ଡରାଉଛି ଖରା, ଅସ୍ତବ୍ୟସ୍ତ ଜନଜୀବନ

ଖୋର୍ଦ୍ଧା ଅଫିସ,୧୮ା୪: ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରଭାବ ରହୁଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହେଲାଣି। ଖରା ସହ ଖୋର୍ଦ୍ଧା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି। ଦୈନିକ ତାପମାତ୍ରା ପ୍ରାୟ ୩୮ରୁ ୪୦ ଡିଗ୍ରୀ ସେଲସିୟସ ରହୁଛି। ପରିସ୍ଥିତି ଏପରି ହେଲାଣି ଯେ, ପୂର୍ବାହ୍ନରେ ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରିଲେଣି। ପୂର୍ବାହ୍ନ ପ୍ରାୟ ୧୦ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହର ସମ୍ପର୍ଣ୍ଣ ଶୂନଶାନ ହୋଇପଡୁଛି। ଏପରିକି ଗ୍ରାହକ ଆସୁନଥିବାରୁ ଖୋର୍ଦ୍ଧା ବଜାର ସମେତ ଅଧିକାଂଶ ଅଞ୍ଚଳରେ ଏକାଧିକ ଦୋକାନ ପ୍ରାୟ ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ଗ୍ରୀଷ୍ଣ ପ୍ରଭାବ ଯୋଗୁ ଏବେ ସକାଳୁଆ ସ୍କୁଲ, କଲେଜ ଚାଲିଥିବାରୁ ଅପରାହ୍ନ ସମୟଟା ରାସ୍ତାଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଦୋକାନ, ବଜାର ଖଁା ଖଁା ରହିଥାଉଛି। ଏ ନେଇ ଗୁରୁଜଙ୍ଗର ସାମାଜିକ କର୍ମୀ ପ୍ରଭାତ ବଳିଆରସିଂ କୁହନ୍ତି ପୂର୍ବାହ୍ନ ପରେ ବାହାରେ ଦେହରୁ ଅଧିକ ଝାଳ ବୋହିବା ସହ ଚାଲିକି ଯିବାବେଳେ ଅଂଶୁଘାତର ଭୟ ରହୁଛି। ଟ୍ରାଫିକ ଛକର ଜଣେ ଫୁଟଫାଥ ବ୍ୟବସାୟୀ କୁହନ୍ତି ପ୍ରଚଣ୍ଡ ଖରା ଯୋଗୁ ଗ୍ରାହକ ଆସୁନାହାନ୍ତି। ଦିନସାରା କିଛି ବେପାର ନାହିଁ। ଏଭଳି ଆଉ କିଛି ଦିନ ଚାଲିଲେ, ପରିବାର ଚଳାଇବା କଷ୍ଟକର ହୋଇପଡିବ। ବ୍ୟବସାୟୀ ରାକେଶ ସାହୁ କୁହନ୍ତି ବାଳିକା ସ୍କୁଲ ନିକଟରେ ଜଳଖିଆ ଦୋକାନଟିଏ ରହିଛି। ତେବେ ଖରାର ପ୍ରଖରତା ବୃଦ୍ଧି ଯୋଗୁ ପ୍ରାୟ ୧୦ଟା ପରେ ଗ୍ରାହକ ଦୋକାନକୁ ଆସୁନାହାନ୍ତି। ଯାହା ରାତିରେ ଦୁଇ ପଇସାରେ ରୋଜଗାର ହେଉଛି।

ଶୂନଶାନ ବସ୍‌ଷ୍ଟାଣ୍ଡ

ଖୋର୍ଦ୍ଧା ନୂଆବସଷ୍ଟାଣ୍ଡରେ ମଧ୍ୟ ଖରା ଯୋଗୁ ଲୋକେ କମ୍‌ ଯାତାୟାତ କରୁଥିବା ଦେଖିବାକୁମ ମିଳିଛି। ଫଳରେ ବସ୍‌ଷ୍ଟାଣ୍ଡ ମଧ୍ୟ ପ୍ରାୟ ଅପରାହ୍ନରେ ଫାଙ୍ଖା ରହୁଛି। ଏଠାରୁ ପ୍ରତି ସମୟରେ ଭୁବନେଶ୍ୱର, ନୟାଗଡ ରାସ୍ତାରେ ଘରୋଇ ଯାନବାହନ ଚଳାଚଳ କରିଥାଏ। ତେବେ ଦିନ ତମାମ ଗହଳି ଚହଳି ଲାଗି ରହୁଥିବା ବସଷ୍ଟାଣ୍ଡ ଏବେ କିଛିଦିନ ହେବ ରୌଦ୍ରତାପ ଯୋଗୁ ଜନଶୂନ୍ୟ ରହୁଛି। ଏପରିକି ଏକାଧିକ ବସ୍‌ରେ ଲୋକେ ହେଉ ନ ଥିବା କେତେଜଣ ବସ୍‌ ଡ୍ରାଇଭର ଜଣାଇଛନ୍ତି। ପ୍ରାୟ ସମୟରେ ମୋ ବସ ବିନା ଯାତ୍ରୀରେ ଭୁବନେଶ୍ୱର ଯାତ୍ରା କରୁଥିବା ଦେଖିବାକୁ ମିଳିଛି।

ଆଖୁ ରସ, ତରଭୁଜ, ତାଳ ସଜ ଚାହିଦା

ପ୍ରଚଣ୍ଡ ଖରା ଯୋଗୁ ମୃଦୁ ଥଣ୍ଡା ପାନୀୟ, ଆଖୁ ରସ,ତରଭୁଜ, ତାଳସଜର ଚାହିଦା ବୃଦ୍ଧି ପାଇଛି। ଏପରିକି ସହରର ଏକାଧିକ ସ୍ଥାନରେ ଲସି, ଜୁସ୍‌ ଷ୍ଟଲଗୁଡ଼ିକରେ ଗହଳି ରହୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଖୁରସ ଦୋକାନ ଥିବାବେଳେ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ଲୋକଙ୍କ ଏଠି ଭିଡ ଜମେ। ସେହିପରି ସହରର ପୁରୁଣା ବସଷ୍ଟାଣ୍ଡ, ନୂଆବସଷ୍ଟାଣ୍ଡ, ଟ୍ରାଫିକ ଛକ, ଗୋଡି ପୋଖରୀ, ମୁକୁନ୍ଦ୍ରପ୍ରସାଦ ପ୍ରଭୃତି ସ୍ଥାନରେ ରାସ୍ତାକଡର ମୃଦୁ ପାନୀୟର ବ୍ୟବହାର ବଢିଛି। ଗ୍ରାହକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ଭେରାଇଟିର ଲସି ଜୁସ, ୨୦ ଟଙ୍କାରୁ ୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଜଣେ ବ୍ୟବସାୟୀ କହିଛନ୍ତି। ସେହିପରି ବିଭିନ୍ନ ଛକରେ ତାଳସଜା ବିକ୍ରି ଚାଲିଛି। ବସ୍‌କୁ ଅପେକ୍ଷା କରିଥିବା ଲୋକେ ରାସ୍ତାକଡ଼ରେ ତାଳସଜ ଖାଉଥିବା ଦେଖିବାକୁ ମିଳିଛି। ସେହିପରି ନୂଆବସଷ୍ଟାଣ୍ଡ ରାସ୍ତାର ଉଭୟ ପାର୍ଶ୍ୱରେ ଏକାଧିକ ତରଭୁଜ ପସାର ମେଲିଛି। ଏହି ରାସ୍ତା ଦେଇ ଯାଉଥିବା ଲୋକେ କିଛି ସମୟରେ ସେଠାରେ ଅଟକି ପରିବାର, ସାଙ୍ଗସାଥି ହୋଇ ତରଭୁଜ ଖାଉଛନ୍ତି। ନୂଆବସଷ୍ଟାଣ୍ଡରେ ଦୋକାନ ଦେଇଥିବା ଗୋପାଳ ଦାସ କୁହନ୍ତି, ଗତ କିଛିଦିନ ହେବ ଖରା ବଢ଼ିଯାଇଥିବାରୁ ଲୋକଙ୍କ ଭିଡ଼ ହେଉଛି। ଜଣେ ପ୍ରାୟ ୨ରୁ ଊର୍ଦ୍ଧ୍ୱଥର ଆଖୁରସ ପିଇ ଶୋଷ ମେଣ୍ଟାନ୍ତି। ସେହିଭଳି ଫରେଷ୍ଟ ଛକରେ ତରଭୁଜ ଖାଉଥିବା ତପନ ବଳିଆରସିଂ କୁହନ୍ତି, କୌଣସି କାର୍ଯ୍ୟରେ ଏବେ ବାହାରକୁ ଗଲେ ନିହାତି ପାଣି ଧରିବା ଆବଶ୍ୟକ। ଏବେ ଏକ କାର୍ଯ୍ୟରେ ଆସିଥିବାବେଳେ ଖରା ଅଧିକ ଥିବାରୁ ତରଭୁଜ ଖାଇ ଆଶ୍ୱସ୍ତି ଅନୁଭବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri