କୋରାପୁଟ,୨୩।୨(ଅମିତାଭ ବେହେରା ): କୋରାପୁଟ ଜିଲାର ସୁନାବେଡା ପୌରପାଳିକା ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ସୋମବାର ବିଜେଡି ଛାଡି ଭାଜପାରେ ଯୋଗଦାନ କରିଛନ୍ତି । ତାଙ୍କ ସହ ସୁନାବେଡ଼ା ପୌରପାଳିକାର ଚାରି କାଉନସିଲର ସହ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ମଧ୍ୟ ଭାଜପାରେ ସାମିଲ ହୋଇଛନ୍ତି ।
ଏମାନଙ୍କ ମଧ୍ୟରେ ବହୁ କାଉନସିଲର, ସରପଞ୍ଚ ଓ ପୂର୍ବତନ ସରପଞ୍ଚ ରହିଥିବା ସୂଚନା ରହିଛି । ରାଜ୍ୟ ପାର୍ଟି କାର୍ଯ୍ୟଳୟରେ ହୋଇଥିଲା ଏହି ମିଶ୍ରଣ ପର୍ବ । ମିଶ୍ରଣ ପର୍ବରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, କୋରାପୁଟ ବିଧାୟକ ରଘୁରାମ ମାଛ କୋରାପୁଟ ଭାଜପା ଜିଲା ସଭାପତି ଶିବ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

