ସରୁନି ସୁମିତ୍ରାଙ୍କ ସଂଘର୍ଷ

ପାଲଲହଡ଼ା, ୬।୯(ଡି.ଏନ୍‌.ଏ.):  ମା’ବାପା ବଞ୍ଚତ୍ଥିଲେ ଅଜାଡ଼ି ଦେଇଥାଆନ୍ତେ ସ୍ନେହ ସରାଗ। ରାତି ପାହିବା ବେଳକୁ ପେଟକୁ ଚିହ୍ନି ଯୋଗାଇ ଦେଇଥାଆନ୍ତେ ଖାଇବା। ଯେନତେନ କରି ନିଜେ ମୁଣ୍ଡାଇ ଥାଆନ୍ତେ ଘର ଜଞ୍ଜାଳ। ହେଲେ ୧୭ ବର୍ଷୀୟା ସୁମିତ୍ରା କୁଙ୍କାଲଙ୍କ ପାଇଁ ଏସବୁ ପାଲଟିଛି ସ୍ବପ୍ନ। କାରଣ ୪ ବର୍ଷ ମଧ୍ୟରେ ମା’ବାପା ଆରପାରିକୁ ଚାଲିଯିବା ପରେ ଏବେ ତାଙ୍କ କଅଁଳ କାନ୍ଧ ବୋହୁଛି ପରିବାରର ବୋଝ। ୪ ଭଉଣୀଭାଇଙ୍କ ସ୍ବପ୍ନ ପୂରଣ କରିବା ପାଇଁ ମରିଯାଇଛି କଲେଜ ଶିକ୍ଷାର ଇଚ୍ଛା। ମୂଲମଜୁରି ଖଟିଲେ ଚୁଲି ଜଳୁଛି। କଳ ବଳ କୌଶଳ ଲଗାଇ ଏଭଳି ଦୁର୍ଦ୍ଦିନରୁ ବାହାରିବାକୁ ଅହରହ ଉଦ୍ୟମ ଚଳାଇଥିଲେ ହେଁ ସରୁନି ସୁମିତ୍ରାଙ୍କ ସଂଘର୍ଷ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବତିସୁଆଁ ପଞ୍ଚାୟତ ବାଲିମ ସୋଲଡା ଗ୍ରାମରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ।
ଜୀବନ ସଂଘର୍ଷର କରୁଣ କାହାଣୀ ବଖାଣି ସୁମିତ୍ରା କହିଛନ୍ତି, ୪ ବର୍ଷ ତଳେ ବାପା ପାଗାନ କୁଙ୍କାଲଙ୍କ ହଠାତ୍‌ ମୃତ୍ୟୁ ହୋଇଗଲା। ଏହାର ୨ ବର୍ଷ ପରେ ମା’ ଗବାଇ ମଧ୍ୟ ଚାଲିଗଲେ ଆରପାରିକୁ। ଅଭାବ ଅନଟନ ମଧ୍ୟରେ ମାଟ୍ରିକ ପାସ୍‌ କଲେ। ଉଚ୍ଚ ଶିକ୍ଷିତ ହୋଇ ଭଲ ଚାକିରି କରିବା ଆଶାରେ ପାଲଲହଡ଼ା ମାଲ୍ୟଗିରି କଲେଜରେ ନାମ ମଧ୍ୟ ଲେଖାଇଥିଲେ। ହେଲେ ଆର୍ଥିକ ସଙ୍କଟ ଏବଂ ପରିବାର ଚଳାଇବାକୁ କେହି ନ ଥିବାରୁ ବାଧ୍ୟ ହୋଇ ପାଠପଢ଼ାରେ ଡୋରି ବାନ୍ଧିଲେ। ଏବେ ମୂଲମଜୁରି କଲେ ଦି ଓଳି ଦାନା ଯୋଗାଡ଼ ହୋଇପାରୁଛି। ତଥାପି ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇ ଭଉଣୀଭାଇଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି ସେ। ଭଉଣୀ ଫୁଲମୟୀ (୧୪), ରାନ୍ଦାଏ (୧୧) କମ୍ପରକେଳା ସେବାଶ୍ରମରେ ପଢୁଥିଲେ। ତେବେ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁ ବିଦ୍ୟାଳୟ ବନ୍ଦ ଥିବାରୁ ସେମାନେ ଘରେ ଅଛନ୍ତି। ଭାଇ କାହ୍ନୁ (୮) ପଳାସବାହାଲ ସେବାଶ୍ରମରେ ପଢୁଥିବାବେଳେ ମା’ଙ୍କ ମୃତ୍ୟୁ ପରେ ସେ ପାଠପଢ଼ା ଛାଡ଼ି ଦେଇଛନ୍ତି। ସେହିପରି ସାନଭାଇ ଗାର୍ଦି ମାତ୍ର ୬ ବର୍ଷର ହୋଇଥିବାରୁ ତା’ର ଲାଳନପାଳନ କଥା ନିଜକୁ ବୁଝିବାକୁ ପଡୁଥିବା ସୁମିତ୍ରା କହିଛନ୍ତି।
ସୁମିତ୍ରାଙ୍କ ପରିବାରକୁ ମିଳୁଥିବା ସରକାରୀ ସହାୟତା ଟଙ୍କିକିଆ ଚାଉଳରେ ସୀମିତ। ତାହା ବି ମାତ୍ର ୪ ଜଣଙ୍କୁ ମିଳୁଛି। ଗାର୍ଦିଙ୍କୁ ଏଯାଏ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ। ଝାଟିମାଟି ଘରେ ବଡ଼କଷ୍ଟରେ ରହୁଥିବାବେଳେ ମା’ବାପା ଛେଉଣ୍ଡ ଆଦିବାସୀ ସମ୍ପ୍ରଦାୟର ଏହି ପରିବାରକୁ ପ୍ରଶାସନ ପକ୍ଷରୁ ଆବାସ କି ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଝାଟିମାଟି ଘରେ ବିନା ବିଦ୍ୟୁତ୍‌ ସଂଯୋଗରେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ୫ ଭଉଣୀଭାଇ। ଏଭଳି ଅନାଥ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି, ଏଭଳି ଘଟଣା ସ୍ପର୍ଶକାତର। ଏହାର ତଦନ୍ତ କରାଯିବ। ସମ୍ପୃକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ଲୋକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାଷ୍ଟ୍ରପତି, କହିଲେ…

ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍‌ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍‌ଏନ୍‌ଏଲ୍‌ର ୪-ଜି…

ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ ଦମ୍ପତି, ମୁଖ୍ୟସ୍ରୋତରେ ସାମିଲ ପାଇଁ ଚିଠି ଲେଖି…

ରାୟଗଡ଼ା,୭ା୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ…

ରାଜ୍ୟ ପ୍ରାକ୍‌ ବଜେଟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଆଜି

ଭୁବନେଶ୍ୱର, ୭।୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକବର୍ଷ ଲାଗି କରାଯାଇଥିବା ବଜେଟରୁ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ଆସନ୍ତା ୨୦୨୬-୨୭ ଆର୍ଥିକବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri