Categories: ଖେଳ

ପେଲେଙ୍କ ରେକର୍ଡ ଭାଙ୍ଗିଲେ ଛେତ୍ରୀ

ମେଲ,୧୪।୧୦: ଅଧିନାୟକ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ଭାରତ ୩-୧ ଗୋଲରେ ମାଲଦ୍ୱୀପକୁ ହରାଇ ଦେଇଛି। ଏହି ବିଜୟ ସହ ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ।

୩୩ତମ ମିନିଟ୍‌ରେ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ ମନବୀର ସିଂ। ପ୍ରଥମାର୍ଦ୍ଧର ଶେଷ ମିନିଟ୍‌ରେ ସ୍କୋର ଲାଇନକୁ ବରାବର କରିଥିଲେ ମାଳଦ୍ୱୀପର ଅଲି ଅସଫାକ। ଦ୍ୱିତୀୟାର୍ଦ୍ଧରେ ଛେତ୍ରୀ ୬୨ତମ ଓ ୭୧ ମିନିଟ୍‌ରେ ଡବଲ ଗୋଲ ଦେଇ ଭାରତକୁ ୩-୧ ବ୍ୟବଧାନର ଅଗ୍ରଣୀ ଆଣି ବିଜୟ ସୁନିଶ୍ଚିତ କରିଥିଲେ।

ଡବଲ ଗୋଲ ବଳରେ ଛେତ୍ରୀ ବ୍ରାଜିଲ କିମ୍ବଦନ୍ତୀ ପେଲେଙ୍କ ୭୭ ଅନ୍ତର୍ଜାତୀୟ ଗୋଲ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ୩୭ ବର୍ଷୀୟ ଛେତ୍ରୀଙ୍କ ଅନ୍ତର୍ଜାତୀୟ ଗୋଲ ସଂଖ୍ୟା ୭୯ରେ ପହଞ୍ଚିଛି। ଏଥିସହ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ ସ୍କୋରଙ୍କ ତାଲିକାରେ ଛେତ୍ରୀ ଏବେ କେବଳ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୧୫) ଓ ଆର୍ଜେଣ୍ଟିନାର ଲିଓଲେନ ମେସି (୮୦) ପଛରେ ଅଛନ୍ତି।

Share