Posted inଖେଳ

ଟିମ୍‌ ଇଣ୍ଡିଆରେ ‘ସୁନୀଲ ନରେନ’ଙ୍କ ଏଣ୍ଟ୍ରି, ଗମ୍ଭୀର ନେଲେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୭: ଟିମ୍‌ ଇଣ୍ଡିଆର କୋଚ୍‌ ହେବା ପରେ ଆଇପିଏଲ୍‌ ଭଳି ରଣନୀତି ଆପଣାଇବାକୁ ଯାଉଛନ୍ତି ଗୌତମ ଗମ୍ଭୀର। ଏବେ ସେ ଏଭଳି ଜଣେ ଖେଳାଳିଙ୍କୁ ଖୋଜିବାରେ ସଫଳ ହୋଇଛନ୍ତି, ଯିଏ ବିଲକୁଲ୍‌ ସୁନୀଲ ନରେନଙ୍କ ଭଳି ଖେଳିବେ। ତାଙ୍କ ଉପରେ ମଇଦାନକୁ ଯାଇ ଚୌକା ଛକା ମାରିବାର ଦାୟିତ୍ୱ ରହିବ। ସେ ହେଲେ ଓ୍ବାଶିଂଟନ ସୁନ୍ଦର। ଏବେ ଗମ୍ଭୀର ଓ୍ବାଶିଂଟନଙ୍କୁ ସୁନୀଲ ନରେନଙ୍କ ଭୂମିକା ଦେବାକୁ ନିଶ୍ଚିତ କରିଛନ୍ତି।

ରିପୋର୍ଟ ମୁତାବକ, ଗମ୍ଭୀର ଓ୍ବାଶିଂଟନଙ୍କୁ ବିସ୍ଫୋରକ ବ୍ୟାଟିଂର ଦାୟିତ୍ୱ ଦେଇଛନ୍ତି। ଏହି ଖେଳାଳିଙ୍କୁ ଲଗାତାର ୨ ଅଭ୍ୟାସ ମ୍ୟାଚ୍‌ରେ ନମ୍ବର ୩ରେ ବ୍ୟାଟିଂ କରାଯାଇଛି। ଏହି ସମୟରେ ସେ ବଡ଼ ଛକା ଚୌକାର ଅଭ୍ୟାସ କରିଛନ୍ତି। ଅର୍ଥାତ ତାଙ୍କୁ କେବଳ ଛାକ-ଚୌକା ମାରିବାକୁ କୁହାଯାଇଛି। ସୁନୀଲ ନରେନଙ୍କ ଭଳି ଓ୍ବାଶିଂଟନ ବାମହାତୀ ବ୍ୟାଟ୍ସମ୍ୟାନ ସାଙ୍ଗକୁ ଭଲ ବୋଲିଂ କରିଥାନ୍ତୁ। ଏଣୁ ଦଳକୁ ଫାଇଦା ମିଳିବ ବୋଲି କୁହାଯାଉଛି।

 

View this post on Instagram

 

A post shared by Washington Sundar (@washisundar555)

୨୪ ବର୍ଷୀୟ ସୁନ୍ଦର ଯି୨୦, ଦିନିକିଆ ଏବଂ ଟେଷ୍ଟ ତିନୋଟି ଯାକ ଫର୍ମାଟରେ ଅର୍ଦ୍ଧଶତକ ମାରୁଛନ୍ତି। ରାଞ୍ଚିରେ ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ସୁନ୍ଦର ମାତ୍ର ୨୬ ବଲ୍‌ରେ ୫୦ ରନ୍‌ କରି ଚର୍ଚ୍ଚାକୁ ଆସିଥିଲେ। ଏଣୁ ସେ ଭଲ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ଏବେ ଗମ୍ଭୀରଙ୍କ ଏଭଳି ପ୍ରୟୋଗ ସଫଳ ହେବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri