ସମର୍‌ ସ୍କାର୍ଫ

* ପୋଲ୍‌କା ଡଟ୍‌ ସମର୍‌ ସ୍କାର୍ଫ: ପୋଲ୍‌କା ଡଟ୍‌ ପ୍ରିଣ୍ଟ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୁଏ ନାହିଁ। ଖାସ୍‌କରି ଏହି ପ୍ରିଣ୍ଟର ସମର୍‌ ସ୍କାର୍ଫ ବି ଯୁବତୀଙ୍କର ଖୁବ୍‌ ପ୍ରିୟ ହୋଇଥାଏ। ଖରାରେ ବାହାରକୁ କୁଆଡ଼େ ଗଲାବେଳେ ଏହାକୁ ମୁହଁରେ କିମ୍ବା ମୁଣ୍ଡରେ ଗୁଡାଇ ଦେଲେ ଖରାରୁ ରକ୍ଷା ମିଳେ। ଅନ୍ୟପକ୍ଷେ ଜିନ୍ସ ଓ ଟପ୍ସ ସହ ଏହାକୁ ବେକରେ ଷ୍ଟାଇଲ୍‌ରେ ପକାଇ ମଧ୍ୟ ସ୍ମାର୍ଟ ଲୁକ୍‌ ପାଇହୁଏ।
* ପ୍ରିଣ୍ଟେଡ୍‌ ଫ୍ଲୋରାଲ୍‌ ସମର୍‌ ସ୍କାର୍ଫ: ଫ୍ଲୋରାଲ୍‌ ଡିଜାଇନ୍‌ର ଯେକୌଣସି ଆଉଟ୍‌ଫିଟ୍‌ ପିନ୍ଧିଲେ ଖରାଦିନେ ଫ୍ରେଶ୍‌ ଲୁକ୍‌ ମିଳେ। ଏପରିକି ଖରାଦିନେ ଏହି ପ୍ରିଣ୍ଟର ସମର୍‌ ସ୍କାର୍ଫକୁ ଦେହରେ ପକାଇଲେ ଲୁକ୍‌ ମଧ୍ୟ ବେଶ୍‌ ଷ୍ଟାଇଲିଶ୍‌ ଲାଗେ। ମୁଖ୍ୟତଃ ଏହି ପ୍ରିଣ୍ଟର ସ୍କାର୍ଫକୁ ଜିନ୍ସ ଓ ଟପ୍ସ ହେଉ ଅବା ଲଙ୍ଗ୍‌ ସ୍କର୍ଟ ଓ ଟପ୍ସ ସହ ପେୟାର୍‌ କଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।
* ଆନିମଲ ପ୍ରିଣ୍ଟ ସମର୍‌ ସ୍କାର୍ଫ: ଆନିମଲ ପ୍ରିଣ୍ଟ୍‌ର ଫ୍ୟାଶନ୍‌ ମଧ୍ୟ କେବେ ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏହାର ଆଉଟ୍‌ଫିଟ୍‌ଗୁଡ଼ିକ ଯେମିତି ଫ୍ୟାଶନେବଲ୍‌ ଲାଗେ ସେମିତି ଏହି ପ୍ରିଣ୍ଟର ସମର୍‌ ସ୍କାର୍ଫକୁ ବି ଜିନ୍ସ ଓ ଟପ୍ସ କିମ୍ବା ଶଟର୍‌ସ ସହ ପେୟାର୍‌ କଲେ ଖରାଦିନେ ସ୍ମାର୍ଟ ଲୁକ୍‌ ମିଳିଥାଏ।
* ସନ୍‌ ପ୍ରୋଟେକ୍ସନ୍‌ ଫେଶ୍‌ ସ୍କାର୍ଫ: ଏହା ଏକ ସ୍ବତନ୍ତ୍ର ଧରଣର ସମର୍‌ ସ୍କାର୍ଫ; ଯେଉଁଥିରେ ଉଭୟ ଟୋପି ଓ ସ୍କାର୍ଫ ଲାଗିକି ରହିଥାଏ; ଯଦ୍ଦ୍ବାରା ଉଭୟ ମୁଣ୍ଡ ସହ ମୁହଁକୁ ବି ସୂର୍ଯ୍ୟକିରଣରୁ ରକ୍ଷା କରିହୁଏ। ଏହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ କ୍ୟାରି କରାଯାଇପାରେ।
* ଲଙ୍ଗ୍‌ ସମର୍‌ ସ୍କାର୍ଫ: ପ୍ୟୁୟୋର୍‌ କଟନ୍‌ରେ ଆସୁଥିବା ଏହି ସ୍କାର୍ଫ ବହୁତ ଲମ୍ବା ହୋଇଥାଏ। ଏହାକୁ ଯୁବତୀ ଚାହିଁଲେ ମୁଣ୍ଡ ସହ ମୁହଁକୁ ଏପରିକି ହାତକୁ ବି ଆରାମରେ କଭର୍‌ କରି ପ୍ରଖର ସୂର୍ଯ୍ୟକିରଣରୁ ନିଜକୁ ରକ୍ଷା କରିପାରିବେ।
ସ୍କାର୍ଫର ଲେଙ୍ଗ୍‌ଥକୁ ନେଇ ଟିପ୍ସ
