ମନୋଜ ବାଜପେୟୀ ଜଣେ ଅଶାଳୀନ, ଅଭଦ୍ର ବ୍ୟକ୍ତି; ମୁଁ ତାଙ୍କୁ ଘୃଣା କରେ: ସୁନୀଲ ପାଲ୍‌

ବମ୍ବେ: ଅଶ୍ଳିଳ ଭିଡିଓ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏହି ଖବର ଜଣାପଡ଼ିବା ପରେ ଅନେକ ସେଲିବ୍ରିଟି ଆଗକୁ ଆସି ନିଜର ମତ ରଖୁଛନ୍ତି। ଏହି କ୍ରମରେ ହାସ୍ୟ ଅଭିନେତା ସୁନୀଲ ପାଲ ଅଶ୍ଳିଳ ବିଷୟବସ୍ତୁ ଉପରେ କ୍ରୋଧ ପ୍ରକାଶ କରିବା ସହ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀଙ୍କୁ କଟାକ୍ଷ କରିଛନ୍ତି।

ଗଣମାଧ୍ୟମ ସହ ସାକ୍ଷାତକାରରେ ସୁନୀଲ ଓ୍ବେବ୍‌ସିରିଜ୍‌ ଏବଂ ଚଳଚ୍ଚିତ୍ର ଦ ଫ୍ୟାମିଲି ମ୍ୟାନ୍‌, ମିର୍ଜାପୁର ଆଦିକୁ ଟାର୍ଗେଟ କରିଛନ୍ତି। ଏସବୁ ପର୍ନ ବୋଲି ସେ କହିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ସେନ୍ସରଶିପ୍‌ ନ ଥିବାରୁ ନିର୍ମାତାମାନେ ଏହାର ଫାଇଦା ଉଠାଉଛନ୍ତି। ସେମାନେ ଏଭଳି ଓ୍ବେବ୍‌ସିରିଜ୍‌ ନିର୍ମାଣ କରୁଛନ୍ତି ଯାହାକୁ ଘରେ ଦେଖାଯାଇପାରିବ ନାହିଁ। ଏଭଳି ଅଶ୍ଳିଳତା ବନ୍ଦ ହେବା ଉଚିତ। କେବଳ ଦେଖିଲେ ତାହା ପର୍ନ ହୋଇଯାଏ ନାହିଁ, ଚିନ୍ତାଧାରାର ମଧ୍ୟ ପର୍ନ ରହିଛି ବୋଲି ଯେ କହିଛନ୍ତି।

ଏହାଛଡ଼ା ମନୋଜଙ୍କ ବିଷୟରେ କଥା ହୋଇ ସେ କହିଛନ୍ତି, ତାଙ୍କ ଭଳି ତିନି ଚାରିଜଣ ଲୋକଙ୍କୁ ମୁଁ ଘୃଣା କରେ। ସେ ମହାନ ଅଭିନେତା ହୋଇଥାଇପାରନ୍ତି, ବଡ଼ ପୁରସ୍କାର ଜିତିଥାଇ ପାରନ୍ତି, ହେଲେ ସେ ଜଣେ ଅଶାଳୀନ ଏବଂ ଅଭଦ୍ର ବ୍ୟକ୍ତି। ବିଶ୍ୱ ମନୋଜଙ୍କୁ ରାଷ୍ଟ୍ରପତି ପୁରୁସ୍କାର ଦେଉଛି। ହେଲେ ଏହାର ପ୍ରତିବଦଳରେ ସେ କ’ଣ କରୁଛନ୍ତି ବୋଲଇ ସୁନୀଲ ପ୍ରଶ୍ନ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri