୧୪ ସମିତି ସଭ୍ୟଙ୍କ ସମର୍ଥନରେ ଜିତିଲେ ସୁନୀଲ

ସାକ୍ଷୀଗୋପାଳ, ୧୨।୩(ଡି.ଏନ.ଏ): ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ସତ୍ୟବାଦୀ ବ୍ଲକରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ସୁନୀଲ କୁମାର ପଣ୍ଡା ବିଜୟୀ ହୋଇଛନ୍ତି। ସେ ୧୪ ସମିତି ସଭ୍ୟଙ୍କ ସମର୍ଥନ ପାଇଥିଲେ। ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିବା ଭାଜପା ସମର୍ଥିତ ପ୍ରାର୍ଥୀ ଦୀପକ ଶତପଥିଙ୍କୁ ୯ ଜଣ ସମର୍ଥନ ଜଣାଇଥିଲେ। ଏହି ପଞ୍ଚାୟତ ସମିତିର ମୋଟ ୨୪ ଜଣ ସଭ୍ୟାସଭ୍ୟ ମାନଙ୍କ ମଧ୍ୟରୁ ଜଣେ ସଭ୍ୟ ଅନୁପସ୍ଥିତ ରହିଥିଲେ। ବିଜୟୀ ଘୋଷଣା ହେବାପରେ ସୁନୀଲ ସରପଞ୍ଚ, ସମିତିସଭ୍ୟ ଓ ଶୁଭେଚ୍ଛୁଙ୍କ ସହ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ କରିଥିଲେ। ତହସିଲଦାର ତଥା ନିର୍ବାଚନ ଅଧିକାରୀ ଜୟନ୍ତ କୁମାର ଜୟସିଂ ନିର୍ବାଚନ ପରିଚାଳନା କରିଥିଲେ।