Posted inଖେଳ

‘ଏହି କ୍ରିକେଟର ହେବେ ଭାରତର ଆଗାମୀ ଅଧିନାୟକ’; ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୯।୧: ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା ନାମ କହିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଜସପ୍ରିତ ବୁମ୍‌ରା ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ଦ୍ରୁତ ବୋଲର ହିଁ ରୋହିତଙ୍କ ପରେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ହେବେ।

ବୁମ୍‌ରା ଅଷ୍ଟ୍ରେଲିଆ ଗସ୍ତରେ ୫ ମ୍ୟାଚ୍‌ରେ ୩୨ ଉଇକେଟ ନେଇଥିଲେ। ଏହା ଅଷ୍ଟ୍ରେଲିଆରେ କୌଣସି ବିଦେଶୀ ଦ୍ରୁତ ବୋଲର୍‌ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ବୁମ୍‌ରାଙ୍କ ଅଧିନାୟକତ୍ୱରେ ଟିମ୍‌ ପର୍ଥରେ ଖେଳାଯାଇଥିବା ଏହି ସିରିଜର ପ୍ରାରମ୍ଭିକ ମ୍ୟାଚ୍‌ରେ ବିଜେତା ହୋଇଥିଲା।

ଗାଭାସ୍କର ଚ୍ୟାନେଲ୍‌ ୭ରେ କହିଛନ୍ତି, ବୁମ୍‌ରା ଟିମ୍‌ର ଆଗାମୀ ଅଧିନାୟକ ହେବେ। ସେ ବହୁତ ଦାୟିତ୍ୱର ସହ ଦଳର ନେତୃତ୍ୱ ନିଅନ୍ତି, ତାଙ୍କର ଛବି ବହୁତ ଭଲ। ତାଙ୍କ ପାଖରେ ଜଣେ ଅଧିନାୟକ ହେବାର ଗୁଣ ଅଛି। ସେ ଏଭଳି ଜଣେ ବ୍ୟକ୍ତି ନୁହନ୍ତି ଯିଏ ଆପଣଙ୍କ ଉପରେ ଅନାବଶ୍ୟକ ଚାପ ପକାଇବେ। ବେଳେବେଳେ ଆପଣଙ୍କ ପାଖରେ ଏଭଳି ଅଧିନାୟକ ଥାନ୍ତି ଯିଏ ବହୁତ ଚାପ ପକାଇଥାନ୍ତି। ବୁମ୍‌ରାଙ୍କୁ ଦେଖି ଲାଗୁଛି ଯେ ସେ ଯାହା ଯିଏ ଚାହୁଁଛି ତାହା କରୁ ବୋଲି ଚାହିଁଥାନ୍ତି। ସେ ଯେଉଁ କାମ ପାଇଁ ଜାତୀୟ ଦଳରେ ଅଛନ୍ତି, ସେହି କାମ କରନ୍ତୁ। ହେଲେ ଏଥିଲାଗି କାହା ଉପରେ ଚାପ ପକାନ୍ତି ନାହିଁ। ମୋତେ ଲାଗୁଛି ଯେ ସେ ବେଶ ଜବରଦସ୍ତ ଥିଲେ। ନିଜ ଭୂମିକାକୁ ବହୁତ ଭଲ ଭାବେ ତୁଲାଇଥାନ୍ତି। ସେ ଅଧିନାୟକ ହେଲେ ମୋତେ ଆଶ୍ଚର୍ଯ୍ୟ ଲାଗିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri