ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୧୨ା୪ ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରିବାରେ ଲାଗିଛନ୍ତି। ହେଲେ ସଂପୃକ୍ତ ସରକାରୀ କଳର ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାରେ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକ ଅନେକ ସମୟରେ ଦିଗହରା ହେଉଥିବାବେଳେ କୃଷିବିତମାନଙ୍କ ଲାଭ ହେବା ପରିବର୍ତ୍ତେ କ୍ଷତି ସହୁଥିବା ଅଭିଯୋଗ ହେଉଛି। ସୂର୍ଯ୍ୟମୁଖୀ ଚାଷ ସ୍ବଳ୍ପ ଖର୍ଚ୍ଚରେ ଅଧିକ ଲାଭ ଦେବା ଭଳି ଚାଷ ରୂପେ ପରିଗଣିତ ହେଉଥିବାବେଳେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ଚାଷୀମାନେ ଅସନ୍ତୋଷ ରହୁଛନ୍ତି।
ସୂଚନା ଅନୁସାରେ, ସଦର ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ସୂର୍ଯ୍ୟମୁଖୀ ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର କୃଷି ବିଭାଗ ଯୋଗାଉ ନାହିଁ। ସରକାର ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଜିଲା କୃଷି ବିଭାଗ ତରଫରୁ ସେପରି କୌଣସି ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚୁ ନାହିଁ। ଏହି ବିଭାଗର ପ୍ରତ୍ୟେକ ପଞ୍ଚାୟତରେ ବିଭାଗୀୟ କର୍ମଚାରୀ ନିଯୁକ୍ତ ହୋଇ ଚାଷୀଙ୍କୁ ଉତ୍ତମମାନର ବିହନ, ସାର ଆଦି ଯୋଗାଇବା ପାଇଁ ସରକାରୀସ୍ତରରେ ବ୍ୟବସ୍ଥା ଅଛି। ମାତ୍ର ଏହି ବିଭାଗର ଅଧିକାରୀମାନେ ଧାନ ଚାଷ ସମୟରେ ଧାନ ବିହନ, ସାର ଆଦି ଯୋଗାଇଲା ପରେ କେଉଁ ଆଡେ ବର୍ଷସାରା ଅନ୍ତର୍ଦ୍ଧାନ ହୋଇଯାଆନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ବିଭିନ୍ନ ଋତୁରେ ନାନା ପ୍ରକାର ଚାଷ କରିଥାନ୍ତି। କିନ୍ତୁ ବିଭିନ୍ନ ଚାଷ ସମ୍ବନ୍ଧୀୟ ବାବଦରେ ଚାଷୀଙ୍କୁ ଜଣା ନଥିବାରୁ ଉନ୍ନତମାନର ଚାଷରୁ ଲାଭ ପାଇପାରୁ ନାହାନ୍ତି। ସେହିପରି ସୂର୍ଯ୍ୟମୁଖୀ ଚାଷ ପାଇଁ କ’ଣ କ’ଣ ଆବଶ୍ୟକତା ରହିଛି, ତାହା ସୂର୍ଯ୍ୟମୁଖୀ ଚାଷୀଙ୍କୁ ଜଣାନାହିଁ ବୋଲି କହିଛନ୍ତି। ଏସମ୍ପର୍କରେ କେନ୍ଦୁଝର କୃଷି ବିଭାଗର ଜିଲା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କୁ ପ୍ରୋତ୍ସାହନ ନ ଦିଆଯିବା ବିଷୟରେ ପଚାରିବାରୁ ଚଳିତ ବର୍ଷ ସୂର୍ଯ୍ୟମୁଖୀ ମଞ୍ଜିର ଅଭାବ ଯୋଗୁ ଏହା ସମ୍ଭବପର ହେଲା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri