କ୍ଲିନିକ୍‌ ସିଲ୍‌ କରି ଚୁପ୍‌ ବସିଛି ପ୍ରଶାସନ

ନୟାଗଡ଼ ଅଫିସ,୬।୯: ପଞ୍ଜୀକରଣ ନ ଥାଇ ନୟାଗଡ଼ ଜିଲା ଖଣ୍ଡପଡ଼ା ସହରର ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ବାଲାଜୀ କ୍ଲିନିକ୍‌ ପ୍ରାୟ ୮ମାସ ହେଲା ବେଆଇନ ଭାବେ ଚାଲୁ ଥିଲା । ହେଲେ ସେହି କ୍ଲିନିକ୍‌ ଉପରେ ଚଢ଼ାଉ କରାଯାଉ ନ ଥିଲା । କିନ୍ତୁ ନୟାଗଡ଼ରେ ଭ୍ରୂଣ ହତ୍ୟା ଓ ନକଲି ଡାକ୍ତର ଧରାପଡିବା ଘଟଣା ସାମ୍‌ନାକୁ ଆସିବା ପରେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଥିଲା। ଚେଇଁ ଶୋଇଥିବା ସ୍ବାସ୍ଥ୍ୟ ବିଭାଗ ଧରପଗଡ଼କୁ ତ୍ୱରାନ୍ବିତ କରିଥିଲା। ଏଭଳି ସ୍ଥଳେ ଶନିବାର ବାଲାଜୀ କ୍ଲିନିକ୍‌କୁ ସିଲ୍‌ କରି ଦାୟିତ୍ୱ ଶେଷ କରିଛି ସ୍ବାସ୍ଥ୍ୟ ବିଭାଗ। ସିଲ୍‌ ପରେ ପ୍ରଶ୍ନ ଉଠୁଛି କ୍ଲିନିକ୍‌ ମାଲିକ ତ୍ରିନାଥ ବାରିକଙ୍କ ପ୍ରାୟ ୮ମାସ ତଳେ ପରଲୋକ ଘଟିଥିଲା। କୌଣସି କ୍ଲିନିକ୍‌ ମାଲିକଙ୍କ ପରଲୋକ ଘଟିଲେ ଆପେ ଆପେ ପଞ୍ଜୀକରଣ ଅକାମୀ ହୋଇ ପଡେ । ହେଲେ ନୂଆ ପଞ୍ଜୀକରଣ କରାଯାଇ ନ ଥିଲା ।
ପଞ୍ଜୀକରଣ ନ ଥାଇ ରୋଗୀଙ୍କ ଜୀବନ ସହ କ୍ଲିନିକ୍‌ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ନୀରବ ରହିଥିଲା। ଅନ୍ୟପକ୍ଷେ ବେଆଇନ କ୍ଲିନିକ୍‌ ଚଳାଇଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ଉପରେ ଏବେ ବିଭିନ୍ନ ମହଲରେ ଦାବି କରାଯାଇଛି। ବେଆଇନ କ୍ଲିନିକ୍‌ ଚାଲୁ ରଖିଥିବା ବ୍ୟକ୍ତିଙ୍କ ପ୍ରତି ବିଭାଗୀୟ କର୍ମଚାରୀମାନେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଯଦି ନୟାଗଡ଼ରେ ଭ୍ରୂଣହତ୍ୟା ଓ ନକଲି ଡାକ୍ତରଙ୍କ ପରି ଦୁଇ ପ୍ରସଙ୍ଗ ସାମ୍‌ନାକୁ ଆସି ନ ଥାନ୍ତା,ତେବେ ଖଣ୍ଡପଡ଼ା କ୍ଲିନିକ୍‌ ସିଲ୍‌ ହୋଇ ନ ଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କ୍ଲିନିକ୍‌ ପ୍ରତି ସ୍ବାସ୍ଥ୍ୟ ବିଭାଗର ଏହି ଅନୁକମ୍ପାକୁ ସାଧାରଣରେ ସମାଲୋଚନା କରାଯାଇଛି। ବେଆଇନ ଭାବେ କ୍ଲିନିକ୍‌ ଚାଲୁ ରଖିଥିବା ବ୍ୟକ୍ତିଙ୍କ ବିରୋରେ କାର୍ଯ୍ୟାନୁଷ୍ଠାନ ନେଇ ଅତିରିକ୍ତ ଚିକିସତ୍ାଧିକାରୀ (ପରିବାର କଲ୍ୟାଣ) ସୁବାସ ଚନ୍ଦ୍ର ନାୟକ କୁହନ୍ତି, ଏ ସଂକ୍ରାନ୍ତରେ ସିଡିଏମ୍‌ଓଙ୍କୁ ଅବଗତ କରାଯିବ। ସିଡିଏମ୍‌ଓ ଯାହା ପଦକ୍ଷେପ ନେବେ।

ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ହସ୍ପିଟାଲ

ନୟାଗଡ଼ ଜିଲାରେ ୧୪ଟି ଘରୋଇ ହସ୍ପିଟାଲ ସରକାରୀ ସ୍ବୀକୃତି ପାଇଥିଲା। ନୟାଗଡ଼ର ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ ଓ ଖଣ୍ଡପଡ଼ାର ବାଲାଜୀ କ୍ଲିନିକ୍‌ ସିଲ୍‌ ହେବା ପରେ ଜିଲାରେ ୧୨ଟି ପଞ୍ଜିକୃତ ଘରୋଇ ହସ୍ପିଟାଲ ରହିଛି । ତେବେ ଅଧିକାଂଶ ଘରୋଇ ହସ୍ପିଟାଲ ସରକାରୀ ନିର୍ଦ୍ଦେଶକୁ ମାନୁ ନାହାନ୍ତି। ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଘରୋଇ ହସ୍ପିଟାଲରେ ଇନ୍‌ଡୋର ରେଜିଷ୍ଟର, ଆଉଟ୍‌ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍‌ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିୟମ ଶୀତଳଭଣ୍ଡାରରେ ପଡିଛି। ଏଣୁ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ପ୍ରସଙ୍ଗକୁ ରୋକ୍‌ ଲଗା ଯାଇପାରୁନାହିଁ। ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଥିଲେ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ଘଟଣା ଘଟିବ ନାହିଁ ବୋଲି ମତ ପ୍ରକାଶ ପାଇଛି।
ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଭଲ ସେବା ଯୋଗାଇବାକୁ ଘରୋଇ ହସ୍ପିଟାଲରେ ଇନ୍‌ଡୋର ରେଜିଷ୍ଟର, ଆଉଟ୍‌ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍‌ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ କଡ଼ାକଡି କରାଯିବାକୁ କୁହାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଣିବାକୁ ଆସି ଝାମ୍ପି ନେଲେ ୪ ସୁନା ଚେନ

ରେଙ୍ଗାଲି,୧୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ମହାବୀର ଛକ ନିକଟ ଏକ ସୁନା ଦୋକାନରୁ ଜଣେ ଦୁର୍ବୃତ୍ତ ୪ଟି ସୁନା ଚେନ ଝାମ୍ପି...

ଜିଲାପାଳ କାର୍ଯ୍ୟାଳୟ ଘେରିଲା ପୂର୍ବତନ ସୈନିକ ସଙ୍ଘ

ବଲାଙ୍ଗୀର ଅଫିସ,୩।୪: ଦେଶରେ ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ ଦାବିରେ ସୋମବାର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କରେ ପୂର୍ବତନ ସୈନିକ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହି...

ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି

ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି...

ଗୃହଯୋଜନା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାମାଳ, ୧୩।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଗୃହଯୋଜନା ଅଧିକାରୀ ଠାକୁର ବେହରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ସନ୍ଦେହ ଜନକ ଭାବରେ ଜବତ...

ମୌଳିକ ସୁବିଧାରୁ ବଞ୍ଚିତ ମାଙ୍କଡ଼ଖଳି ଗାଁ

ତେଲକୋଇ, ୨୧।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତରେ ରହିଛି ମାଙ୍କଡଖଳି ଗ୍ରାମ। ଏହି ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାହିଁ ନ...

୧.୮୨ ଲକ୍ଷ ଚାଷୀ ବୀମାରାଶି ପାଇବାରୁ ବଞ୍ଚିତ

ଯାଜପୁର ଅଫିସ,୮ା୪: ରାଜ୍ୟରେ ବିଭିନ୍ନ ତ୍ରୁଟି ଓ ବୀବାଦୀୟ କାରଣରୁ ୨୦୧୯ ଖରିଫ ଓ ୨୦୧୯-୨୦ ରବି ଋତୁରେ ୧,୮୨,୨୭୦ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା...

ଦୁର୍ଘଟଣାର ୨୦ ଘଣ୍ଟା ପରେ ଉଠିଲା ମୃତଦେହ

ବାଲିଶଙ୍କରା, ୭ା୫ : ସୁନ୍ଦରଗଡ଼ ଜିଲା କିଞ୍ଜିରକେଲା ଥାନା ଅଧୀନ ତିଲଡେଗା ଗ୍ରାମ ବଣ୍ଡେଡୁଙ୍ଗୁରି ନିକଟରେ ଏକ ୧୪ ଚକିଆ ହାଇଓ୍ବା ଗୁରୁବାର ରାତିରେ ଦୁର୍ଘଟଣାଗ୍ରସ୍ତ...

ଚମ୍ପୁଆରେ ମହାପ୍ରଭୁଙ୍କ ଦେବସ୍ନାନ

ଚମ୍ପୁଆ, ୫ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ତଥା ଚମ୍ପୁଆ ପ୍ରଶାସନ ମୁଖ୍ୟ ପ୍ରତାପ ପ୍ରତିମୟଙ୍କ...

Advertisement
Archives

Model This Week