ମାସକୁ ୫୦୦ ଟଙ୍କା ରୋଜଗାର କରୁଥିବା ସାଧାରଣ ଯୁବକରୁ କମେଡିର ‘ବାଦ୍‌ଶାହା’

ବମ୍ବେ: କେତେବେଳେ ‘ଡା. ମଶହୁର ଗୁଲାଟୀ’ ତ କେବେ ‘ଗୁତ୍ଥି’ ଚରିତ୍ରରେ ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ପାଇଁ ଆଜିର ଦିନଟି ଖାସ୍‌। କାରଣ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିନରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୁନୀଲଙ୍କ ଜନ୍ମଦିନରେ ତାଙ୍କୁ ନେଇ କିଛି ଅଜଣା କଥା ବିଷୟରେ ଆସନ୍ତୁ ଜାଣିବା ।

ଦେଖିବାକୁ ଗଲେ ଟ୍ୟାଲେଣ୍ଟର ଗନ୍ତାଘର ହେଉଛନ୍ତି ସୁନୀଲ। ନିଜର କଳାକୁ ନେଇ ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ହେଲେ ଏମିତି ଏକ ସମୟ ଥିଲା ଯେତେବେଳେ ସୁନୀଲ ମାସକୁ ମାତ୍ର ୫୦୦ ଟଙ୍କା ରୋଜଗାର କରୁଥିଲେ। ବିଶ୍ୱାସ ନହେଲେ ବି କଥାଟି ସତ।

ସୁନୀଲ ଏକ ସାକ୍ଷାତକାରରେ ସାଧାରଣ ଯୁବକରୁ କମେଡିଆନ୍‌ ହେବାର ଯାତ୍ରା ବିଷୟରେ କହିଥିଲେ, ମୁଁ ସବୁବେଳେ ଅଭିନୟରେ ବହୁତ ଭଲ ଥିଲି। ଲୋକମାନଙ୍କୁ ସହଜରେ ହସାଇ ଦେଉଥିଲି। ଯୁକ୍ତ ୨ ପଢ଼ିବା ବେଳେ ଡ୍ରାମା ପ୍ରତିଯୋଗିତାରେ ଭାଗ ନେଇଥିଲି। ହେଲେ ମୁଖ୍ୟ ଅତିଥି ତାଙ୍କୁ ଭାଗ ନେବାର ନ ଥିବା କହିଥିଲେ। କାରଣ ଅନ୍ୟମାନଙ୍କ ପାଇଁ ତାଙ୍କ ସହ ଲଢ଼ିବା କଷ୍ଟକର ଥିଲା। ଥିଏଟରରେ ମାଷ୍ଟର ଡିଗ୍ରୀ ପରେ ମୁଁ ବମ୍ବେ ଚାଲି ଆସିଥିଲି। ବର୍ଷେ ଯାଏ କିଛି ନ କରି କେବଳ ପାର୍ଟି କରିଥିଲି। ନିଜର ସଞ୍ଚୟ ସାଙ୍ଗକୁ ଘରଲୋକଙ୍କ ପଇସାରେ ଚଳୁଥିଲି। ସେବେ ମାସକୁ ମୁଁ ୫୦୦ ଟଙ୍କା ରୋଜଗାର କରୁଥିଲି। ମାତ୍ର ଦିନେ ନା ଦିନେ ନିଶ୍ଚିତ ସଫଳ ହେବି ବୋଲି ମୋର ଧାରଣା ଥିଲା। ଧୀରେଧୀରେ କାମ ନ ମିଳିବା ଯୋଗୁ ଡିପ୍ରେସନକୁ ସେ ଚାଲିଯାଇଥିଲେ। ହେଲେ ହାର ନ ମାନି ଆଗକୁ ବଢ଼ିଥିଲେ। ପ୍ରଥମେ ରେଡିଓ ଜକି ଏବଂ ପରେ କମେଡି ଦୁନିଆରେ ପାଦ ରଖି ସେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିବା କହିଛନ୍ତି। ଅନେକ ଫିଲ୍ମରେ ସେ କାମ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ସେ ଏକାଧିକ ଫିଲ୍ମରେ ନଜର ଆସିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri