ବାଲିଗୁଡ଼ା,୯।୧(ଡି.ଏନ୍.ଏ.): ସାଧାରଣତଃ ରବିବାର ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବା ବେଳେ କେତେକ ସ୍ଥାନରେ ବେସରକାରୀ ଅନୁଷ୍ଠାନ ଖୋଲା ରହିଥାଏ। ମାତ୍ର ଚଳିତବର୍ଷ ରବିବାରରେ ପାଠପଢ଼ା ହେବ।
ଆସନ୍ତାକାଲି ଶିକ୍ଷାବର୍ଷ ପାଇଁ ହେବ ଏକ ନିଆରା ରବିବାର। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ସମେତ ଆଖପାଖରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଶିକ୍ଷକ ସ୍କୁଲର ଶ୍ରେଣୀ କକ୍ଷରେ ହାତରେ ଖଡ଼ି ଧରି ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବେ ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯିବା ପରେ ୧୦୦ ଦିନର ପାଠପଢ଼ାକୁ ଆଗେଇ ନେବା ପାଇଁ ଏଣିକି ରବିବାର ଶିକ୍ଷୟିତ୍ରୀଶିକ୍ଷକମାନେ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଜଣେ ଶିକ୍ଷକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେବେ ରବିବାରରେ ସ୍କୁଲରେ ପିଲାଙ୍କ ସଂଖ୍ୟା କମିପାରେ ବୋଲି ଶିକ୍ଷାବିତ୍ ମହଲରେ ମତ ପ୍ରକାଶ ପାଇଛି।

