ସମ୍ମେଟିଭ୍‌-୨ ପରୀକ୍ଷା ଫଳ ପ୍ରକାଶ ପାଉନି: ଦ୍ୱନ୍ଦ୍ୱରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର

ବାରିପଦା ଅଫିସ,୧୫।୫: ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ପାଇଁ କରାଯାଇଥିବା ସମ୍ମେଟିଭ-୨ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଛାତ୍ରଛାତ୍ର ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରୁ ନାହାନ୍ତି। ଫଳରେ ଚଳିତ ଶିକ୍ଷା ବର୍ଷରେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀଛାତ୍ର ଗୋଟିଏ ଶ୍ରେଣୀରେ ବସି ପାଠ ପଢୁଛନ୍ତି। ଗଣ ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ନବମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଫଳ ମେ ୧୦ତାରିଖ ସୁଦ୍ଧା ପ୍ରକାଶ ପାଇ ନ ଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦର ଖାମଖିଆଲି ନୀତି ଓ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡ଼ିିିଛନ୍ତି ା ମୟୂରଭଞ୍ଜ ଜିଲାରେ ଥିବା ୬୧୦ହାଇସ୍କୁଲର ୩୫ହଜାର ୨୫୨ଛାତ୍ରୀଛାତ୍ର ନବମ ଶ୍ରେଣୀର ସମ୍ମେଟିଭ-୨ ପରୀକ୍ଷା ଦେଇଛନ୍ତି ା ଏପ୍ରିଲ ୨୧ତାରିଖରେ ଉକ୍ତ ପରୀକ୍ଷା ଶେଷ ହୋଇଛି। ଇତି ମଧ୍ୟରେ ୨୩ଦିନ ବିତିଯାଇଥିଲେ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇନାହିଁ ା ଫଳରେ ନବମ ଶ୍ରେଣୀର ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ବର୍ତ୍ତମାନ ସେମାନେ କେଉଁ ଶ୍ରେଣୀରେ ବସି ପାଠ ପଢ଼ିବେ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କୋଭିଡ୍‌ ଯୋଗୁ ପ୍ରଥମରୁ ନବମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଦୁଇ ବର୍ଷର ପୁରୁଣା ପାଠ ମଧ୍ୟ ପଢ଼ା ଯାଉଛି। ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ପ୍ରଥମରୁ ନବମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଶ୍ରେଣୀ ପଦୋନ୍ନତି, ଆଡ୍‌ମିଶନ ଓ ରି-ଆଡମିଶନ ପ୍ରକ୍ରିୟାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୦ରୁ ୩୦ ତାରିଖ ସୁଦ୍ଧା ଉପରୋକ୍ତ ସମସ୍ତ କାର୍ଯ୍ୟ ଶେଷ କରି ମଇ ୧ତାରିଖଠାରୁ ନୂତନ ବର୍ଷର ଶିକ୍ଷା ପଦ୍ଧତି, ପାଠ୍ୟକ୍ରମ ଓ ଶିକ୍ଷାଦାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମେ୧ରୁ ଜୁନ ୫ତାରିଖ ପର୍ଯ୍ୟନ୍ତ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି କୁହାଯାଇଛି।
ନେଇ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସ୍ବର୍ଣ୍ଣପ୍ରିୟା ମହାପାତ୍ର କୁହନ୍ତି, ଶ୍ରେଣୀ ଉତ୍ତୀର୍ଣ୍ଣରେ ବିଳମ୍ବ ଯୋଗୁ ଶିକ୍ଷା ଗ୍ରହଣରେ ବାଧା ଉପୁଜିଛି। ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରା ନ ଗଲେ ଦଶମ ଶିକ୍ଷାଦାନ ଗ୍ରହଣ ସମ୍ପୂର୍ଣ୍ଣ ହେବାରେ ସମସ୍ୟା ଉପୁଜିବ। ବନସ୍ଥଳୀ ବିଦ୍ୟାପୀଠ ବଡ଼ଯୋଡ଼ର ଛାତ୍ର ସୁନୀଲ ନାଏକ କୁହନ୍ତି, ଦଶମ ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରୁଥିବା ବେଳେ ବିଭାଗୀୟ ଅବହେଳାକୁ ନେଇ ମୁଁ ଚିନ୍ତିତ ଅଛି। ଗଣ ଶିକ୍ଷା ବିଭାଗ ପକ୍ଷରୁ ୧ମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଯେଉଁଭଳି ଭାବେ ଚିନ୍ତା କରୁଛନ୍ତି, ଦଶମ ଶ୍ରେଣୀ ପିଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଭବିଷ୍ୟତ ସହିତ ଖେଳୁଛନ୍ତି ା ମେ ୨୦ରୁ ଦଶମ ଶ୍ରେଣୀ ସମ୍ମେଟିଭ-୨ ମୂଲ୍ୟାୟନ ପାଇଁ ଅଧିକାଂଶ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଥିବାରୁ ଦଶମ ଶ୍ରେଣୀ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ବୋଲି ଅଭିଭାବକ ଶୁକଦେବ ନାଏକ ଓ ମହେଶ ପାତ୍ର କହିଛନ୍ତି। ଉଭୟ ବିଭାଗର ତାଳମେଳ ଓ ବିଳମ୍ବିତ ପଦକ୍ଷେପ ପାଇଁ ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନେ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରୁଥିବା କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ନବ କିଶୋର ଗିରିଙ୍କୁ ପଚାରିବାରୁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri