ସୁନାବେଶରେ ଦାରୁଦିଅଁ

ପୁରୀ ଅଫିସ,୨୨ା୭: ତିନିରଥ ଉପରେ ବୁଧବାର ସୁନାବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ବିଗ୍ରହଙ୍କୁ ଅଢ଼େଇ ମହଣ ସୁନାରେ ସଜ୍ଜିତ କରାଯାଇଛି। ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଛି ମହାମାରୀ କରୋନା। ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଭଳି ସୁନାବେଶ ମଧ୍ୟ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଶେଷ ହୋଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶକୁ ଭକ୍ତ ନିଜ ଚର୍ମଚକ୍ଷୁରେ ଦର୍ଶନ କରିବାର ସୌଭାଗ୍ୟ ପାଇପାରିନାହାନ୍ତି।
ମହାପ୍ରଭୁଙ୍କ ମଙ୍ଗଳ ଆଳତି ପ୍ରାତଃ ୭ଟା ୧୦ରୁ ୭ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ହୋଇଥିବାବେଳେ ମଇଲମ ୭ଟା ୩୫ରୁ ୭ଟା ୫୦ ପର୍ଯ୍ୟନ୍ତ ହୋଇଥିଲା। ଏହାପରେ ପରବର୍ତ୍ତୀ ନୀତିକାନ୍ତି କରାଯାଇ ପୂର୍ବାହ୍ନ ୯ଟା ସୁଦ୍ଧା ଅବକାଶ ପୂଜା ଶେଷ କରାଯାଇଥିଲା। ତିନି ରଥରେ ୧୦ଟା ୨୦ ମିନିଟ୍‌ ସୁଦ୍ଧା ଗୋପାଳବଲ୍ଲଭ ନୀତି ଓ ୧୧ଟା ୩୫ରେ ସକାଳ ଧୂପ ସମ୍ପନ୍ନ ହୋଇଥିଲା। ଏହାପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟା ୩୦ରେ ମଧ୍ୟାହ୍ନ ଧୂପ ସରିଥିଲା। ଅପରାହ୍ନ ୪ଟାରେ ମଇଲମ, ୪ଟା ୧୫ରେ ସର୍ବାଙ୍ଗ ସରି ୪ଟା ୪୦ରେ ସୁନାବେଶ ଆରମ୍ଭ ହୋଇଥିଲା। ଭଣ୍ଡାର ମେକାପ, ଖୁଣ୍ଟିଆ, କମାଣ୍ଡର, ପରିଚାଳନା କମିଟି ସଦସ୍ୟ ଏବଂ ଜିଲାପାଳଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ଭଣ୍ଡାର ମେକାପମାନେ ଶ୍ରୀଜୀଉଙ୍କ ଦେହରେ ଲାଗିହେବାକୁ ଥିବା ମହଣ ମହଣ ସୁନା ଅଳଙ୍କାର ଆଣି ରଥ ଉପରେ ଭିତରଚ୍ଛୁ, ତଳିଚ୍ଛୁ, ପୁଷ୍ପାଳକ ସିଂହାରୀ ଓ ଦଇତାପତିଙ୍କୁ ବଢ଼ାଇଥିଲେ। ଏହାପରେ ବେଶ ଆରମ୍ଭ ହୋଇଥିଲା। ତିନି ଠାକୁରଙ୍କୁ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନ କିରୀଟ, କରପଲ୍ଲବ, ମୁଦି, କଣ୍ଠମାଳ, ବଳା, ବାହୁଟି, କାନ୍ତ ଓ କଟି ମେଖଳା ଇତ୍ୟାଦି ବହୁବିଧ ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନା କିରୀଟର ଓଜନ ୭ କିଲୋ ୧୧୪ ଗ୍ରାମ ହୋଇଥିବାବେଳେ ପ୍ରଭୁ ବଳଭଦ୍ରଙ୍କ ସୁନା କିରୀଟ ୫ କିଲୋଗ୍ରାମ୍‌ ୬୨ ଗ୍ରାମ୍‌ ଏବଂ ଦେବୀ ସୁଭଦ୍ରାଙ୍କ ସୁନା କିରୀଟର ଓଜନ ୩ କିଲୋ ୨୦୭ ଗ୍ରାମ୍‌। ସେହିପରି ହରିଡ଼ାମାଳି ୧ କିଲୋ ୪ଶହ ଗ୍ରାମ୍‌, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଓ ଶ୍ରୀପୟର ମିଶି ୯ କିଲୋ ୫୪୦ ଗ୍ରାମ୍‌, ବଳଭଦ୍ରଙ୍କ ଶ୍ରୀଭୁଜ ଓ ଶ୍ରୀପୟର ମିଶି ୮କିଲୋ ୨୮୦ ଗ୍ରାମ୍‌ ଓଜନର ହୋଇଥିବା ବେଳେ ଏହାକୁ ଠାକୁରଙ୍କୁ ଲାଗି କରାଯାଇଥିଲା। ଅପରାହ୍ନ ୫ଟା ୪୦ରେ ସୁନାବେଶ ଶେଷ ହୋଇଥିଲା। ଏହାପରେ ରଥାରୂଢ଼ ଠାକୁରଙ୍କ ସନ୍ଧ୍ୟା ଆଳତି ହୋଇଥିଲା। ବେଶ ଶେଷ ଓ ସନ୍ଧ୍ୟା ଆଳତି ସମୟ ମଧ୍ୟରେ ମୁଷଳ ଧାରାରେ ବର୍ଷା ଆରମ୍ଭ ହୋଇଥିଲା। ଏହା ପ୍ରାୟ ଦେଢ଼ ଘଣ୍ଟା ଧରି ଲାଗିରହିଥିଲା। ସନ୍ଧ୍ୟା ଆଳତି ୬ଟା ୨୦ରେ ସରିବା ପରେ ପରବର୍ତ୍ତୀ ନୀତିକାନ୍ତି କରାଯାଇଥିଲା। ରାତି ୮ଟାରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ ହୋଇଥିଲା। ରାତ୍ର ୧୧ଟା ପର୍ଯ୍ୟନ୍ତ ସୁନାବେଶ ରହିଥିଲା। ସିଧା ପ୍ରସାରଣ ମାଧ୍ୟମରେ ଭକ୍ତମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଥିଲେ। ରାତ୍ରି ୧୧ଟା ପରେ ସୁନାବେଶ ମଇଲମ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ୧୨ଟା ୩୦ରେ ଚନ୍ଦନଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ପରେ ଶେଷରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri