Posted inଖେଳ

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି ଅନୁଭବ କରୁଛନ୍ତି କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା। ଆସନ୍ତା ମେଗା ପ୍ରତିଯୋଗିତାରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଫାଇନାଲ ହେଲେ ଭଲ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୦୭ ଦିନିକିଆ ବିଶ୍ୱକପ୍‌ରେ ଭାରତ ଶୀଘ୍ର ବିଦାୟ ନେବା କାରିବିୟନଙ୍କୁ କ୍ଷତିଗ୍ରସ୍ତ କରିଥିଲା ବୋଲି ସେ କହିଛନ୍ତି।
ଆଶା ଅନୁସାରେ ଭାରତୀୟ ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖାଯାଇଛି। ଶୁବମନ ଗିଲ୍‌ ଓ ରିଙ୍କୁ ସିଂଙ୍କ ପରି ଯୁବ ଖେଳାଳିଙ୍କୁ ରିଜର୍ଭରେ ସ୍ଥାନିତ କରାଯାଇଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ମୁଖ୍ୟ ଦଳରେ ସୁଯୋଗ ମିଳିଛି। ”ଆଗାମୀ ଟୁର୍ନାମେଣ୍ଟରେ ସୂର୍ଯ୍ୟକୁମାରଙ୍କୁ ଭାରତ ୩ ନମ୍ବରରେ ଖେଳାଇବା ଉଚିତ। ସେ ହେଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟି୨୦ ଖେଳାଳି। ସାର୍‌ ଭିଭିଆନ ରିଚାଡର୍‌ସଙ୍କ ପରି ଖେଳାଳିଙ୍କୁ ଆପଣ ଯଦି ପଚାରିବେ ତେବେ ଜାଣିବାକୁ ପାଇବେ ଯେ ସେ କିପରି ମିଡିଲରେ ଯାଇ ଖେଳିବାକୁ ପସନ୍ଦ କରନ୍ତି। ସୂର୍ଯ୍ୟକୁମାରଙ୍କ କ୍ଷେତ୍ରରେ ମଧ୍ୟ ତାହା ହେବା ଉଚିତ। ସେ ଜଣେ ଓପନର ନୁହନ୍ତି। ତେଣୁ ଯଥାସମ୍ଭବ ଶୀଘ୍ର ତାଙ୍କୁ କ୍ରିଜ୍‌କୁ ଅଣାଯିବା ଉଚିତ। ଏହା ହେଲେ ସେ ୧୦-୧୫ ଓଭର ବ୍ୟାଟିଂ କରିପାରିବେ। ଯଦି ତାହା ସମ୍ଭବ ହେବ ତେବେ କ’ଣ ହେବ ତାହା ସମସ୍ତେ ଜାଣନ୍ତି“ ବୋଲି ଷ୍ଟାର ସ୍ପୋଟର୍‌ସ ପକ୍ଷରୁ ସମ୍ବର୍ଦ୍ଧିତ ହେବା ଅବସରରେ ଲାରା ପ୍ରକାଶ କରିଛନ୍ତି। ଯଦି ଭାରତ ପ୍ରଥମେ ବ୍ୟାଟିଂ କରୁଛି ତେବେ ସୂର୍ଯ୍ୟ ମଜଭୁତ ପୋଜିଶନରେ ପହଞ୍ଚାଇ ପାରିବେ। ଯଦି ଦ୍ୱିତୀୟରେ ବ୍ୟାଟିଂ କରେ ତେବେ ସେ ମ୍ୟାଚ ବିଜେତା ସାବ୍ୟସ୍ତ ହେବେ।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ବ୍ୟାଟିଂ କ୍ରମରେ ସୂର୍ଯ୍ୟ ସାଧାରଣତଃ ୪ ନମ୍ବର ସ୍ଥାନରେ ଆସିଥାନ୍ତି। କୋହଲିଙ୍କୁ ୩ ନମ୍ବରରେ ସୁଯୋଗ ମିଳିଥାଏ। ଲାରାଙ୍କ ପରାମର୍ଶ ଅନୁସାରେ ରୋହିତଙ୍କ ସହ କୋହଲି ଇନିଂସ ଓପନ କରିବେ ଏବଂ ସୂର୍ଯ୍ୟ ୩ ନମ୍ବରରେ ଆସିବା ଉଚିତ। ଏହା ହେଲେ ଯଶସ୍ବୀ ଜୟସ୍ବାଲଙ୍କୁ ସ୍ଥାନ ମିଳିବା କଷ୍ଟକର ହୋଇଯିବ। ତେବେ ଯେପରି ହେଉ ସୂର୍ଯ୍ୟଙ୍କୁ ୩ ନମ୍ବରରେ ପଠାଇବା ପାଇଁ ଉପାୟ ବାହାର କରାଯିବା ଆବଶ୍ୟକ ବୋଲି ଲାରା କହିଛନ୍ତି।
୨୦୦୭ ଦିନିକିଆ ବିଶ୍ୱକପ୍‌ରେ ଭାରତ ପ୍ରିଲିମିନାରି ରାଉଣ୍ଡରୁ ବିଦାୟ ନେଇଥିଲା। ଏଥର ଭଲ ଖେଳି ଓ୍ବେଷ୍ଟଇଣ୍ଡିଜ ସହ ଫାଇନାଲ ଖେଳିଲେ ଭଲ ହେବ। ଏହା ହେଲେ ୨୦୦୭ରେ ହୋଇଥିବା କ୍ଷତି ଭରଣା ହୋଇପାରିବ। ଏଥିପାଇଁ ଓ୍ବେଷ୍ଟଇଣ୍ଡିଜକୁ ମଧ୍ୟ ଭଲ ଖେଳିବା ଉଚିତ। ଏହି ଦଳରେ ବ୍ୟକ୍ତିଗତଭାବେ ଦେଖିଲେ ଅନେକ ଭଲ ଖେଳାଳି ରହିଛନ୍ତି। ଏହାକୁ ଦଳଗତଭାବେ ପ୍ରଦର୍ଶନରେ ପରିଣତ କରିବାର ଅଛି। ଭାରତ-ଓ୍ବେଷ୍ଟଇଣ୍ଡିଜ ଫାଇନାଲ ହେଲେ ଅତୀତରେ ହୋଇଥିବା ଅନେକ କ୍ଷତି ଭରଣା ହୋଇପାରିବ। ୨୦୦୭ ବିଶ୍ୱକପ୍‌ର ଦ୍ୱିତୀୟ ରାଉଣ୍ଡରେ ଭାରତର ଅନୁପସ୍ଥିତି ଅନୁଭବ ହୋଇଥିଲା। ଏହା ଆଉଥରେ ହେଉ ବୋଲି ଆମେ ଚାହୁଁନୁ। ତେଣୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଫାଇନାଲ ଏବଂ ଶ୍ରେଷ୍ଠ ଦଳ ବିଜୟୀ ହେଲେ ଭଲ ହେବ ବୋଲି ଲାରା ପ୍ରକାଶ କରିଛନ୍ତି।
ଆଇପିଏଲ୍‌ରେ କୋହଲିଙ୍କ ଷ୍ଟ୍ରାଇକ ହାରକୁ ନେଇ ଅନେକ ଆଲୋଚନା ହେଉଛି। ମାତ୍ର ଲାରାଙ୍କ ମତରେ କୋହଲିଙ୍କ ଭଳି ଖେଳାଳି ସବୁବେଳେ ପ୍ଲେଇଂ ଇଲେଭେନରେ ଆବଶ୍ୟକ ଥାଏ। ଭାରତ ୪ ସ୍ପିନରଙ୍କୁ ଦଳରେ ନେଇଥିଲେ ହେଁ ୟୁଜବେନ୍ଦ୍ର ଚହଲ ଅଧିକ ଉପଯୋଗୀ ହେବେ ବୋଲି ସେ ଅନୁଭବ କରୁଛନ୍ତି। ସେହିପରି କୁଲଦୀପ ଯାଦବ ଉଇକେଟ ନେବାକୁ ସକ୍ଷମ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri