

ବିବାହ ପରେ ଫିଲ୍ମ ଛାଡ଼ିବେ କାଟ୍ରିନା!

ମୁମ୍ବାଇ: ବଲିଉଡ୍‌ର ବାର୍ବି ଡଲ୍‌ କୁହାଯାଉଥିବା କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଆଜିକାଲି ଜୋର୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି, ଡିସେମ୍ବର ୯ରେ ଏହି ଯୋଡ଼ି...

ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ମିଳିଛି ବାୟୋପିକ୍‌ର ଅଫର୍‌

ବମ୍ବେ: ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ବାୟୋପିକ୍‌। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ରାମାୟଣର ସୀତା ଦୀପିକା...

୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା...

୧୦ଟି ଭାଗରେ ‘ମହାଭାରତ’ ନିର୍ମାଣ କରିବେ ରାଜାମୌଳି

ମୁମ୍ବାଇ: ଫିଲ୍ମ ମେକର ଏସ ଏସ ରାଜମୌଳି ଖୁବଶୀଘ୍ର ଦର୍ଶକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ବାହୁବଳି ଓ ଆରଆରଆର ଭଳି ଦମଦାର ମୁଭି...

ଟିଭି ଦେଖି ଆକ୍ଟିଙ୍ଗ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନ ଏବେ ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆକ୍ଟିଙ୍ଗ ଶିଖୁଥିବା ଦେଖିବାକୁ ମିଳିଛି।...

ସେଲ୍‌ଫି ନେବାବେଳେ ପ୍ରଶଂସକଙ୍କ ଫୋନ୍‌ ଛଡ଼ାଇନେଲେ ଏହି ସୁପରଷ୍ଟାର: କାରଣ ଜାଣିଲେ…

ନୂଆଦିଲ୍ଲୀ,୭।୪: ତାମିଲନାଡୁ ବିଧାନସଭା ନିର୍ବାଚନରେ ସୁପରଷ୍ଟାରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ମଙ୍ଗଳବାର ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ, ବିଜୟ, ଅଜିତ କୁମାର, କମଲ ହାସନ, ଶ୍ରୁତି...

Advertisement
Archives

Model This Week