Posted inଖେଳ

ଟି୨୦ ବିଶ୍ୱକପ୍‌ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…

ନୂଆଦିଲ୍ଲୀ,୬।୧: ଜୁନ୍‌ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ ପାଇଁ କେବଳ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ନୁହନ୍ତି ବରଂ ଭଲ ଫିଲ୍ଡର ମଧ୍ୟ। ଏଣୁ ମଇଦାନରେ ସେମାନଙ୍କ ଉପସ୍ଥିତି ଦଳକୁ ଫାଇଦା ଦେବ। ଏଥିସହ ଡ୍ରେସିଂ ରୁମ୍‌ରେ ତାଙ୍କର ଉପସ୍ଥିତି ସକରାତ୍ମକତା ଆଣିବ ବୋଲି ସେ କହିଛନ୍ତି।

ଷ୍ଟାର ସ୍ପୋଟ୍ସକୁ ସାକ୍ଷାତକାର ଦେଇ ଗାଭାସ୍କର କହିଛନ୍ତି, ମୋତେ ବିରାଟ-ରୋହିତଙ୍କ ଫିଲ୍ଡିଂ ବହୁତ ପସନ୍ଦ। ସେ ଏବେ ବି ଭଲ ଫିଲ୍ଡର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ମଇଦାନରେ ଏହା ଦଳକୁ ଫାଇଦା ଦେବ। କେବେ କେବେ କ୍ରିକେଟରମାନେ ୩୫-୩୬ ବର୍ଷର ହୋଇଗଲେ ଭଲ ପ୍ରଦର୍ଶନ କରିପାରି ନ ଥାନ୍ତି। ଫିଲ୍ଡିଂରେ ପ୍ରଭାବ କମ୍‌ ଥିବାରୁ ମଇଦାନରେ କେଉଁଠି ଛିଡ଼ା କରାଯିବ ସେ ନେଇ ଚିନ୍ତା ବଢ଼େ। ହେଲେ ବିରାଟ ଏବଂ ରୋହିତଙ୍କୁ ନେଇ ସେଭଳି କିଛି ସମସ୍ୟା ନାହିଁ। କାରଣ ଏମାନେ ଏବେ ବି ଭଲ ଫିଲ୍ଡର ଅଟନ୍ତି।

ପ୍ରକାଶ ଯେ, ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍‌ ୧ରେ ଆରମ୍ଭ ହେବ। ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ତେବେ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ଟି୨୦ ଦଳର ଅଧିନାୟକ ଅଛନ୍ତି। ଏଣୁ ରୋହିତଙ୍କ ନେତୃତ୍ୱରେ ଦଳ ବିଶ୍ୱକପ୍‌ ଖେଳିବ କି କ୍ରିକେଟର କେବଳ ଜଣେ ଖେଳାଳି ଭାବେ ଜଡ଼ିତ ରହିବେ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri