Posted inଖେଳ

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି ଅନୁଭବ କରୁଛନ୍ତି କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା। ଆସନ୍ତା ମେଗା ପ୍ରତିଯୋଗିତାରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଫାଇନାଲ ହେଲେ ଭଲ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୦୭ ଦିନିକିଆ ବିଶ୍ୱକପ୍‌ରେ ଭାରତ ଶୀଘ୍ର ବିଦାୟ ନେବା କାରିବିୟନଙ୍କୁ କ୍ଷତିଗ୍ରସ୍ତ କରିଥିଲା ବୋଲି ସେ କହିଛନ୍ତି।
ଆଶା ଅନୁସାରେ ଭାରତୀୟ ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖାଯାଇଛି। ଶୁବମନ ଗିଲ୍‌ ଓ ରିଙ୍କୁ ସିଂଙ୍କ ପରି ଯୁବ ଖେଳାଳିଙ୍କୁ ରିଜର୍ଭରେ ସ୍ଥାନିତ କରାଯାଇଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ମୁଖ୍ୟ ଦଳରେ ସୁଯୋଗ ମିଳିଛି। ”ଆଗାମୀ ଟୁର୍ନାମେଣ୍ଟରେ ସୂର୍ଯ୍ୟକୁମାରଙ୍କୁ ଭାରତ ୩ ନମ୍ବରରେ ଖେଳାଇବା ଉଚିତ। ସେ ହେଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟି୨୦ ଖେଳାଳି। ସାର୍‌ ଭିଭିଆନ ରିଚାଡର୍‌ସଙ୍କ ପରି ଖେଳାଳିଙ୍କୁ ଆପଣ ଯଦି ପଚାରିବେ ତେବେ ଜାଣିବାକୁ ପାଇବେ ଯେ ସେ କିପରି ମିଡିଲରେ ଯାଇ ଖେଳିବାକୁ ପସନ୍ଦ କରନ୍ତି। ସୂର୍ଯ୍ୟକୁମାରଙ୍କ କ୍ଷେତ୍ରରେ ମଧ୍ୟ ତାହା ହେବା ଉଚିତ। ସେ ଜଣେ ଓପନର ନୁହନ୍ତି। ତେଣୁ ଯଥାସମ୍ଭବ ଶୀଘ୍ର ତାଙ୍କୁ କ୍ରିଜ୍‌କୁ ଅଣାଯିବା ଉଚିତ। ଏହା ହେଲେ ସେ ୧୦-୧୫ ଓଭର ବ୍ୟାଟିଂ କରିପାରିବେ। ଯଦି ତାହା ସମ୍ଭବ ହେବ ତେବେ କ’ଣ ହେବ ତାହା ସମସ୍ତେ ଜାଣନ୍ତି“ ବୋଲି ଷ୍ଟାର ସ୍ପୋଟର୍‌ସ ପକ୍ଷରୁ ସମ୍ବର୍ଦ୍ଧିତ ହେବା ଅବସରରେ ଲାରା ପ୍ରକାଶ କରିଛନ୍ତି। ଯଦି ଭାରତ ପ୍ରଥମେ ବ୍ୟାଟିଂ କରୁଛି ତେବେ ସୂର୍ଯ୍ୟ ମଜଭୁତ ପୋଜିଶନରେ ପହଞ୍ଚାଇ ପାରିବେ। ଯଦି ଦ୍ୱିତୀୟରେ ବ୍ୟାଟିଂ କରେ ତେବେ ସେ ମ୍ୟାଚ ବିଜେତା ସାବ୍ୟସ୍ତ ହେବେ।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ବ୍ୟାଟିଂ କ୍ରମରେ ସୂର୍ଯ୍ୟ ସାଧାରଣତଃ ୪ ନମ୍ବର ସ୍ଥାନରେ ଆସିଥାନ୍ତି। କୋହଲିଙ୍କୁ ୩ ନମ୍ବରରେ ସୁଯୋଗ ମିଳିଥାଏ। ଲାରାଙ୍କ ପରାମର୍ଶ ଅନୁସାରେ ରୋହିତଙ୍କ ସହ କୋହଲି ଇନିଂସ ଓପନ କରିବେ ଏବଂ ସୂର୍ଯ୍ୟ ୩ ନମ୍ବରରେ ଆସିବା ଉଚିତ। ଏହା ହେଲେ ଯଶସ୍ବୀ ଜୟସ୍ବାଲଙ୍କୁ ସ୍ଥାନ ମିଳିବା କଷ୍ଟକର ହୋଇଯିବ। ତେବେ ଯେପରି ହେଉ ସୂର୍ଯ୍ୟଙ୍କୁ ୩ ନମ୍ବରରେ ପଠାଇବା ପାଇଁ ଉପାୟ ବାହାର କରାଯିବା ଆବଶ୍ୟକ ବୋଲି ଲାରା କହିଛନ୍ତି।
୨୦୦୭ ଦିନିକିଆ ବିଶ୍ୱକପ୍‌ରେ ଭାରତ ପ୍ରିଲିମିନାରି ରାଉଣ୍ଡରୁ ବିଦାୟ ନେଇଥିଲା। ଏଥର ଭଲ ଖେଳି ଓ୍ବେଷ୍ଟଇଣ୍ଡିଜ ସହ ଫାଇନାଲ ଖେଳିଲେ ଭଲ ହେବ। ଏହା ହେଲେ ୨୦୦୭ରେ ହୋଇଥିବା କ୍ଷତି ଭରଣା ହୋଇପାରିବ। ଏଥିପାଇଁ ଓ୍ବେଷ୍ଟଇଣ୍ଡିଜକୁ ମଧ୍ୟ ଭଲ ଖେଳିବା ଉଚିତ। ଏହି ଦଳରେ ବ୍ୟକ୍ତିଗତଭାବେ ଦେଖିଲେ ଅନେକ ଭଲ ଖେଳାଳି ରହିଛନ୍ତି। ଏହାକୁ ଦଳଗତଭାବେ ପ୍ରଦର୍ଶନରେ ପରିଣତ କରିବାର ଅଛି। ଭାରତ-ଓ୍ବେଷ୍ଟଇଣ୍ଡିଜ ଫାଇନାଲ ହେଲେ ଅତୀତରେ ହୋଇଥିବା ଅନେକ କ୍ଷତି ଭରଣା ହୋଇପାରିବ। ୨୦୦୭ ବିଶ୍ୱକପ୍‌ର ଦ୍ୱିତୀୟ ରାଉଣ୍ଡରେ ଭାରତର ଅନୁପସ୍ଥିତି ଅନୁଭବ ହୋଇଥିଲା। ଏହା ଆଉଥରେ ହେଉ ବୋଲି ଆମେ ଚାହୁଁନୁ। ତେଣୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଫାଇନାଲ ଏବଂ ଶ୍ରେଷ୍ଠ ଦଳ ବିଜୟୀ ହେଲେ ଭଲ ହେବ ବୋଲି ଲାରା ପ୍ରକାଶ କରିଛନ୍ତି।
ଆଇପିଏଲ୍‌ରେ କୋହଲିଙ୍କ ଷ୍ଟ୍ରାଇକ ହାରକୁ ନେଇ ଅନେକ ଆଲୋଚନା ହେଉଛି। ମାତ୍ର ଲାରାଙ୍କ ମତରେ କୋହଲିଙ୍କ ଭଳି ଖେଳାଳି ସବୁବେଳେ ପ୍ଲେଇଂ ଇଲେଭେନରେ ଆବଶ୍ୟକ ଥାଏ। ଭାରତ ୪ ସ୍ପିନରଙ୍କୁ ଦଳରେ ନେଇଥିଲେ ହେଁ ୟୁଜବେନ୍ଦ୍ର ଚହଲ ଅଧିକ ଉପଯୋଗୀ ହେବେ ବୋଲି ସେ ଅନୁଭବ କରୁଛନ୍ତି। ସେହିପରି କୁଲଦୀପ ଯାଦବ ଉଇକେଟ ନେବାକୁ ସକ୍ଷମ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri