ଟ୍ରେନ୍‌ ଧକ୍କାରେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ, ବଢ଼ିଲା ଆତ୍ମହତ୍ୟା ସନ୍ଦେହ

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସଦର ବ୍ଲକ୍‌ ଜେମାଦେଈପେଣ୍ଠସ୍ଥିତ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ପଞ୍ଚାନନ ଚୌଧୁରୀ(୫୫)ଙ୍କ ସୋମବାର ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି । ବିଦ୍ୟାଳୟ ନିକଟସ୍ଥ ଜାଙ୍ଗିଡି ଯିବା ରେଳ ଫାଟକରେ ଏକ ମାଲବାହୀ ଟ୍ରେନ ଚକା ତଳେ ଚାପି ହୋଇଯିବାରୁ ରେଳ ଧାରଣାରେ ତାଙ୍କର ଖଣ୍ଡବିଖଣ୍ଡତ ମୃତଦେହ ପଡି ରହିଥିଲା ।

ଏ ନେଇ ଫାଟକ କର୍ମଚାରୀ ଜେମାଦେଈପେଣ୍ଠ ରେଳ ଷ୍ଟେଶନ ମାଷ୍ଟରଙ୍କୁ ଅବଗତ କରାଇବା ପରେ ସେ ରାୟଗଡ଼ା ଜିଆରପିଏସ୍‌କୁ ଖବର ଦେଇଥିଲେ। ଜିଆରପି ଥାନା ନିରୀକ୍ଷକ ବିନୟ ପ୍ରକାଶ ମିଞ୍ଜଙ୍କ ନେତୃତ୍ୱରେ ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରେ ମୃତକଙ୍କ ନିକଟରୁ ଏକ ଚଷମା, ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ମିଳିଥିବା ଏକ କାରଣ ଦର୍ଶାଅ ନୋଟିସ ଆଦି ଜବତ କରାଯାଇଛି। ଅପରପକ୍ଷେ ମିଳିଥିବା କାରଣ ଦର୍ଶାଅ ନୋଟିସରେ ମୃତ ଶିକ୍ଷକ ଚାଲିଥିବା ମାଟ୍ରିକ ପରୀକ୍ଷାରେ ଗତ ୨୧ତାରିଖରେ ଅନୁପସ୍ଥିତ ରହିଥିବା ଏବଂ ଛୁଟି ପାଇଁ ମଧ୍ୟ ପ୍ରଧାନଶିକ୍ଷକଙ୍କ ନିକଟରେ କୌଣସି ଦରଖାସ୍ତ ଆବେଦନ କରି ନ ଥିବାରୁ ଡ୍ୟୁଟିରେ ଅବହେଳା ପାଇଁ ୨ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏବଂ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଗ୍ରହଣ କରାଯିବ ନାହିଁ ବୋଲି ଉଲ୍ଲେଖ ରହିଛି।

ତେବେ ଏହା ଏକ ଆତ୍ମହତ୍ୟା ନା ଦୁର୍ଘଟଣା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଆଶଙ୍କା କରିଥିବା ଜଣାପଡୁଛି । ତାଙ୍କ ଘର ଗଜପତି ଜିଲା ଖାରେଡ଼ା ଗ୍ରାମରେ ହୋଇଥିବା ବେଳେ ସେ ରାୟଗଡ଼ା ସହରର ରାଣୀଗୁଡା ଫାର୍ମ ଅଞ୍ଚଳର ସୁବାଷନଗର ପ୍ରଥମ ଗଳିରେ ରହୁଥିଲେ । ସ୍ବର୍ଗତ ଚୌଧୁରୀ ଜଣେ ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ହୋଇଥିବାରୁ ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏବଂ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri