କ୍ଲିନିକ୍‌ ସିଲ୍‌ କରି ଚୁପ୍‌ ବସିଛି ପ୍ରଶାସନ

ନୟାଗଡ଼ ଅଫିସ,୬।୯: ପଞ୍ଜୀକରଣ ନ ଥାଇ ନୟାଗଡ଼ ଜିଲା ଖଣ୍ଡପଡ଼ା ସହରର ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ବାଲାଜୀ କ୍ଲିନିକ୍‌ ପ୍ରାୟ ୮ମାସ ହେଲା ବେଆଇନ ଭାବେ ଚାଲୁ ଥିଲା । ହେଲେ ସେହି କ୍ଲିନିକ୍‌ ଉପରେ ଚଢ଼ାଉ କରାଯାଉ ନ ଥିଲା । କିନ୍ତୁ ନୟାଗଡ଼ରେ ଭ୍ରୂଣ ହତ୍ୟା ଓ ନକଲି ଡାକ୍ତର ଧରାପଡିବା ଘଟଣା ସାମ୍‌ନାକୁ ଆସିବା ପରେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଥିଲା। ଚେଇଁ ଶୋଇଥିବା ସ୍ବାସ୍ଥ୍ୟ ବିଭାଗ ଧରପଗଡ଼କୁ ତ୍ୱରାନ୍ବିତ କରିଥିଲା। ଏଭଳି ସ୍ଥଳେ ଶନିବାର ବାଲାଜୀ କ୍ଲିନିକ୍‌କୁ ସିଲ୍‌ କରି ଦାୟିତ୍ୱ ଶେଷ କରିଛି ସ୍ବାସ୍ଥ୍ୟ ବିଭାଗ। ସିଲ୍‌ ପରେ ପ୍ରଶ୍ନ ଉଠୁଛି କ୍ଲିନିକ୍‌ ମାଲିକ ତ୍ରିନାଥ ବାରିକଙ୍କ ପ୍ରାୟ ୮ମାସ ତଳେ ପରଲୋକ ଘଟିଥିଲା। କୌଣସି କ୍ଲିନିକ୍‌ ମାଲିକଙ୍କ ପରଲୋକ ଘଟିଲେ ଆପେ ଆପେ ପଞ୍ଜୀକରଣ ଅକାମୀ ହୋଇ ପଡେ । ହେଲେ ନୂଆ ପଞ୍ଜୀକରଣ କରାଯାଇ ନ ଥିଲା ।
ପଞ୍ଜୀକରଣ ନ ଥାଇ ରୋଗୀଙ୍କ ଜୀବନ ସହ କ୍ଲିନିକ୍‌ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ନୀରବ ରହିଥିଲା। ଅନ୍ୟପକ୍ଷେ ବେଆଇନ କ୍ଲିନିକ୍‌ ଚଳାଇଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ଉପରେ ଏବେ ବିଭିନ୍ନ ମହଲରେ ଦାବି କରାଯାଇଛି। ବେଆଇନ କ୍ଲିନିକ୍‌ ଚାଲୁ ରଖିଥିବା ବ୍ୟକ୍ତିଙ୍କ ପ୍ରତି ବିଭାଗୀୟ କର୍ମଚାରୀମାନେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଯଦି ନୟାଗଡ଼ରେ ଭ୍ରୂଣହତ୍ୟା ଓ ନକଲି ଡାକ୍ତରଙ୍କ ପରି ଦୁଇ ପ୍ରସଙ୍ଗ ସାମ୍‌ନାକୁ ଆସି ନ ଥାନ୍ତା,ତେବେ ଖଣ୍ଡପଡ଼ା କ୍ଲିନିକ୍‌ ସିଲ୍‌ ହୋଇ ନ ଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କ୍ଲିନିକ୍‌ ପ୍ରତି ସ୍ବାସ୍ଥ୍ୟ ବିଭାଗର ଏହି ଅନୁକମ୍ପାକୁ ସାଧାରଣରେ ସମାଲୋଚନା କରାଯାଇଛି। ବେଆଇନ ଭାବେ କ୍ଲିନିକ୍‌ ଚାଲୁ ରଖିଥିବା ବ୍ୟକ୍ତିଙ୍କ ବିରୋରେ କାର୍ଯ୍ୟାନୁଷ୍ଠାନ ନେଇ ଅତିରିକ୍ତ ଚିକିସତ୍ାଧିକାରୀ (ପରିବାର କଲ୍ୟାଣ) ସୁବାସ ଚନ୍ଦ୍ର ନାୟକ କୁହନ୍ତି, ଏ ସଂକ୍ରାନ୍ତରେ ସିଡିଏମ୍‌ଓଙ୍କୁ ଅବଗତ କରାଯିବ। ସିଡିଏମ୍‌ଓ ଯାହା ପଦକ୍ଷେପ ନେବେ।

ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ହସ୍ପିଟାଲ

ନୟାଗଡ଼ ଜିଲାରେ ୧୪ଟି ଘରୋଇ ହସ୍ପିଟାଲ ସରକାରୀ ସ୍ବୀକୃତି ପାଇଥିଲା। ନୟାଗଡ଼ର ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ ଓ ଖଣ୍ଡପଡ଼ାର ବାଲାଜୀ କ୍ଲିନିକ୍‌ ସିଲ୍‌ ହେବା ପରେ ଜିଲାରେ ୧୨ଟି ପଞ୍ଜିକୃତ ଘରୋଇ ହସ୍ପିଟାଲ ରହିଛି । ତେବେ ଅଧିକାଂଶ ଘରୋଇ ହସ୍ପିଟାଲ ସରକାରୀ ନିର୍ଦ୍ଦେଶକୁ ମାନୁ ନାହାନ୍ତି। ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଘରୋଇ ହସ୍ପିଟାଲରେ ଇନ୍‌ଡୋର ରେଜିଷ୍ଟର, ଆଉଟ୍‌ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍‌ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିୟମ ଶୀତଳଭଣ୍ଡାରରେ ପଡିଛି। ଏଣୁ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ପ୍ରସଙ୍ଗକୁ ରୋକ୍‌ ଲଗା ଯାଇପାରୁନାହିଁ। ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଥିଲେ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ଘଟଣା ଘଟିବ ନାହିଁ ବୋଲି ମତ ପ୍ରକାଶ ପାଇଛି।
ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଭଲ ସେବା ଯୋଗାଇବାକୁ ଘରୋଇ ହସ୍ପିଟାଲରେ ଇନ୍‌ଡୋର ରେଜିଷ୍ଟର, ଆଉଟ୍‌ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍‌ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ କଡ଼ାକଡି କରାଯିବାକୁ କୁହାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?