ସ୍କାର୍ଫ ମୁଖ୍ୟତଃ ତିନୋଟି ଭିନ୍ନ ଭିନ୍ନ ଲେଙ୍ଗ୍‌ଥ ବା ଲମ୍ବାରେ ଉପଲବ୍ଧ ହୋଇଥାଏ, ଯଥା: ଶର୍ଟ ଲେଙ୍ଗ୍‌ଥ, ମିଡିୟମ୍‌ ଲେଙ୍ଗ୍‌ଥ ଏବଂ ଲଙ୍ଗ୍‌ ଲେଙ୍ଗ୍‌ଥ। ସ୍କାର୍ଫର ଲେଙ୍ଗଥ୍‌ ବି ଲୁକ୍‌ ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତି କି…
* ଶର୍ଟ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ: ଜିନ୍ସ ଓ ଟପ୍ସ ହେଉ ଅବା ପ୍ଲାଜୋ ପ୍ୟାଣ୍ଟ କିମ୍ବା ଟ୍ରାଉଜର ପ୍ୟାଣ୍ଟ ସହ ଶର୍ଟ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ ବେଶ୍‌ ଭଲ ମାନିଥାଏ। ଖାସ୍‌କରି ଏହାକୁ ବେକ ଓ କାନ୍ଧ ଚାରିପଟେ ଷ୍ଟାଇଲିଶ୍‌ ଭାବେ ଗୁଡ଼ାଇ ମଡର୍ନ ଲୁକ୍‌ ପାଇହୁଏ। ମୁଖ୍ୟତଃ ଡେଙ୍ଗା ଯୁବତୀଙ୍କୁ ଏହି ଷ୍ଟାଇଇ୍‌ ଖୁବ୍‌ ଭଲ ଦେଖାଯାଇଥାଏ। ଆଉଟିଂରେ କିମ୍ବା ଶପିଂ ପାଇଁ ଗଲାବେଳେ ଏହି ଷ୍ଟାଇଲ୍‌କୁ ଅନୁକରଣ କଲେ ଲୁକ୍‌ ବେଶ୍‌ ସ୍ମାର୍ଟ ଲାଗିଥାଏ।
* ମିଡିୟମ୍‌ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ: କାଜୁଆଲ୍‌ ଲୁକ୍‌ ପାଇଁ ହେଉ ଅବା ଅଫିସିଆଲ୍‌ ପାର୍ଟି ପାଇଁ ହେଉ; ଯୁବତୀମାନେ ଚାହିଁଲେ ଫର୍ମାଲ୍‌ ଟ୍ରାଉଜର୍‌ ସୁଟ୍‌ ସହ ବେକରେ ଏହି ମିଡିୟମ୍‌ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫକୁ ଷ୍ଟାଇଲିଶ୍‌ ଭାବେ ବାନ୍ଧିପାରିବେ। ଏହାଛଡ଼ା ଲଙ୍ଗ୍‌ ଶାର୍ଟ ହେଉ ଅବା କୁର୍ତ୍ତା ସାଙ୍ଗରେ ବି ଏହି ଲେଙ୍ଗ୍‌ଥର ସ୍କାର୍ଫକୁ ମ୍ୟାଚିଂ କରି ପିନ୍ଧିପାରିବେ।
* ଲଙ୍ଗ୍‌ ଲେଙ୍ଗ୍‌ଥ ସମର୍‌ ସ୍କାର୍ଫ: ଏହି ସ୍କାର୍ଫର ଲମ୍ବା ଟିକେ ଅଧିକ ଥାଏ। ତେଣୁ ଷ୍ଟାଇଲିଶ୍‌ ଲୁକ୍‌ ପାଇବା ପାଇଁ ଯୁବତୀମାନେ ଚାହିଁଲେ ସାଲଓ୍ବାର- କମିଜ୍‌ କିମ୍ବା ପ୍ଲାଜୋ ପ୍ୟାଣ୍ଟ ସହ ଏହି ସ୍କାର୍ଫକୁ ଆଉ ବେକରେ ନ ଗୁଡ଼ାଇ କାନ୍ଧରେ ଲମ୍ବା ଭାବେ ଗୋଟିଏ ପାର୍ଶ୍ୱ କରି ପକାଇ ପାରିବେ। ଆଉ ଯଦି ଜିନ୍ସ ଓ ଟପ୍ସ କିମ୍ବା ଫର୍ମାଲ୍‌ ପ୍ୟାଣ୍ଟ ସାର୍ଟ ସହ ଏହି ସ୍କାର୍ଫ ପିନ୍ଧିବାକୁ ଚାହୁଁଥାନ୍ତି, ତା’ହେଲେ ଏହାକୁ ଷ୍ଟାଇଲିଶ୍‌ ଭାବେ ବେକରେ ଗୁଡ଼ାଇ କାନ୍ଧର ଉଭୟ ପାର୍ଶ୍ୱକୁ ଓହଳାଇ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri