ଦୁର୍ଗମ ଅଞ୍ଚଳର ସୁନୀଲ ବୌଦ୍ଧ ଜିଲା ପାଇଁ ଗୌରବ ଆଣିଲେ

ବାଉଁଶୁଣୀ,୧୮ା୧୧(ଡି.ଏନ.ଏ.): ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲା ଶଗଡା ପଞ୍ଚାୟତ ଝଗଡୁଗାଡିଆ ଗ୍ରାମର ସୁନୀଲ କୁମାର ଚାନ୍ଦ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭାରତର ବିଭିନ୍ନ ରାଜ୍ୟର ଛାତ୍ରୀଛାତ୍ରମାନେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ମାତ୍ର ଏହି ପରୀକ୍ଷାରେ ଦେଶର ୧୩ ଜଣ କୃତିତ୍ୱ ହାସଲ କରିଥିବା ବେଳେ ଓଡ଼ିଶାରୁ ଜଣେ ମାତ୍ର ଛାତ୍ର ସୁନୀଲ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ନିଜର ପାଠପଢା ଗାଁ ସ୍କୁଲରୁ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବାଉଁଶୁଣୀ ମା’ ମାହେଶ୍ୱରୀ ଡିଗ୍ରୀ କଲେଜରେ ସ୍ନାତକ ପଢ଼ି ସାରିବା ପରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତ୍ତକୋତ୍ତର କରିଥିଲେ। ତେବେ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ବଳରେ ସୁନୀଲ ସର୍ବଭାରତୀୟ ପରୀକ୍ଷାରେ ସଫଳତା ଲାଭ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ଝଗଡୁଗାଡ଼ିଆ ଭଳି ଦୁର୍ଗମ,ଅପହଞ୍ଚ ଇଲାକାରୁ ସେ ଏବେ ଦିଲ୍ଲୀ ପର୍ଯ୍ୟନ୍ତ ଯିବାର ସୁଯୋଗ ପାଇଛନ୍ତି। ଉତ୍ତରପ୍ରଦେଶର ନୋଇଡାସ୍ଥିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତତ୍ତ୍ବ ଅନୁଷ୍ଠାନରେ ଦୁଇ ବର୍ଷିୟା ପାଠ୍ୟକ୍ରମ କରିବା ପାଇଁ ୨ବର୍ଷର ଆବାସିକ ତଥା ମାସିକ ଅର୍ଥରାଶି ତାଙ୍କୁ ପ୍ରଦାନ କରାଯିବ। ଏଥିସହିତ ବିଭିନ୍ନ ଦେଶ ତଥା ରାଜ୍ୟରେ ପରିଭ୍ରମଣ, ପ୍ରତ୍ନତାତ୍ତ୍ୱିକ ଉଦ୍‌ଖନନ,ସର୍ବେକ୍ଷଣ ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ କରିବା ପରେ ଭାରତୀୟ ସର୍ବେକ୍ଷଣରେ ଚୟନ ହେବାର ସୁଯୋଗ ରହିଛି।
ସୁନୀଲ ହେଉଛନ୍ତି ଝଗଡୁଗାଡିଆ ଗ୍ରାମର ସ୍ବର୍ଗତ ଗୋପବନ୍ଧୁ ଚାନ୍ଦ ଓ ମା’ କମଳିନୀଙ୍କ କନିଷ୍ଠ ପୁତ୍ର। ତାଙ୍କର ଏହି ସଫଳତାରେ ପରିବାରବର୍ଗ, ଗ୍ରାମବାସୀ, ଗୁରୁଜନ ଜିଏମୟୁର ଇତିହାସ ବିଭାଗର ସମସ୍ତ ଅଧ୍ୟାପକ ଓ ଛାତ୍ରୀଛାତ୍ର ଖୁସି ବ୍ୟକ୍ତ କରିଛନ୍ତି। ଏହି ସଫଳତାର ଶ୍ରେୟ ସେ ନିଜ ପରିବାର, ଗୁରୁଜନ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଅଧ୍ୟାପକମାନଙ୍କୁ ଦେଇଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ସୁନୀଲ ଥିଲେ ଉଚ୍ଚମନା। ଝଗଡୁଗାଡିଆ ଭଳି ଅପହଞ୍ଚ ଇଲାକା, ଯେଉଁ ଗାଁକୁ ରାସ୍ତା ନାହିଁ ସେହି ଗାଁର ଗୋଟିଏ ଗରିବ ପରିବାରର ହୋଇ ମଧ୍ୟ ପାଠପଢା ଜାରି ରଖିଥିଲେ। ସୁନୀଲ କହିଛନ୍ତି ଯେ, ବାପା ବିବାହ, ବ୍ରତ ଆଦିରେ ରୋଷେୟା ଭାବେ କାମ କରି ଯାହା ପାରିଶ୍ରମିକ ପାଉଥିଲେ ସେଥିରେ ପରିବାର ଚଳାଇବା ସହିତ ମୋ ପାଠପଢା ଖର୍ଚ୍ଚ ତୁଲାଉଥିଲେ। ପିତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, କରୋନା ମହାମାରୀରେ ଗୋପବନ୍ଧୁ ଚାନ୍ଦଙ୍କ ପରଲୋକ ଘଟିଥିଲେ ହେ ସୁନୀଲ ଭାଙ୍ଗି ନ ପଡ଼ି ଆଗକୁ ବଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri