ଜୟପୁର,୧୪ା୫(ପବନ ପାଣିଗ୍ରାହୀ): ଛତିଶଗଡ଼ର ଜଗଦଲପୁରଠାରୁ ଦିଲ୍ଲୀକୁ ୨୧ ତାରିଖରେ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ ଜଗଦଲପୁରରୁ ୨୧ ତାରିଖ ପୂର୍ୱାହ୍ନ ୧୧ଟାରେ ଯାତ୍ରା ଆରମ୍ଭ କରି କୋରାପୁଟ ଷ୍ଟେଶନରେ ମଧ୍ୟାହ୍ନ ୧ଟାରେ ପହଞ୍ଚିବ।
ପୁଣି ୨୦ ମିନଟ୍ ରହଣୀ ପରେ ସେଠାରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର-ଦିଲ୍ଲୀ ମଧ୍ୟରେ ଦେଶର ମାତ୍ର ୬ ଷ୍ଟେଶନରେ ରହଣୀ କରିବ। ୨୩ ତାରିଖ ସକାଳ ୯ଟାରେ ଏହା ଦିଲ୍ଲୀର ନିଜାମଉଦ୍ଦିନ ଷ୍ଟେଶନରେ ପହଞ୍ଚିବ। ଏହା ପରେ ୨୫ ତାରିଖ ରାତି ୨ଟାରେ ଦିଲ୍ଲୀର ନିଜାମଉଦ୍ଦିନ ଷ୍ଟେଶନରୁ ଯାତ୍ରା ଆରମ୍ଭ କରି ୨୬ ତାରିଖରେ କୋରାପୁଟ ଷ୍ଟେଶନରେ ରାତି ୮ଟାରେ ପହଞ୍ଚି ୨୦ ମିନିଟ ରହି ଜଗଦଲପୁର ଯାତ୍ରା କରିବ। ରାତି ୧୧ଟାରେ ଜଗଦଲପୁରରେ ପହଞ୍ଚିବ।
୧୮ ବଗି ବିଶିଷ୍ଟ ଏହି ଟ୍ରେନ୍କୁ ଦୀର୍ଘ ୧୯୯୪ କି.ମି. ଯାତ୍ରା ପାଇଁ ପ୍ରାୟ ୪୬ ଘଣ୍ଟା ସମୟ ଲାଗିବ। ଏହି ଟ୍ରେନ୍କୁ ଜୟପୁର ଷ୍ଟେଶନରେ ରହଣି ପାଇଁ ଦାବି କରାଯାଇଛି। ଏଥିଯୋଗୁ ନବରଙ୍ଗପୁର ଓ ମାଲକାନଗିରି ଜିଲାର ଯାତ୍ରୀ ସୁବିଧା ପାଇବେ ବୋଲି କୁହାଯାଇଛି।